ରାଜା ଚକ୍ରଙ୍କୁ ଝଟ୍‌କା: ଜାମିନ ଆବେଦନ ଖାରଜ କଲେ ଓଡ଼ିଶା ହାଇକୋର୍ଟ

ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ଲୋଡିଂ ମାମଲାରେ ରାଜା ଚକ୍ରଙ୍କ ଜାମିନ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟ ରାଜାଙ୍କ ୩ ସହଯୋଗୀଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରିଦେଇଛନ୍ତି।

Raja Chakra HC

Raja Chakra Photograph: (sambad.in)

ଭୁବନେଶ୍ବର: ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ଲୋଡିଂ ମାମଲାରେ ରାଜା ଚକ୍ରଙ୍କ ଜାମିନ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟ ରାଜାଙ୍କ ୩ ସହଯୋଗୀଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରିଦେଇଛନ୍ତି।

ଏହି ମାମଲାରେ ୫ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ମାନସ ବାରିକ, ଉତ୍କଳ ଦାସ, ସୁଶାନ୍ତ ସାମଲଙ୍କ ଜାମିନ ଖାରଜ କରାଯାଇଛି। ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଚକ୍ରଙ୍କ ସହଯୋଗୀ ମାର୍ଚ୍ଚ ୨୦ ତାରିଖରେ ଗିରଫ ହୋଇଥିଲା।

ସୂଚନାଯୋଗ୍ୟ, ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲାରେ ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ୪ ବର୍ଷରେ ଗାଁ ଲୋକଙ୍କୁ ରାଜା ୩୩ କୋଟି ଟଙ୍କା ବାଣ୍ଟିଥିବା ତଦନ୍ତରୁ ଜଣାପଡ଼ିଥିଲା। ମା’ କାଳୀ ନାମକ ଏକ ପ୍ରେଟ୍ରୋଲ ପମ୍ପକୁ ୯.୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଶ୍ରମିକମାନଙ୍କୁ ପାଉଣା ନାଁରେ ମଧ୍ୟ ଠକେଇ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ରାଜାଙ୍କୁ ମିଳୁଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ଉଠାଇ ଦେଇଥିବା ବେଳେ ହାଇକୋର୍ଟ ବର୍ତ୍ତମାନ ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି।

Orissa High Court

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe