Encounter 1 naxal dead Photograph: (sambad.in)
ମାଲକାନଗିରି: ସୀମାନ୍ତ ଛତିଶଗଡରେ ପୁଣି ପୁଲିସକୁ ମିଳିଛି ବଡ଼ ସଫଳତା। ଏନକାଉଣ୍ଟରରେ ଜଣେ ୩ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲର ମୃତ୍ୟୁ ହୋଇଛି। ବିଜାପୁର ଜିଲ୍ଲାର ଥାନା ବେଦରେ ଅନ୍ତର୍ଗତ କେରପେ ଏବଂ ତୋଡସମପାରା ଜଂଗଲରେ ମାଓବାଦୀ କ୍ୟାମ୍ପ କରି ରହିଥିବା ପୁଲିସକୁ ସୂଚନା ମିଳିଥିଲା।
ତେବେ ଜିଲ୍ଲା ପୁଲିସ ସହ ସିଆରପିଏଫ ଯବାନ ଏହି ଜଂଗଲରେ ପଶିଥିଲେ। ଆଜି ସକାଳ ଭୋର ସମୟରେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇତିଲେ। ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଜଣେ ନକ୍ସଲର ମୃତ ଦେହକୁ ଉଦ୍ଧାର କରିଥିଲେ ଯବାନ। ଏଥିସହ ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା।
ତେବେ ମୃତ ନକ୍ସଲ ଜଣକ ହେଲେ ମିଲିସିଆ ପ୍ଲାଟୁନ କମାଣ୍ଡର ଚେଲା ବାଚମ। ଏହି ନକ୍ସଲ ନାମରେ ସରକାରୀ ୩ ଲକ୍ଷ ଟଂକାର ପୁରସ୍କାର ରଖିଥିଲେ। ବିଜାପୁର ଜିଲ୍ଲାରେ ଗତ ୧୧୨ ଦିନ ମଧ୍ୟରେ ୮୭ ଜଣ ନକ୍ସଲଙ୍କୁ ମରାଗଲାଣି। ସେହିପରି ୨୧୩ ଜଣ ମାଓବାଦୀଙ୍କୁ ଗିରଫ କରାଯିବା ସହ ୧୭୯ ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିସାଲିରେଣି। ୨୦୨୬ ମାର୍ଚ୍ଚ ସୁଦ୍ଧା ରହିଥିବା ଟାର୍ଗେଟ ପୁଲିସ ହାସଲ କରିନେବ ବୋଲି କୁହାଯାଇଛି।
Naxal | Malkangiri
Follow Us