Odia Movie Barsha Priyadarshini ପଚିଶିରେ ଓଲିଉଡ ନାୟିକା ବର୍ଷା ପ୍ରିୟଦର୍ଶିନୀ: ଗୋଟିକରେ ସନ୍ତୁଷ୍ଟ

Advertisment

ଓଲିଉଡର ଲୋକପ୍ରିୟ actress ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ୨୦୨୫ ମିଶ୍ରିତ ବର୍ଷ ବୋଲି କୁହାଯାଇପାରେ। ଏବର୍ଷ ତାଙ୍କ ଅଭିନୀତ କେବଳ ଗୋଟିଏ ସିନେମା ମୁକ୍ତିଲାଭ କରିଛି।

ଓଲିଉଡର ଲୋକପ୍ରିୟ actress ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ୨୦୨୫ ମିଶ୍ରିତ ବର୍ଷ ବୋଲି କୁହାଯାଇପାରେ। ଏବର୍ଷ ତାଙ୍କ ଅଭିନୀତ କେବଳ ଗୋଟିଏ ସିନେମା ମୁକ୍ତିଲାଭ କରିଛି।

barsha-98

only one odia movie of actress barsha priyadarshini relesed in 2025 Photograph: (sambad.in)

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ୨୦୨୫ ମିଶ୍ରିତ ବର୍ଷ ବୋଲି କୁହାଯାଇପାରେ। ଏବର୍ଷ ତାଙ୍କ ଅଭିନୀତ କେବଳ ଗୋଟିଏ ସିନେମା ମୁକ୍ତିଲାଭ କରିଥିବା ବେଳେ ସେ ଅନ୍ୟ ଏକ ସିନେମା ସହ ଜଡ଼ିତ ଥିଲେ। ଖାଲି ସେତିକି ନୁହେଁ, ୨୦୨୬ ପାଇଁ ସେ ଜୋରଦାର ପ୍ରସ୍ତୁତି ବି ଚଳାଇଛନ୍ତି।

ଜୟଜିତ-ବର୍ଷା ପ୍ରିୟଦର୍ଶିନୀ ଯୋଡ଼ି

ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ‘ଓ୍ବାଇଫ୍’ ୨୦୨୫ରେ ମୁକ୍ତିଲାଭ କରିଛି। ଏଥିରେ ପୁଣି ଏକ ପୁରୁଣା ଯୋଡ଼ି ବଡ଼ ପରଦାକୁ ଆସିଥିଲେ। ଏହି ଯୋଡ଼ି ହେଲେ ଜୟଜିତ-ବର୍ଷା ପ୍ରିୟଦର୍ଶିନୀ। ଏହି ସିନେମାରେ ଦ୍ବିତୀୟ ଥର ଲାଗି ଏହି ଯୋଡ଼ି ବଡ଼ ପରଦାକୁ ଆସିଥିଲେ। ଜଣାଶୁଣା ପ୍ରଯୋଜକ ବିଜୟ କାନ୍ଦୋଇ ଏହି ସିନେମାର ପ୍ରଯୋଜନା କରିଥିଲେ, ଯିଏକି ଆଗରୁ ‘ରକତ ଚିହ୍ନିଛି ନିଜର କିଏ’, ‘ନାରୀ ନୁହେଁ ତୁ ନାରାୟଣୀ’, ‘ଟୋପାଏ ସିନ୍ଦୁର ଦି’ ଟୋପା ଲୁହ’, ମାତୃଶକ୍ତି, ‘କଥା ଦେଇଥିଲି ମା’କୁ’, ‘ଥ୍ୟାଙ୍କ ୟୁ ଭଗବାନ’ , ‘ଦିୱାନା’, ‘ଦୋସ୍ତି’, କୁଇନ୍ ଭଳି ସିନେମା ନିର୍ମାଣ କରିଛନ୍ତି। ଓଲିଉଡର ଜଣାଶୁଣା କୋରିଓଗ୍ରାଫର- ଡିରେକ୍ଟର ସୁଧାକର ବସନ୍ତ ଏହି ପାରିବାରିକ ସିନେମାର ନିର୍ଦ୍ଦେଶକ। ମଳୟ ମିଶ୍ର ଏହାର ସଙ୍ଗୀତକାର। ଏହି ସିନେମାର କଥାବସ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ଆଧାରିତ ବୋଲି କୁହାଗଲା, ଯାହାକୁ ନେଇ ଚର୍ଚ୍ଚା ବି ହୋଇଥିଲା।

ସୂଚନାଯୋଗ୍ୟ, ପୂର୍ବରୁ ବିଜୟ କାନ୍ଦୋଇଙ୍କ ପ୍ରଯୋଜିତ ‘କୁଇନ୍’ରେ ବର୍ଷା ପ୍ରଥମ ଥର ଲାଗି ଜୟଜିତଙ୍କ ବିପକ୍ଷରେ ନାୟିକା ବନିଥିଲେ। ମୃତ୍ୟୁଞ୍ଜୟ ସାହୁ(ବାପି) ଏହାର ନିର୍ଦ୍ଦେଶନା ଦେଇଥିଲେ। 

ଆହୁରି ପଢ଼ନ୍ତୁ: National Herald Case: ସୋନିଆ-ରାହୁଲଙ୍କ ବିରୋଧରେ ଇଡି ଦାଖଲ କରିଥିବା ଚାର୍ଜସିଟ୍ ଉପରେ ଶୁଣାଣି କରିବାକୁ ମନା କଲେ କୋର୍ଟ 

ବିଜୟ କାନ୍ଦୋଇଙ୍କ ପ୍ରଯୋଜିତ ତଥା ବବି ଇସଲାମଙ୍କ ନିର୍ଦ୍ଦେଶିତ ‘ବବି ଆଉ ବେବି’ ସହ ବି ଜଡ଼ିତ ଥିଲେ ବର୍ଷା ପ୍ରିୟଦର୍ଶିନୀ। ବର୍ଷା ପ୍ରିୟଦର୍ଶିନୀଙ୍କ ନିବେଦିତ ଏହି ସିନେମାରେ ଅଙ୍କିତ କୁମାର, ହିରଣ୍ମୟୀ, ରାନୀ ପଣ୍ଡା, ମିଟୁ ମିଥୁନ୍, ଡିସ୍କୋ ରେଡ୍ଡୀ ଓ ଅମରଙ୍କ ସହ ଶିଶୁ କଳାକାର ମାଙ୍କେଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ଆହୁରି ପଢ଼ନ୍ତୁ: Guardians Locked School Gate ବିଦ୍ୟାଳୟରୁ ଚାଉଳ ହଡ଼ପ ଘଟଣାରେ ତାତିଲେ ଅଭିବାବକ, ବିଦ୍ୟାଳୟ ଫାଟକରେ ତାଲା ମାରି ପ୍ରତିବାଦ

ଏଣେ ସେ ଅନ୍ୟ ଏକ ସିନେମାରେ ଅଭିନୟ କରିବା ସହ ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ କ୍ରିଏଟିଭ୍ ହେଡ୍‌ର ଦାୟିତ୍ବ ବି ନିର୍ବାହ କରିଥିଲେ ସେ। ତେବେ ବର୍ଷାଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ସେମାନଙ୍କର ଏହି ପ୍ରିୟ ନାୟିକା ପୁଣି ଏକ ଓଡ଼ିଆ ଛବିରେ ନାୟିକା ଭୂମିକାରେ ଅଭିନୟ କରିବେ ବୋଲି ଜଣାଯାଇଛି। ଇତି ମଧ୍ୟରେ ଫିଲ୍ମର ସ୍କ୍ରିପ୍ଟ କାମ ଶେଷ ହୋଇଛି। ଏହାର କାହାଣୀ ବି ବର୍ଷାଙ୍କର ଥିବା ବେଳେ ସଂଳାପ ରଚନା କରିଛନ୍ତି ଆଗଧାଡ଼ିର ଲେଖକ ଡକ୍ଟର ରଜନୀରଂଜନ।

ବର୍ତ୍ତମାନର ସମାଜରେ ଘଟୁଥିବା ଘଟଣା ଓ ବାସ୍ତବ ଜୀବନ ଉପରେ ଏ କାହାଣୀ ଆଧାରିତ ବୋଲି କୁହାଯାଇଛି। ରଙ୍ଗ ନମ୍ବର ଓ ଛବିରାଣୀ ଭଳି ସିନେମାର ନିର୍ଦ୍ଦେଶନା ଦେଇଥିବା ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ ବବି ଇସଲାମ୍। ମଳୟ ମିଶ୍ର ଏହାର ସଙ୍ଗୀତ ନିର୍ଦ୍ଦେଶକ। ବିଦିଶା କ୍ରାଫ୍ଟ ବ୍ୟାନରରେ ପ୍ରଯୋଜକ ବିଜୟ କାନ୍ଦୋଇ ଏହି ଓଡ଼ିଆ ଛବିର ନିର୍ମାଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe