‘ପ୍ରହାର’ ଅଭିଯାନରେ ୯ଟି ସ୍ଥାନରେ ଚଢ଼ଉ: ବ୍ୟାପକ ସିଗାରେଟ୍‌-ଗୁଟକା ଜବତ

ଓଡ଼ିଶା ପୁଲିସ ମହାନିର୍ଦେଶକଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ପରିସରର ୧୦୦ମିଟର ପରିସରରେ ସିଗାରେଟ, ଗୁଟୁକା ଏବଂ ମାଦକ ଦ୍ରବ୍ୟ ବିକ୍ରି କରୁଥିବା ବ୍ୟବସାୟ ଅନୁଷ୍ଠାନ ଗୁଡିକରେ ଚଢ଼ାଉ କରିବା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ‘ପ୍ରହାର’ ଆରମ୍ଭ ହୋଇଛି।

1002554471

ଘୁ.ଉଦୟଗିରି: ଓଡ଼ିଶା ପୁଲିସ ମହାନିର୍ଦେଶକଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ପରିସରର ୧୦୦ମିଟର ପରିସରରେ ସିଗାରେଟ, ଗୁଟୁକା ଏବଂ ମାଦକ ଦ୍ରବ୍ୟ ବିକ୍ରି କରୁଥିବା ବ୍ୟବସାୟ ଅନୁଷ୍ଠାନ ଗୁଡିକରେ ଚଢ଼ାଉ କରିବା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ‘ପ୍ରହାର’ ଆରମ୍ଭ ହୋଇଛି। କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଥାନା ଆଇଆଇସି ବିଜୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ଅପରେସନ ‘ପ୍ରହାର’ ଆରମ୍ଭ କରାଯାଇଥିଲା।

କଳିଙ୍ଗା ଏବଂ ଘୁ.ଉଦୟଗିରି ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ଥିବା ପାନ, ଚା ଏବଂ ରାସନ ଦୋକାନରେ ଚଢ଼ଉ କରାଯାଇ ବ୍ୟାପକ ଗୁଟୁକା, ପାନ ମସଲା, ସିଗାରେଟ ଜବତ କରାଯାଇଥିବା ସୂଚନା ମିଳିଛି। ମୋଟ ୯ଗୋଟି ଦୋକାନରୁ ନିଶାଦ୍ରବ୍ୟ ଜବତ କରିବା ସହ COTPA ଧାରାରେ ୯ଜଣଙ୍କ ନାଁ ରେ ପିଆର ଦିଆଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି। 

ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ଆଇଆଇସି କହିଛନ୍ତି। ଏହି ଅପରେସନରେ ଥାନା ଏସଆଇ ରୂପକ ଦଳେଇ, ଏଏସଆଇ ବଣ୍ଟି ଦଣ୍ଡିଆ, ବୁଲୁ ବେହେରାଙ୍କ ସମେତ ସମସ୍ତ ପୁଲିସ ବାହିନୀ ଉପସ୍ଥିତ ଥିଲେ।

Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe