କଟକ: ରାଗିଂ ଅଭିଯୋଗକୁ ନେଇ ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ଫୌଜଦାରୀ ମାମଲାକୁ ହାଇକୋର୍ଟ ରଦ୍ଦ କରିବା ସହିତ ଅନାଥାଶ୍ରମରେ ସ୍ବେଚ୍ଛାସେବୀ ଭାବେ ଏକ ସପ୍ତାହ କାର୍ଯ୍ୟ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଆଇନ ଛାତ୍ରମାନେ ନିଜ ପସନ୍ଦର ଏକ ଅନାଥାଶ୍ରମରେ ଏକ ସପ୍ତାହ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରିବେ। ଏହି ଅବଧି ଭିତ‌ରେ ଅନାଥାଶ୍ରମରେ ପଢୁଥିବା ପିଲାମାନଙ୍କୁ ଶିକ୍ଷାଦାନ କରିବା ବା ସେମାନଙ୍କ ପାଇଁ କର୍ମଶାଳା ଆୟୋଜନ କରିବା ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହି ଖବର ପଢ଼ନ୍ତୁ: ବିକଶିତ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ସହଯୋଗ ଜରୁରୀ: ରାଷ୍ଟ୍ରପତି

ଆବେଦନକାରୀ ଏଥି ପାଇଁ ଅନାଥାଶ୍ରମ ଚୟନ କରିବେ ଓ ଏହାର ମୁଖ୍ୟଙ୍କୁ ଏହି ନିର୍ଦ୍ଦେଶ ସଂକ୍ରାନ୍ତରେ ଅବଗତ କରିବେ। ଏକ ସପ୍ତାହର ଶିକ୍ଷାଦାନ ବା କର୍ମଶାଳା ଆୟୋଜନ କାର୍ଯ୍ୟ ସଂପୂର୍ଣ୍ଣ କରିବା ପରେ ଅନାଥାଶ୍ରମର ମୁଖ୍ୟଙ୍କ ଠାରୁ ଏ ସଂପର୍କିତ ପ୍ରମାଣପତ୍ର ଆଣିବେ। ଏପରି ପ୍ରମାଣପତ୍ର ଚାରି ସପ୍ତାହ ଭିତରେ ହାଇକୋର୍ଟରେ ଆବେଦନକାରୀ ଦାଖଲ କରିବେ। ଏପରି ଅନୁଭବ ଆବେଦନକାରୀଙ୍କୁ ସକରାତ୍ମକ ଦିଗରେ ନେବ ବୋଲି ହାଇକୋର୍ଟ ଆଶା ପ୍ରକାଶ କରିଛନ୍ତି। ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଭୁବନେଶ୍ବରର ଏକ ଘରୋଇ ଆଇନ ଶିକ୍ଷାନୁଷ୍ଠାନର ଚାରି ଜଣ ଛାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଏହି ଖବର ପଢ଼ନ୍ତୁ: ପ୍ରବାସୀଙ୍କ ପ୍ରସ୍ତାବକୁ ଗୁରୁତ୍ଵ ଦେବା ପାଇଁ ଲୋକଙ୍କ ସରକାର ପ୍ରତିବଦ୍ଧ: ମୋହନ

ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଆଇନର ଛାତ୍ର ଭାବେ ଆବେଦନକାରୀଙ୍କ ଆଚରଣ ଅଶୋଭନୀୟ ଥିଲା। ଜଣେ ଭଲ ଆଇନ ଛାତ୍ର ଭଲ ଆଇନଜୀବୀ ହୋଇ ପାରିବେ। ଆଇନଗତ ଜ୍ଞାନ ବାଦ ଜଣେ ଆଇନଜୀବୀ ଦୁର୍ବଳଙ୍କ ନିମିତ୍ତ କାର୍ଯ୍ୟ କରିବେ, ନ୍ୟାୟର ରକ୍ଷକ ହେବେ ଓ ପାଟି ଖୋଲି ପାରୁନଥିବା ବ୍ୟକ୍ତିଙ୍କ ସ୍ବର ହେ‌ବେ ବୋଲି ଆଶା କରାଯାଏ।ଆଇନଜୀବୀ ଉଚ୍ଚମାନର ନୈତିକ ମୂଲ୍ୟବୋଧ ବଜାୟ ରଖିବା ସହିତ ଜଣେ ଆଦର୍ଶ ନାଗରିକ ଭାବେ ଉଦାହରଣ ସୃଷ୍ଟି କରନ୍ତି। ଅନ୍ୟପକ୍ଷରେ କ୍ୟାରିଅରର ପ୍ରାରମ୍ଭିକ ପର୍ଯ୍ୟାୟରେ ଆବେଦନକାରୀଙ୍କ ଆଚରଣ ଆପତ୍ତିଜନକ ବୋଲି ହାଇକୋର୍ଟ କହିଛନ୍ତି। 

ଏହି ଖବର ପଢ଼ନ୍ତୁ: ହୁସ୍ ମନି ମାମଲାରେ ଦୋଷମୁକ୍ତ ହେଲେ ଡୋନାଲ୍ଡ ଟ୍ରମ୍ପ

ମାମଲାର ବିବରଣୀରୁ ପ୍ରକାଶ ଯେ ଭୁବନେଶ୍ବରର ଏକ ଘରୋଇ ଆଇନ ଶିକ୍ଷା ଅନୁଷ୍ଠାନରେ ବରିଷ୍ଠ ଛାତ୍ରମାନେ ଜଣେ କନିଷ୍ଠ ଛାତ୍ରଙ୍କୁ ରାଗିଂ କରିଥିବା ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଥିଲା। ରାଗିଂ କରିଥିବା ବରିଷ୍ଠ ଛାତ୍ରମାନେ କନିଷ୍ଠ ଛାତ୍ର ଜଣଙ୍କୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ପୀଡ଼ିତ କନିଷ୍ଠ ଛାତ୍ରଙ୍କ ବାପାଙ୍କ ୨୦୨୪, ମାର୍ଚ୍ଚ ୧୫ର ଏତଲା ଆଧାରରେ ଭରତପୁର ଥାନାରେ ଆଇପିସିର ୨୯୪, ୩୪୧, ୩୨୩, ୩୨୪, ୫୦୬, ୩୪ରେ ମାମଲା ରୁଜୁ ହୋଇଥିଲା।  

ଏହି ଖବର ପଢ଼ନ୍ତୁ: ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରଥମ ଦିନରେ ହେଲା ଏତିକି ନାମାଙ୍କନ