ଓଡ଼ିଶା ଷ୍ଟାଫ ସଲେକ୍ସନ କମିସନ ଅଧ୍ୟକ୍ଷଙ୍କ କାର୍ଯ୍ୟ ଅବଧିକୁ ନେଇ ବିବାଦସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଓଡ଼ିଶା ଷ୍ଟାଫ ସିଲେକ୍ସନ୍‌ କମିସନ୍‌ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳକୁ ନେଇ ବିବାଦ ଦେଖା ଦେଇଛି। ବର୍ତ୍ତମାନର ଅଧ୍ୟକ୍ଷ ଆଉ ଏହି ପଦରେ ରହିବା ଆଇନ ସମ୍ମତ ନୁହେଁ ବୋଲି ଦର୍ଶାଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି।

fdfhfhth

କଟକ: ଓଡ଼ିଶା ଷ୍ଟାଫ ସିଲେକ୍ସନ୍‌ କମିସନ୍‌ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳକୁ ନେଇ ବିବାଦ ଦେଖା ଦେଇଛି। ବର୍ତ୍ତମାନର ଅଧ୍ୟକ୍ଷ ଆଉ ଏହି ପଦରେ ରହିବା ଆଇନ ସମ୍ମତ ନୁହେଁ ବୋଲି ଦର୍ଶାଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ମାମଲାରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅରିନ୍ଦମ ସିହ୍ନା ଓ ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଉମାଶଙ୍କର ପାଢୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଫେବ୍ରୁଆରି ୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। 

ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ କମିସନ୍‌ ଅଧ୍ୟକ୍ଷଙ୍କ ନିଯୁକ୍ତି ସଂପର୍କିତ ୨୦୨୨, ଏପ୍ରିଲ୍‌ ୧୩ର ବିଜ୍ଞପ୍ତି ସଂକ୍ରାନ୍ତରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ବିଜ୍ଞପ୍ତି ଅନୁସାରେ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୫ ବର୍ଷ ବା ୬୨ ବର୍ଷ ବୟସ ପୂରଣ ପର୍ଯ୍ୟନ୍ତ ରହିବା କଥା। ତେଣୁ ୫ ବର୍ଷ ଅବଧି ପୂର୍ବରୁ ଯଦି ଅଧ୍ୟକ୍ଷଙ୍କୁ ୬୨ ବର୍ଷ ବୟସ ପୂରିଯାଏ ତେବେ ତାଙ୍କ କାର୍ଯ୍ୟକାଳ ଶେଷ ହେବା କଥା। ବର୍ତ୍ତମାନର ଅଧ୍ୟକ୍ଷଙ୍କୁ ୬୨ ବର୍ଷ ପୂରି ସାରିଛି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ସେ ଏହି ପଦବିରେ ଆଉ ରହିବା କଥା ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଯୁକ୍ତିରେ ଦର୍ଶାଯାଇଥିଲା। ମାମଲାରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ, ଅବସରପ୍ରାପ୍ତ ଆଇପିଏସ ଅଭୟ, ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe