ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସୁନା ବ୍ୟବସାୟୀ ଗୁରୁତର, ଲୁଟି ନେଲେ ସୁନା ଓ ରୁପା ଅଳଙ୍କାର

ଦୁର୍ବୃତ୍ତମାନଙ୍କ ଗୁଳିମାଡ଼ରେ ବାଲୁଗାଁ ଏନଏସି ଉମାକାନ୍ତପୁର ଗାଁର କେଳୁଚରଣ ନାୟକଙ୍କ ସୁନା ବ୍ୟବସାୟୀ ପୁଅ ପ୍ରହଲ୍ଲାଦ ନାୟକ ଗୁରୁତର ହୋଇ ପଡ଼ିଥିବା ବେଳେ ଦୁର୍ବୃତ୍ତମାନେ ଗୁଳି ମାଡ଼ପରେ ସମସ୍ତ ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଛନ୍ତି।

zx

ବାଲୁଗାଁ: ଦୁର୍ବୃତ୍ତମାନଙ୍କ ଗୁଳିମାଡ଼ରେ ସୁନା ବ୍ୟବସାୟୀ ଗୁରୁତର ହୋଇ ପଡ଼ିଥିବା ବେଳେ  ଦୁର୍ବୃତ୍ତମାନେ ଗୁଳି ମାଡ଼ପରେ ସମସ୍ତ ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଛନ୍ତି। ତେବେ ବାଲୁଗାଁ ପୁଲିସ ସମସ୍ତ ରାସ୍ତାକୁ ସିଲ କରି ତଦନ୍ତ ଆରମ୍ଭ କରିଛନ୍ତି ।

ଘଟଣାରୁ ପ୍ରକାଶ ବାଲୁଗାଁ ଏନଏସି ଉମାକାନ୍ତପୁର ଗାଁର କେଳୁଚରଣ ନାୟକଙ୍କ ପୁଅ ପ୍ରହଲ୍ଲାଦ ନାୟକ (୪୦) ବାଲୁଗାଁ ବଜାରରେ ଓଁକାର ନାମକ ସୁନା ଦୋକାନ ଦେଇଥିବା ବେଳେ ଅଧିକାଂଶ ସମୟରେ ନିକଟସ୍ଥ ଗ୍ରାମମାନଙ୍କୁ ଯାଇ ସୁନା ଓ ରୁପା ବ୍ୟବସାୟ କରିଥାନ୍ତି । ଶୁକ୍ରବାର ସକାଳ ୯ଟା ସମୟରେ ନିଜ ଘରୁ ସୁନା ଓ ରୁପା ଅଳଙ୍କାର ନେଇ ନିଜ ବାଇକ ଦ୍ୱାରା ବ୍ୟବସାୟ ପାଇଁ ଯିବା ସମୟରେ ନିମିକ୍ଷେତା ଗ୍ରାମ ପଛ ରାସ୍ତାରେ ପଛରୁ ୨ଟି ବାଇକରେ ୫ଜଣ ଦୁର୍ବୃତ୍ତ ଆସି ପ୍ରହଲ୍ଲାଦଙ୍କୁ ଅଟକାଇବା ସହିତ ଅଳଙ୍କାର ବ୍ୟାଗକୁ ଛଡ଼ାଇ ବାକୁ ଚେଷ୍ଟା କରିଥିଲେ । ପ୍ରହଲ୍ଲାଦ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରେ ସେଥି ମଧ୍ୟରୁ ଜଣେ ଦୁର୍ବୃତ୍ତ ବନ୍ଧୁକ ବାହାର କରି ଦୁଇ ରାଉଣ୍ଡ ଗୁଳି ପ୍ରହଲ୍ଲାଦଙ୍କ ଉପରକୁ ଚଳାଇଥିଲେ ।ପ୍ରହଲ୍ଲାଦଙ୍କ ଛାତି ଓ ଡାହାଣ ହାତ କାନ୍ଧରେ ଗୁଳି ବାଜିଥିଲା ବେଳେ ରକ୍ତସ୍ରାବ ହେବାରେ ଘଟଣା ସ୍ଥଳରେ ପଡ଼ିଯାଇଥିଲେ ।ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଅଳଙ୍କାର ବ୍ୟାଗକୁ ଛଡ଼ାଇ ନେଇ ୧୬ନମ୍ବର ଜାତୀୟ ରାଜପଥ ଅଭିମୁଖେ ଦ୍ରୁତ ଗତିରେ ଚାଲି ଯାଇଥିଲେ । 

ବାଲୁଗାଁ ଏନଏସି ଉମାକାନ୍ତପୁର ଗାଁର କେଳୁଚରଣ ନାୟକଙ୍କ ପୁଅ ପ୍ରହଲ୍ଲାଦ ନାୟକ (୪୦) ବାଲୁଗାଁ ବଜାରରେ ଓଁକାର ନାମକ ସୁନା ଦୋକାନ ଦେଇଥିବା ବେଳେ ଅଧିକାଂଶ ସମୟରେ ନିକଟସ୍ଥ ଗ୍ରାମମାନଙ୍କୁ ଯାଇ ସୁନା ଓ ରୁପା ବ୍ୟବସାୟ କରିଥାନ୍ତି । ଶୁକ୍ରବାର ସକାଳ ୯ଟା ସମୟରେ ନିଜ ଘରୁ ସୁନା ଓ ରୁପା ଅଳଙ୍କାର ନେଇ ନିଜ ବାଇକ ଦ୍ୱାରା ବ୍ୟବସାୟ ପାଇଁ ଯିବା ସମୟରେ ନିମିକ୍ଷେତା ଗ୍ରାମ ପଛ ରାସ୍ତାରେ ପଛରୁ ୨ଟି ବାଇକରେ ୫ଜଣ ଦୁର୍ବୃତ୍ତ ଆସି ପ୍ରହଲ୍ଲାଦଙ୍କୁ ଅଟକାଇବା ସହିତ ଅଳଙ୍କାର ବ୍ୟାଗକୁ ଛଡ଼ାଇ ବାକୁ ଚେଷ୍ଟା କରିଥିଲେ । ପ୍ରହଲ୍ଲାଦ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରେ ସେଥି ମଧ୍ୟରୁ ଜଣେ ଦୁର୍ବୃତ୍ତ ବନ୍ଧୁକ ବାହାର କରି ଦୁଇ ରାଉଣ୍ଡ ଗୁଳି ପ୍ରହଲ୍ଲାଦଙ୍କ ଉପରକୁ ଚଳାଇଥିଲେ ।ପ୍ରହଲ୍ଲାଦଙ୍କ ଛାତି ଓ ଡାହାଣ ହାତ କାନ୍ଧରେ ଗୁଳି ବାଜିଥିଲା ବେଳେ ରକ୍ତସ୍ରାବ ହେବାରେ ଘଟଣା ସ୍ଥଳରେ ପଡ଼ିଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଅଳଙ୍କାର ବ୍ୟାଗକୁ ଛଡ଼ାଇ ନେଇ ୧୬ନମ୍ବର ଜାତୀୟ ରାଜପଥ ଅଭିମୁଖେ ଦ୍ରୁତ ଗତିରେ ଚାଲି ଯାଇଥିଲେ। 

ଘଟଣା ସ୍ଥଳରେ ପ୍ରହଲ୍ଲାଦ ପଡି ଛଟପଟ ହେଉଥିଲା ବେଳେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଚିକିତ୍ସା ପାଇଁ ବାଲୁଗାଁ ମେଡିକାଲକୁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।ଅନ୍ୟ ପକ୍ଷରେ ବାଲୁଗାଁ ଏସ୍ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଓ ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡ଼ା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ସିସିଟିଭି ଆଧାରରେ ଯାଞ୍ଚ ଚାଲିଛି ।ସପ୍ତାହ ମଧ୍ୟରେ ଦୁଇଟି ଘଟଣା ଘଟିଥିବା ବେଳେ ବ୍ୟବସାୟୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ପୁଲିସ ଏକ ମାମଲା ରୁଜୁ କରି ସମସ୍ତ ରାସ୍ତାକୁ ସିଲ କରିଦେଇଥିବା ସହିତ ତଦନ୍ତକୁ ଜୋରଦାର କରିଛନ୍ତି ।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe