ରାଇରଙ୍ଗପୁର ରଥଯାତ୍ରା: ଦ୍ବିତୀୟ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ଦେବବ୍ରତ ରଥ ମହାପାତ୍ରଙ୍କ ତତ୍ୱାବଧନରେ ମହାପ୍ରଭୁଙ୍କ ଦ୍ଵିତୀୟ ଦିନର ପବିତ୍ର ରଥଯାତ୍ରା ସମ୍ପନ ହୋଇଛି।

06c70908-6a7f-44da-b2e9-4b19c46d5169

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ଦେବବ୍ରତ ରଥ ମହାପାତ୍ରଙ୍କ ତତ୍ୱାବଧନରେ ମହାପ୍ରଭୁଙ୍କ ଦ୍ଵିତୀୟ ଦିନର ପବିତ୍ର ରଥଯାତ୍ରା ସମ୍ପନ ହୋଇଛି। ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ମନ୍ଦିର ପହଞ୍ଚିବା ପରେ ସନ୍ଧ୍ୟାରେ ଧାଡ଼ି ପହଣ୍ଡି ହୋଇ ମହାପ୍ରଭୁ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। ଠାକୁରଙ୍କ ରୀତି,ନୀତି, ଦ୍ୱାରପାଳ ପୂଜା, ସୂର୍ଯ୍ୟ ପୂଜା ଏବଂ ଅନ୍ୟାନ୍ୟ ପୂଜାର୍ଚ୍ଚନା ସମ୍ପନ କରିବ ପରେ ଗୋଟି ପହଣ୍ଡିରେ ଚକ୍ରରାଜ ସୁଦର୍ଶନ, ପ୍ରଭୂ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ନୀତି ସମ୍ପନ୍ନ ହୋଇଛି।

MH DAY 4

ମହାପ୍ରଭୁ ମାଉସୀ ମା’ ମନ୍ଦିରକୁ ପ୍ରବେଶ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ରଥ କମିଟିର ଅଧକ୍ଷ ତଥା ଲୋକସଭା ସାଂସଦ ନବ ଚରଣ ମାଝୀ, ବିଧାୟକ୍ କଲେନ୍ ନାଏକ, ରାଇରଙ୍ଗପୁର ପୌରାଧକ୍ଷ ଅଭିଷେକ ପଟ୍ଟନାୟକ, ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ୍, ଏଏସପି ଯଦୁନାଥ ଜେନା, ଏସଡିପିଓ ଗକୁଳାନନ୍ଦ ସାହୁ ,ଟାଉନ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।

ରଥଯାତ୍ରା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଆଜି କେବଳ ମହିଳାମାନେ ରଥ ଟାଣିଥିଲେ। ସେହିପରି ସନ୍ଧ୍ୟାରେ ଗତକାଲି ମାଉସିବାଡିଠାରେ ପାଲା ପରିବେଷଣ ହୋଇଥିବା ବେଳେ ସପ୍ତାହେ ବ୍ୟାପି ଆଧ୍ୟାତ୍ମିକ ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି।

MH DAY 3

ସେହିପରି  ରଞ୍ଜନ କୁମାର ନନ୍ଦ, ପୁଷ୍ପାଞ୍ଜଳି ତ୍ରିପାଠୀ, ତିମିର ରଞ୍ଜନ ପଣ୍ଡା, ଲଳିତ ମହାନ୍ତ, ଡ଼ ଦିଗମ୍ବର ଗିରି, ବିଜୟ ରାମ, ନିଗମାନନ୍ଦ ପଟ୍ଟନାୟକ, ଭୀମ ଚରଣ ପାତ୍ର, ବିଜୟ ରାମ, ପୁଷ୍ପଲତା ମହାନ୍ତି, ସଚ୍ଚିକାନ୍ତ କର ପ୍ରମୂଖ ଧାରା ବିବରଣୀ ପ୍ରଦାନ କରାଯାଇଥିଲା। ମୀନାବଜାର ଓ ସର୍କସ୍‌ରେ ଚଳିତ ବର୍ଷ ଅଧିକ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ରଥ କମିଟିର ସମସ୍ତ ସଦସ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପରିଚାଳନା କରିବାରେ ସହଯୋଗ କରିଥିଲେ।

rath yatra | Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe