ଦାନ୍ତେୱାଡାରେ ପୁଲିସ-ମାଓବାଦୀ ଗୁଳି ବିନିମୟ: ଜଣେ ମହିଳା ମାଓବାଦୀ ମୃତ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡାରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ବିଜାପୁର-ଦାନ୍ତେୱାଡା ସୀମରେ ଗୁଳି ବିନିମୟ ଜାରି ରହିଥିବା ବେଳେ ସେଠାରୁ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି।

ଅଦ୍ୟତନ ହୋଇଛି
ଗନ୍ଧମାର୍ଦ୍ଧନ ପାହାଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡାରେ ପୁଲିସ-ମାଓବାଦଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ବିଜାପୁର-ଦାନ୍ତେୱାଡା ସୀମରେ ଗୁଳି ବିନିମୟ ଜାରି ରହିଥିବା ବେଳେ ସେଠାରୁ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି।

ଦାନ୍ତେୱାଡା ଏନକାଉଣ୍ଟରରେ ଟଳିଲେ ଟପ ମାଓ ନେତ୍ରୀ ରେଣୁକା ଓରଫ ବାନୁ।  ଦଣ୍ଡକାରଣ୍ଯ ସ୍ପେଶାଲ ଜୋନାଲ କମିଟିର ସଦସ୍ଯା ଭାବେ ସକ୍ରିୟ ରେଣୁକା ଦଣ୍ଡକାରଣ୍ୟରେ ସ୍ପେଶାଲ ଜୋନାଲ କମିଟିର ପ୍ରେସ୍ ବା ମିଡିଆ ଟିମ୍ ର ସଦସ୍ଯା ଥିଲେ।  ତାଙ୍କ ନାଁରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଥିବା ବେଳେ ଆଜି ଦାନ୍ତେୱାଡା-ବିଜାପୁର ସୀମାବର୍ତ୍ତୀ ନେଲଗୋଡା-ଅକେଲି ଜଂଗଲରେ ଡିଆରଜି ଯବାନଙ୍କ ଗୁଳିରେ ଟଳି ପଡ଼ିଛନ୍ତି ରେଣୁକା।  ତାଙ୍କ ନିକଟରୁ ଗୋଟିଏ ଇନସାସ୍ ବନ୍ଧୁକ ଜବତ ହୋଇଛି। ଆଜିର ଘଟଣାକୁ ମିଶାଇ ବସ୍ତର ସମ୍ଭାଗରେ ଗତ ୩ ମାସରେ ୧୧୯ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି।

ଛତିଶଗଡ଼ର ଦାନ୍ତେୱାଡାରେ ପୁଲିସ-ମାଓବାଦଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ବିଜାପୁର-ଦାନ୍ତେୱାଡା ସୀମରେ ଗୁଳି ବିନିମୟ ଜାରି ରହିଥିବା ବେଳେ ସେଠାରୁ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାଛଡ଼ା ଇନସାସ ରାଇଫଲ ଓ କେତେକ ମାରଣାସ୍ତ୍ର ବି ଜବତ କରାଯାଇଛି।

ଏହାଛଡ଼ା ଇନସାସ ରାଇଫଲ ଓ କେତେକ ମାରଣାସ୍ତ୍ର ବି ଜବତ କରାଯାଇଛି। ଏନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ସୀମାନ୍ତ ଛତିଶଗଡ଼ରେ ଗୋଟିଏ ଦିନରେ ୧୭ ନକ୍ସଲ ନିହତ ହୋଇଥିଲେ। ନିହତଙ୍କ ମଧ୍ୟରେ ମୋଷ୍ଟ ୱାଣ୍ଟେଡ୍‌ ଜଗଦୀଶ ରହିଥିବା ପୁଲିସ ସୂଚନା ଦେଇଥିଲେ। ସୁକମା ଜିଲ୍ଲା କେରଲାପାଲ ଥାନା ଅନ୍ତର୍ଗତ ଗୋଙ୍ଗୁଡ଼ା, ନେଣ୍ଡୁମ, ଉପମପଲ୍ଲୀ ଗାଁ ନିକଟରେ ନକ୍ସଲ କ୍ୟାମ୍ପ କରିଥିଲେ। ସୂଚନା ମିଳିବା ପରେ ଗତକାଲି ରାତିରେ ଲମ୍ବା ଅପରେସନ୍‌ ନିମନ୍ତେ ଗୁଳିଗୋଳା ଧରି ଜଙ୍ଗଲରେ ପଶିଥିଲେ ଡିଆର୍‌ଜି ଏବଂ ସିଆରପିଏଫ୍‌ ଯବାନ। ଆଜି ସକାଳ ପ୍ରାୟ ୮ଟାରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ। ଉଭୟପଟୁ ଗୁଳି ବିନିମୟ ହୋଇଥିଲା। ପରେ ସର୍ଚ ଅପରେସନ୍‌ କରିଥିଲେ ଯବାନ। ଘଟଣାସ୍ଥଳରୁ ୧୭ ନକ୍ସଲଙ୍କ ମୃତଦେହ ମିଳିଥିଲା।

maoists

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe