ଗୃହରକ୍ଷୀ ପରୀକ୍ଷା: ଆଉ ଜଣେ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ରାୟଗଡ଼ ବ୍ଲକ ନାରାୟଣପୁର ଗାଁର ଦୀପକ ଗଜପତିରେ ଆୟୋଜିତ ଗୃହରକ୍ଷୀ ପରୀକ୍ଷାରେ ଯୋଗ ଦେଇଥିଲେ। ଶାରୀରିକ ପରୀକ୍ଷା ବେଳେ ସେ ଦୌଡ଼ିବା ବେଳେ ଅସୁସ୍ଥ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Home Guard interview

Home Guard interview Photograph: (sambad.in )

ଭୁବନେଶ୍ବର: ଗୃହରକ୍ଷୀ ପରୀକ୍ଷାରେ ଆଉ ଏକ ଅଘଟଣ ଘଟିଥିବା ସୂଚନା ମିଳିଛି। ଗଜପତିରେ ଗୃହରକ୍ଷୀ ପରୀକ୍ଷା ବେଳେ ଆଉ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ଦୀପକ ପାଡ଼ାଲ।

ସୂଚନା ଅନୁସାରେ ରାୟଗଡ଼ ବ୍ଲକ ନାରାୟଣପୁର ଗାଁର ଦୀପକ ଗଜପତିରେ ଆୟୋଜିତ ଗୃହରକ୍ଷୀ ପରୀକ୍ଷାରେ ଯୋଗ ଦେଇଥିଲେ। ଶାରୀରିକ ପରୀକ୍ଷା ବେଳେ ସେ ଦୌଡ଼ିବା ବେଳେ ଅସୁସ୍ଥ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ନେଇ ମେଡିକାଲ୍‌ ସୂତ୍ରରୁ ସୂଚନା ଦିଆଯାଇଛି। 

ଗୃହରକ୍ଷୀ ପରୀକ୍ଷାରେ ଅଘଟଣ ଘଟିଛି। ଶାରୀରିକ ପରୀକ୍ଷା ଦେବା ସମୟରେ ଗଜପତ ଜିଲ୍ଲାରେ ୨ଜଣଙ୍କର ମୃତ୍ୟୁ ଘଟିଛି। 

ସୂଚନାଯୋଗ୍ୟ, ଆଜି ସକାଳେ ଜଣେ ପରୀକ୍ଷାର୍ଥୀ ମଧ୍ୟ ପ୍ରାଣ ହରାଇଥିଲେ। ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡିର ରାଣୀପୀଠର ବେଟାଗୁଡ଼ାରେ ଗୃହରକ୍ଷୀ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା କରାଯାଉଥିଲା। ପ୍ରାର୍ଥୀମାନେ ରାଣୀପୀଠରୁ ପଦ୍ମପୁର ପର୍ଯ୍ୟନ୍ତ ୨ କିଲୋମିଟର ଦୌଡ଼ରେ ଅଂଶଗ୍ରହଣ କରିଥିଲେ। ଦୌଡ଼ ସମାପ୍ତ କରିବା ପରେ, ସୁଲନ୍ତ ମିସାଲ ହଠାତ୍ ତଳେ ପଡ଼ିଯାଇଥିଲେ। ତାଙ୍କୁ ଚିକିତ୍ସା ଲାଗି ତୁରନ୍ତ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗଜପତି ଜିଲ୍ଲାରେ ଗୁରୁବାର ଶାରୀରିକ ପରୀକ୍ଷା ସମୟରେ ମୃତ୍ୟୁବରଣ କରିଥିବା ଜଣେ ହୋମଗାର୍ଡ ଆଶାୟୀଙ୍କ ପରିବାର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। 

home guard aspirant | Gajapati | Rayagada | ganjam

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe