ଭୁବନେଶ୍ବର: ଜମି ଡିମାର୍କେସେନ ପାଇଁ ଆଉ ବାରମ୍ବାର ତହସିଲ ଅଫିସ ଦୌଡ଼ିବାକୁ ପଡ଼ିବନି। କିମ୍ବା କାହାକୁ ହାତଗୁଞ୍ଜା ଦେବାକୁ ପଡ଼ିବନି, କି ମାସ ମାସ ସମୟ ଗଡ଼ିବନି। ଏଣିକି ଜମି ଡିମାର୍କେସେନ ପାଇଁ ଅନଲାଇନରେ ଆବେଦନ କଲେ ମିଳିବ ତାରିଖ। ସେହିଦିନ ତହସିଲ ଅଧିକାରୀ ଅମିନ ଏବଂ ପୁଲିସ ଆସି କରିବେ ଆପଣଙ୍କ ଜମିର ଡିମାର୍କସେନ। 

Advertisment

ଆହୁରି ପଢ଼ନ୍ତୁ: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ଆବଶ୍ୟକୀୟ ଜମି କାଗଜପତ୍ର ସହ ଫି ଦେବାକୁ ପଡ଼ିବ

ପ୍ରଥମେ ରାଜସ୍ବ ବିଭାଗର ଅନଲାଇନ ସାଇଟକୁ ଯିବାକୁ ପଡ଼ିବ। ସେଥିରେ ମୋବାଇଲ ନମ୍ବର ପଞ୍ଜିକରଣ କରି ଡିମାର୍କସେନ ପାଇଁ ଆବେଦନ କରିବାକୁ ହେବ। ପରେ ଆବଶ୍ୟକୀୟ ଜମି କାଗଜପତ୍ର ସହ ଫି ଦେବାକୁ ପଡ଼ିବ। ଆବେଦନ ସଵମିଟ କରିବା ପରେ ତହସିଲଦାର ଆପଣଙ୍କ ଆବେଦନ ଯାଞ୍ଚ କରି ଆପଣଙ୍କ ମୋବାଇଲ ନମ୍ବରକୁ ତାରିଖ ଏସଏମଏସ ଭାବେ ଆସିଯିବ। ସେହିଦିନ ତହସିଲ ଅଧିକାରୀ ଏବଂ ଅମିନ ଆସି ଆପଣଙ୍କ ଜମିର ଡିମାର୍କେସେନ କରିବେ।

ଆହୁରି ପଢ଼ନ୍ତୁ:ବ୍ରଜରାଜନଗର ପୁଲିସର ଦ୍ରୁତ କାର୍ଯ୍ୟାନୁଷ୍ଠାନ: ୭ ଅଭିଯୁକ୍ତ ଗିରଫ

Revenue