ରାଜସ୍ବ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଜରୁରୀ ସେବାରେ ଯୋଗଦେବେ ଓଆରଏସ୍‌ ଅଧିକାରୀ

Advertisment

ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇ ଥିବା ଓଏଏସ୍‌ ସଂଘ ଆନ୍ଦୋଳନକୁ ଜାରି ରଖିଥିବା ବେଳେ ଓଆରଏସ୍‌ ସଂଘ ଏଥିରୁ ସାମୟିକ ଭାବେ ଓହରିଛି।

ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇ ଥିବା ଓଏଏସ୍‌ ସଂଘ ଆନ୍ଦୋଳନକୁ ଜାରି ରଖିଥିବା ବେଳେ ଓଆରଏସ୍‌ ସଂଘ ଏଥିରୁ ସାମୟିକ ଭାବେ ଓହରିଛି।

suresh pujhari at bidhansabha

ଭୁବନେଶ୍ବର: ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇ ଥିବା ଓଏଏସ୍‌ ସଂଘ ଆନ୍ଦୋଳନକୁ ଜାରି ରଖିଥିବା ବେଳେ ଓଆରଏସ୍‌ ସଂଘ ଏଥିରୁ ସାମୟିକ ଭାବେ ଓହରିଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅନୁରୋଧ ରକ୍ଷାକରି ଓଆରଏସ୍‌ କର୍ମଚାରୀମାନେ ଜରୁରୀକାମରେ ଯୋଗଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ରାଜସ୍ବ ମନ୍ତ୍ରୀଙ୍କ ଅନୁରୋଧ ଅନୁସାରେ ରଥଯାତ୍ରା ଓ ବନ୍ୟା ଡ୍ୟୁଟି କରିବାକୁ ରାଜି ହୋଇଛନ୍ତି। କିନ୍ତୁ ଅନ୍ୟାନ୍ୟ କ୍ଷେତ୍ରରେ ଦାବି ପୂରଣ ନ ହେବା କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

ଅନ୍ୟପଟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓଆରଏସ୍‌ ଅଧିକାରୀଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିବେଦନ କରିଛନ୍ତି। ଆନ୍ଦୋଳନକୁ ନ ଯାଇ ସରକାରଙ୍କ ସହ ଆଲୋଚନା ପାଇଁ ଆସନ୍ତୁ ବୋଲି କହିଛନ୍ତି। 

ଓଆରଏସ୍‌ ସଂଘ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏକ ବୈଠକରେ ଆଲୋଚନା କରିଥିଲେ। ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମଧ୍ୟ ଉପସ୍ଥିତ ଥିଲେ। ସମୂହ ଛୁଟିରେ ଥିବା ଓଆରଏସ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ବୁଝାଇଥିଲେ।  

ଓଏଏସ୍ ଅଫିସରଙ୍କୁ ମାଡ଼ ଘଟଣାରେ ପରିବହନ ମନ୍ତ୍ରୀ  ବିଭୂତି ଭୂଷଣ ଜେନାଙ୍କ ବଡ଼ ମନ୍ତବ୍ୟ ଆସିଛି। ଘଟଣା ପଛରେ ଥିବା ମୁଖ୍ୟ ଆସାମୀକୁ ଛଡ଼ା ଯିବନି ବୋଲି ମନ୍ତ୍ରୀ କହିଛନ୍ତି। ଯିଏ ବି ଏ କାଣ୍ଡ କରେଇଛି କାହାକୁ ଛଡ଼ା ଯିବନି। ସମସ୍ତଙ୍କୁ ଗିରଫ କରାଯିବ କାର୍ଯ୍ୟାନୁଷ୍ଠାନ କରାଯିବ। ଏନେଇ  ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ ଦେଇ ସାରିଛନ୍ତି। ଅପ୍ରୀତିକର ପରିସ୍ଥିତି ନହେବା କଥା ହୋଇଯାଇଛି। କଲମ ଛାଡ଼ ଆନ୍ଦୋଳନର ସମାଧାନ ଶୀଘ୍ର ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି।

ରଥଯାତ୍ରାରେ ସୃଷ୍ଟି ହୋଇଥିବା ଦଳଚକଟା ଭଳି ସ୍ଥିତି ନେଇ ରାଜ୍ୟରେ ଶାସକ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ସରକାର ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି। ସମୀକ୍ଷା ବୈଠକ ଜୋର ହେଉଛି କିନ୍ତୁ କାମ ହେଉନାହିଁ ବୋଲି ବି‌ରୋଧୀ ଅଭିଯୋଗ କରିଛନ୍ତି। ସରକାରଙ୍କ ଠାକୁରଙ୍କ ପ୍ରତି ଭକ୍ତି ନାହିଁ, ଲୋକଙ୍କ ପ୍ରତି ଆନ୍ତରିକତା ନାହିଁ। ସରକାର ସୁରକ୍ଷା ଦେଇ ପାରିନାହାନ୍ତି ଫଳରେ ଲୋକେ ପୁରୀକୁ ଆସିବାକୁ ଡରୁଛନ୍ତି ବୋଲି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ କଥାକୁ କେହି ମାନୁ ନାହାନ୍ତି, ମାନୁଥିଲେ ଏପରି ବିଭ୍ରାଟ ହୋଇନଥାନ୍ତା। କେବଳ ଏସପି କଲେକ୍ଟରଙ୍କ ବଦଳି ନ କରି ବଡ଼ ଅଫିସରଙ୍କ ଉପରେ କାହିଁକି ଆକ୍ସନ ନେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

Suresh Pujari 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe