Opposed to company Photograph: (Sambad )
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ୍ର ପୁରୁଣାପାଣି ଗ୍ରା.ପ ଦାଣ୍ଡବୋଷ, ଆନନ୍ଦପୁର ଓ କଣ୍ଟାବଣୀ ରାଜସ୍ବ ଗ୍ରାମର ଗ୍ରାମବାସୀ ଦାଣ୍ଡବୋଷ ଠାରେ ଏକତ୍ରିତ ହୋଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେI ଆନନ୍ଦପୁର ଗ୍ରାମରେ ୧୯୦ ମେଗାୱାଟ କ୍ଯାପ୍ଟିଭ ପାୱାର ପ୍ଲାଣ୍ଟ ସହିତ ରୁଙ୍ଗଟା ମେଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ପ୍ରତିଷ୍ଠାକୁ ତ୍ରୀବ୍ର ପ୍ରତିବାଦ କରିଥିଲେI
ଆଦିବାସୀମାନଙ୍କର ଜଳ, ଜମିନ ଓ ଅଧିକାରରୁ ବଞ୍ଚିତ କରନାହିଁI ଯାହା ମଧ୍ଯ ସମ୍ବିଧାନର ଅନୁସୂଚୀରେ ଲିଖିତ ରହିଛିI ଏହା ପରେ ମୁର୍ମୁ ଛକଠାରେ ପହଞ୍ଚି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ଓ ଧୂପ ଦେଇଥିଲେI ହଜାର ହଜାର ସଂଖ୍ଯାରେ ତିନିଟି ଗ୍ରାମର ଲୋକେ ନାନା ବିରୋଧାତ୍ମକ ନାରା ଦେଇ ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେI ଗାଁ ଲୋକେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ଓ ରାଜ୍ଯସଭା ସାଂସଦ ମମତା ମହାନ୍ତଙ୍କୁ ତ୍ରୀବ୍ର ବିରୋଧ କରିବା ସହିତ ଉଭୟଙ୍କ କୁଶପୁତ୍ତଳିକା ଦାହ କରିଥିଲେI
ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେI ଗାଁ ଲୋକେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ଓ ରାଜ୍ଯସଭା ସାଂସଦ ମମତା ମହାନ୍ତଙ୍କୁ ତ୍ରୀବ୍ର ବିରୋଧ କରିବା ସହିତ ଉଭୟଙ୍କ କୁଶପୁତ୍ତଳିକା ଦାହ କରିଥିଲେI
ସେମାନଙ୍କ ଦାବି ହେଲା: ଆଦିବାସୀ ସମ୍ପ୍ରଦାୟମାନଙ୍କର ତୀର୍ଥସ୍ଥାନ ଅଲଚିକି ଲିପିର ସ୍ରଷ୍ଟାଙ୍କର ସମାଧିପୀଠ ସହିତ ଧାର୍ମିକସ୍ଥଳୀ ‘କାପିବୁରୁ’ର ସୁରକ୍ଷା, ଆଦିବାସୀ ବୀର ପୁରୁଷମାନଙ୍କର ‘ଗୁଣ୍ଡୁରିଆ’ ସହିଦସ୍ଥଳର ସୁରକ୍ଷା, ଆଦିବାସୀମାନଙ୍କର ଜାତି, ପରମ୍ପରା, ଭାଷା ଓ ସଂସ୍କୃତିର ସୁରକ୍ଷା ଓ ଆଦିବାସୀମାନଙ୍କର ଜାହେରଗାଳର ସୁରକ୍ଷାI ଉକ୍ତ ଚାରି ଦଫା ଦାବିପତ୍ରକୁ ବାମନଘାଟୀ ଉପଜିଲ୍ଲାପାଳ ସୌମ୍ଯରଂଜନ ପ୍ରଧାନଙ୍କୁ ପ୍ରଦାନ କରିଥିଲେI ରୁଙ୍ଗଟା ବିରୋଧରେ ଉପଜିଲ୍ଲାପାଳଙ୍କୁ ବୁଝାଇ କହିଥିଲେ ଯେ ଏହି ଏହି କମ୍ପାନି ଦ୍ବାରା ଗାଁର ପରିବେଶ ଦୂଷିତ ହେବା ସହିତ ଗାଁ ଲୋକମାନଙ୍କର ବୀର ପୁରୁଷ, ବୀରଭୂମି, ଜାତି, ପରମ୍ପରା, ସଂସ୍କୃତି, ଭାଷା ଓ ସାହିତ୍ଯର ସୁରକ୍ଷା ଦିଆଯାଉ ବୋଲି ଗୁହାରୀ ଜଣାଇଥିଲେI ଉପଜିଲ୍ଲାପାଳ ସୁଚିନ୍ତିତ ବିଚାର କରିବେ ବୋଲି ପ୍ରତିଶୃତି ଦେଇଥିବା ସୁଚନା ମିଳିଛି।
Follow Us