ରକ୍ଷଣାବେକ୍ଷଣ ଅଭାବନ: ଲତାବୁଦାରେ ଭର୍ତ୍ତି ଓପନ ଜିମ୍

ପୌରପାଳିକା ପକ୍ଷରୁ ବିଭିନ୍ନ ସାହିରେ ନିର୍ମାଣ ହୋଇଛି ଓପନ କିମ୍। ବୟସ୍କମାନେ ଏହାର ସୁଯୋଗ ନେଉଛନ୍ତି। ସକାଳେ ଓ ସନ୍ଧ୍ୟାରେ ବ୍ୟାୟମ କରିବା ସହ ବିଶ୍ରାମ ନେଉଛନ୍ତି। କିନ୍ତୁ ଏସବୁ ଓପନ ଜିମର ରକ୍ଷଣାବେକ୍ଷଣ କରାଯାଉନି।

ngp-open jim

ନବରଙ୍ଗପୁର: ପୌରପାଳିକା ପକ୍ଷରୁ ବିଭିନ୍ନ ସାହିରେ ନିର୍ମାଣ ହୋଇଛି ଓପନ କିମ୍। ବୟସ୍କମାନେ ଏହାର ସୁଯୋଗ ନେଉଛନ୍ତି। ସକାଳେ ଓ ସନ୍ଧ୍ୟାରେ ବ୍ୟାୟମ କରିବା ସହ ବିଶ୍ରାମ ନେଉଛନ୍ତି। କିନ୍ତୁ ଏସବୁ ଓପନ ଜିମର ରକ୍ଷଣାବେକ୍ଷଣ କରାଯାଉନି। ଓପଳ ଜିମ୍‌ର ପ୍ଲାଷ୍ଟିକ ସାମଗ୍ରୀ ଓ ବିଶ୍ରାମ ଲାଗି ତିଆରି ହୋଇଥିବା ସିମେଣ୍ଟ ଚେୟାର ଭାଙ୍ଗି ନଷ୍ଟ ହେଲାଣି। ଏପରିକି କିଛି ସ୍ଥାନରେ ଲତାବୁଦାରେ ଭର୍ତ୍ତି ହେଲାଣି ଓପନଜିମ୍।

ଏମିତି ଦେଖିବାକୁ ମିଳିଛି ସ୍ଥାନୀୟ ଆରସିଡି ଉଚ୍ଚ ବିଦ୍ୟାଳୟ ପଡିଆରେ ଥିବା ଓପନ ଜିମ୍‌ରେ। ଏଠାରେ ଲତାବୁଦା ଭରି ଯାଇଛି। ଏହା ପରିସରରେ ବିଷାକ୍ତ ପୋକଓ ସାପ ଆଦି ବୁଲୁଛନ୍ତି। ଏଥିପ୍ରତି ପୌରପାଳିକା ଦୃଷ୍ଟି ଦେବାକୁ ବୟସ୍କ ବ୍ୟକ୍ତିମାନେ ଦାବି କରିଛନ୍ତି। ବୟସ୍କ ବ୍ୟକ୍ତିମାନେ କହିଛତି,ସହରର ବିଭିନ୍ନ ସ୍ଥାନରେ ପୌରପାଳିକା ପକ୍ଷରୁ ଓପନ ନିମର ବ୍ୟବସ୍ଥା ହୋଇଛି। ଏହା ସହ ସେଠାରେ ବସିବା ଲାଗି ସିମେଣ୍ଟ ଚେୟାର ରହିଛି।

ଆରସିଡି ଉଚ୍ଚ ବିଦ୍ୟାଳୟ ପଡିଆରେ ଥିବା ଓପନ ଜିମ୍‌ରେ। ଏଠାରେ ଲତାବୁଦା ଭରି ଯାଇଛି। ଏହା ପରିସରରେ ବିଷାକ୍ତ ପୋକଓ ସାପ ଆଦି ବୁଲୁଛନ୍ତି। ଏଥିପ୍ରତି ପୌରପାଳିକା ଦୃଷ୍ଟି ଦେବାକୁ ବୟସ୍କ ବ୍ୟକ୍ତିମାନେ ଦାବି କରିଛନ୍ତି। ବୟସ୍କ ବ୍ୟକ୍ତିମାନେ କହିଛତି,ସହରର ବିଭିନ୍ନ ସ୍ଥାନରେ ପୌରପାଳିକା ପକ୍ଷରୁ ଓପନ ନିମର ବ୍ୟବସ୍ଥା ହୋଇଛି।

ପୌରପାଳିକାର ଏହା ଏକ ଉତ୍ତମ ଯୋଜନା। ବୟସ୍କମାନେ ଶରୀରକୁ ସୁସ୍ଥ ରଖିବାକୁ ସହରରେ କୌଣସି ସାମଗ୍ରୀ ବ୍ୟବହାର କରାଯାଇଥିବାରୁ, ଏସବୁ ଭାଙ୍ଗି ଗଲାଣି। ଯାହା ଫଳରେ ବ୍ୟୟମ କରିବାରେ ସମସ୍ୟା ହେଉଛି। ଭାଙ୍ଗିଥିବା ପ୍ଲାଷ୍ଟିକ ସାମଗ୍ରୀ ବଦଳାଇବା କଥା। ସେହିପରି ସିମେଣ୍ଟ ଚେୟାର ଭାଙ୍ଗିଯାଇଥିବାରୁ ବିଶ୍ରାମ ନେବାରେ ଅସୁବିଧା ହେଉଛି। ପୌରପାଳିକା ଏଥିପ୍ରତି ଦୃଷ୍ଟି ଦେଇଥିଲେ ଭଲ ହୁଅନ୍ତା ବୋଲି କହିଛନ୍ତି ଏହି ଅଂଚଳର ବୟସ୍କ ବ୍ୟକ୍ତି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe