ହାଇକୋର୍ଟରେ ଭିସୁଟ୍ ଛାତ୍ରୀଙ୍କ ମୃତ୍ୟୁ ମାମଲା, ଏସପିଙ୍କ ତତ୍ତ୍ବାବଧାନରେ ଯଥାଶୀଘ୍ର ତଦନ୍ତ ‌ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ

୨୦୨୩ରେ ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏହି ଘଟଣାର ଯଥା ଶୀଘ୍ର ତଦନ୍ତ ସଂପୂର୍ଣ୍ଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

High Court

High Court

କଟକ: ୨୦୨୩ରେ ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏହି ଘଟଣାର ଯଥା ଶୀଘ୍ର ତଦନ୍ତ ସଂପୂର୍ଣ୍ଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚିନ୍ମୟୀଙ୍କ ମୃତ୍ୟୁ ଘଟଣାର ସିବିଆଇ ବା କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ହସ୍ତାନ୍ତର ପ୍ରସଂଗ ନେଇ ଦାୟର ମାମଲାର ହାଇକୋର୍ଟରେ ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ପୁଲିସ ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି ଦର୍ଶାଯାଇଥିଲା। ଏଭଳି ସ୍ଥିତିରେ ତଦନ୍ତ ଦାୟିତ୍ବ ସିବିଆଇ, କ୍ରାଇମବ୍ରାଞ୍ଚ ବା ଏସଆଇଟିକୁ ଦିଆଯାଉ ବୋଲି ଆବେଦନକାରୀଙ୍କ ତରଫରୁ ଯୁକ୍ତି ଦର୍ଶାଯାଇଥିଲା।

ଘଟଣାର ତଦନ୍ତ ଚାଲିଛି ବୋଲି ସରକାରଙ୍କ ତରଫରୁ ଅବଗତ କରାଯାଇଥିଲା। ବୁର୍ଲା ଏସଡିପିଓ ତଦନ୍ତ ଦାୟିତ୍ବରେ ଅଛନ୍ତି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ସମ୍ବଲପୁର ଏସପିଙ୍କୁ୍ ତଦନ୍ତର ତଦାରଖ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏସପିଙ୍କ ତତ୍ତ୍ବାବଧାନରେ ଯଥା ଶୀଘ୍ର ତଦନ୍ତ ସଂପୂର୍ଣ୍ଣ କରି ଚାର୍ଜସିଟ/ଫାଇନାଲ ଫର୍ମ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି।

ଅନ୍ୟପକ୍ଷରେ ଘଟଣାର ତଦନ୍ତ ଚାଲିଛି ବୋଲି ସରକାରଙ୍କ ତରଫରୁ ଅବଗତ କରାଯାଇଥିଲା। ବୁର୍ଲା ଏସଡିପିଓ ତଦନ୍ତ ଦାୟିତ୍ବରେ ଅଛନ୍ତି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ସମ୍ବଲପୁର ଏସପିଙ୍କୁ୍ ତଦନ୍ତର ତଦାରଖ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏସପିଙ୍କ ତତ୍ତ୍ବାବଧାନରେ ଯଥା ଶୀଘ୍ର ତଦନ୍ତ ସଂପୂର୍ଣ୍ଣ କରି ଚାର୍ଜସିଟ/ଫାଇନାଲ ଫର୍ମ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ‌ ନେଇ ଗଠିତ ଖଣ୍ଡପୀଠ  ଚିନ୍ମୟୀଙ୍କ ମା ଲବଙ୍ଗ ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୧୨କୁ  ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe