ଶରଧାବାଲି ଦଳାଚକଟା: ରାହୁଲ କହିଲେ- ଜୀବନ ରକ୍ଷା ସବୁଠାରୁ ବଡ଼ ଗୁରୁତ୍ବପୂର୍ଣ୍ଣ

ଶରଧାବାଲିରେ ଆଜି ଭୋର୍‌ରୁ ଦଳାଚକଟା ଘଟଣାରେ ଦୁଇ ମହିଳାଙ୍କ ସମେତ ତିନି ଜଣ ଶ୍ରଦ୍ଧାଳୁ ମୃତ୍ୟୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୁହଁ ଖୋଲିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ‘ରେ ଟୁଇଟ୍‌ କରି ଏହି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

566346c7-8a95-4e59-94f3-5c0c39d07350

ନୂଆଦିଲ୍ଲୀ/ପୁରୀ:  ଶରଧାବାଲିରେ ଆଜି ଭୋର୍‌ରୁ ଦଳାଚକଟା ଘଟଣାରେ ଦୁଇ ମହିଳାଙ୍କ ସମେତ ତିନି ଜଣ ଶ୍ରଦ୍ଧାଳୁ ମୃତ୍ୟୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୁହଁ ଖୋଲିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ‘ରେ ଟୁଇଟ୍‌ କରି ଏହି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହିତ ତୀବ୍ର ମଧ୍ୟ କରିଛନ୍ତି। ସେହିପରି ସେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। 

କଂଗ୍ରେସ ସାଂସଦ ରାହୁଲ କହିଛନ୍ତି, ପୁରୀରେ ରଥଯାତ୍ରା ସମୟରେ ଘଟିଥିବା ଦଳାଚକଟା ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାରକୁ ମୁଁ ସମବେଦନା ଜଣାଉଛି ଏବଂ ଆହତ ଶ୍ରଦ୍ଧାଳୁମାନେ ଶୀଘ୍ର ଆରୋଗ୍ୟ କାମନା କରନ୍ତୁ ବୋଲି ଆଶା ରଖିଛି।  

ରାହୁଲ ଗାନ୍ଧୀ ଟୁଇଟ୍‌ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଏଥର ରଥଯାତ୍ରାରେ ବହୁତ ଜନ ସମାଗମ ହୋଇଥିଲା। ରଥଯାତ୍ରାର ଆୟୋଜନ ଭକ୍ତଙ୍କ ପାଇଁ ନୁହେଁ। ଭିଭିଆଇପିଙ୍କ ପାଇଁ ହୋଇଥିଲା ପରି ଲାଗିଲା। ଜରୁରୀ ଠାରୁ ଅଧିକ ଭିଆଇପି ଲୋକ ଆସିଥିଲେ।  

ରାହୁଲ ଗାନ୍ଧୀ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ଠାରେ ଅପିଲ କରିବାକୁ ଚାହିଁବି, ଉଦ୍ଧାରକାର୍ଯ୍ୟ ତ୍ବାରାନ୍ବିତ କରନ୍ତୁ ଏବଂ କଂଗ୍ରେସ କର୍ମକର୍ତ୍ତାଙ୍କ ଠାରୁ ଆଶା କରୁଛି ଯେ, ସେମାନେ ଯଥା ସମ୍ଭବ ସହଯୋଗ କରନ୍ତୁ।

ଏହି ବିପର୍ଯ୍ୟୟ ଏକ ଗମ୍ଭୀର ଚେତାବନୀ। ଏଭଳି ବୃହତ୍‌ ଆୟୋଜନରେ ସୁରକ୍ଷା ବ୍ୟବସ୍ଥା ଏବଂ ଭିଡ଼ ପରିଚାଳନାର ପ୍ରସ୍ତୁତିକୁ ଗମ୍ଭୀରତାର ସହିତ ପ୍ରସ୍ତୁତି ଏବଂ ସମୀକ୍ଷା ହେବାର ଅଛି। ଜୀବନ ରକ୍ଷା ସବୁଠାରୁ ବଡ଼ ଗୁରୁତ୍ବପୂର୍ଣ୍ଣ ଏବଂ ଏହି ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। 

ସୂଚନାଯୋଗ୍ୟ, ରବିବାର ପ୍ରତ୍ୟୁଷରେ ପୁରୀର ଶରଧାବାଲିରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ତିନି ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣାର ପ୍ରଭାତୀ ଦାସ। 

rath yatra | puri | congress | Rahul Gandhi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe