ପୁଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ: ଦୁଇ ସପ୍ତାହରେ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ

ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ୧ ତାରିଖ ଠାରୁ ରାଜ୍ୟର ସମସ୍ତ ଜିଲ୍ଲା ପୁଲିସ ଏସପିଙ୍କ ନେତୃତ୍ୱରେ ଅପେରସନ  ‘ଗରୁଡ଼’  ଅଭିଯାନକୁ କାର୍ଯ୍ୟକାରୀ କରାଯାଇଛି।

New Project (22)

ଭୁବନେଶ୍ବର: ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ୧ ତାରିଖ ଠାରୁ ରାଜ୍ୟର ସମସ୍ତ ଜିଲ୍ଲା ପୁଲିସ ଏସପିଙ୍କ ନେତୃତ୍ୱରେ ଅପେରସନ  ‘ଗରୁଡ଼’  ଅଭିଯାନକୁ କାର୍ଯ୍ୟକାରୀ କରାଯାଇଛି। ଏହି ଅଭିଯାନର ଦ୍ଵିତୀୟ ସପ୍ତାହ (ଅଗଷ୍ଟ ୧୬) ପର୍ଯ୍ୟନ୍ତ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ସମୟ ମଧ୍ୟରେ ପୁଲିସ ବିପୁଳ ପରମାଣର ନିଶଦ୍ରବ୍ୟ ଜବତ କରିଛି। ଏଥି ସହିତ ଗୁଳିଗୋଳା, ଅସ୍ତ୍ରଶସ୍ତ୍ର, ବେଆଇନ ଟଙ୍କା ଜବତ ହୋଇଛି। 

ଏହି ଅଭିଯାନରେ  ମୁଖ୍ୟତଃ  ଜାମିନ ବିହୀନ ୱାରେଣ୍ଟ (ଏନ୍‌ବିଡବ୍ଲୁ)କୁ କାର୍ଯ୍ୟକାରୀ କରିବା, ନିଶା ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ଏବଂ ଅପରାଧୀଙ୍କୁ ଗିରଫ କରିବା, ଜୁଆ ଆଡ୍ଡା ଉପରେ ଚଢ଼ାଉ ଏବଂ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି  ଅପରେସନର ଦ୍ଵିତୀୟ ସପ୍ତାହରେ ସମସ୍ତ ଜିଲ୍ଲାର ଏସପି ଓ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ  ସଫଳତା ହାସଲ କରିଛନ୍ତି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନରେ ଏହି ଅପରେସନ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି।  

ଗଞ୍ଜାମ ପୁଲିସ ଜିଲ୍ଲା ସର୍ବାଧିକ ୩୮୩ଟି ଏନ୍‌ବିଡବ୍ଲ୍ୟୁ କାର୍ଯ୍ୟକାରୀ କରିଥିବା ବେଳେ ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କ୍ଷେତ୍ରରେ ୧୧ଟି ବନ୍ଧୁକ, ୫୫ ଗୋଳାବାରୁଦ  ଜବତ କରିବା ସହ ୩୦ ଜଣଙ୍କୁ ଗିରଫ କରିଛି। ଜୁଆ ଆଡ୍ଡା ଉପରେ ଚଢ଼ାଉ କ୍ଷେତ୍ରରେ ସମ୍ବଲପୁର ପୁଲିସ ଜିଲ୍ଲା ୧୦ଟି ମାମଲା, ୩୧,୭୬୦ ଟଙ୍କା, ୩ଟି ବାଇକ୍‌ ଏବଂ ୭ଟି ମୋବାଇଲ୍ ଫୋନ୍ ଜବତ କରିବା ସହ ୧୮ ଜଣଙ୍କୁ ଗିରଫ କରିଛି। 

ସେହିପରି ଏନ୍‌ଡିପିଏସ୍‌ ମାମଲାରେ ମଧ୍ୟ ସମ୍ବଲପୁର ଜିଲ୍ଲା ପୁଲିସ ୧୨ ମାମଲା ରୁଜୁ ହୋଇଥିବା ବେଳେ ୫୦.୫୮ କିଲୋଗ୍ରାମ ଗଞ୍ଜେଇ, ୫ଟି ବାଇକ,  ୨,୫୯୯ ବୋତଲ କଫ ସିରପ, ୧୩.୧ ଷ୍ଟ୍ରିପ୍ ନାଇଟ୍ରାଜେପାନ୍ ଟାବଲେଟ୍ ଏବଂ ୨୦ ପକେଟ ଇଞ୍ଜେକ୍ସନ, ୫ଟି ମୋବାଇଲ୍ ଫୋନ୍ ଜବତ କରିବା ସହ ୨୪ ଜଣଙ୍କୁ ଗିରଫ କରିଛି। 

update

ଅବକାରୀ ମାମଲାରେ ମଧ୍ୟ ସମ୍ବଲପୁର ଜିଲ୍ଲା ପୋଲିସ ୧୮୨ଟି ମାମଲା ରୁଜୁ କରିଥିବା ବେଳେ ୧୬୩୨ ଲିଟର ମଦ ଜବତ କରିବା ସହ ୧୮୨ ଜଣଙ୍କୁ ଗିରଫ କରିଛି। ସେହିପରି କନ୍ଧମାଳ ଜିଲ୍ଲା ପୁଲିସ ୫ ଟନରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ସାଧାରଣ ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଦେବାକୁ ଓଡିଶା ପୋଲିସ ପ୍ରତିଶୃତିବଦ୍ଧ।  ଆଗାମୀ ଦିନରେ ମଧ୍ୟ ଅପରାଧ ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ ‘ଅପେରସନ ଗରୁଡ’ ଅଭିଯାନ ଜାରି ରହିବ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଂଜୟ କୁମାର ସୂଚନା ଦେଇଛନ୍ତି।

Odisha police

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe