ମୁଖ୍ୟମନ୍ତ୍ରୀଙ୍କ ସହ ଓସ୍‌ଜା ପ୍ରତିନିଧିଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ଓଡ଼ିଶାରେ କାର୍ଯ୍ୟରତ କ୍ରୀଡ଼ା ସାମ୍ବାଦିକଙ୍କୁ ନେଇ ଗଠିତ ରାଜ୍ୟ ସଂଘ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ)ର ଏକ ପ୍ରତିନିଧି ମଣ୍ଡଳି ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ଦାବି ବିଷୟରେ ଆଲୋଚନା କରିଛନ୍ତି।

ଭୁବନେଶ୍ବର: ଓଡ଼ିଶାରେ କାର୍ଯ୍ୟରତ କ୍ରୀଡ଼ା ସାମ୍ବାଦିକଙ୍କୁ ନେଇ ଗଠିତ ରାଜ୍ୟ ସଂଘ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ)ର ଏକ ପ୍ରତିନିଧି ମଣ୍ଡଳି ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ଦାବି ବିଷୟରେ ଆଲୋଚନା କରିଛନ୍ତି। ଦୁଇ ଦଶନ୍ଧି ଧରି ସଂଗଠିତ ଓସ୍‌ଜାର କିଛି ମୌଳିକ ଆବଶ୍ୟକତା ସମ୍ପର୍କରେ ବିସ୍ତୃତଭାବେ ଆଲୋଚନା ହେବା ପରେ ମୁଖ୍ୟମନ୍ତ୍ରୀ ଏ ଦିଗରେ ସକରାତ୍ମକ ଆଭିମୁଖ୍ୟ ରଖିଥିବା ସୂଚନା ମିଳିଛି।

publive-image

ରାଜ୍ୟର ସର୍ବୋଚ୍ଚ କ୍ରୀଡ଼ା ସାମ୍ବାଦିକତା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ବିଜେତାମାନଙ୍କୁ ଓଡ଼ିଶା ସରକାର ଅନ୍ୟୁନ ସ୍ବୀକୃତିପ୍ରଦାନ କରିବା ପ୍ରମୁଖ ଦାବି ଅନ୍ୟତମ ମୁଖ୍ୟ ଥିଲା। ଏହା ବ୍ୟତୀତ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ରାଜ୍ୟର କ୍ରୀଡ଼ା ସାମ୍ବାଦିକଙ୍କ ପାଇଁ ଏକ ସ୍ବତନ୍ତ୍ର ମିଡିଆ ସେଣ୍ଟର୍‌ ସହ ସମସ୍ତ ପ୍ରକାର‌ ପେସାଦାର ସୁବିଧା ସ‌ୁଯୋଗ ଉପଲବ୍‌ଧ କରାଇବା ପାଇଁ ମଧ୍ୟ ଦାବି ଉପସ୍ଥାପନ କରାଯାଇଥିଲା।  

ଏହି ପ୍ରତିନିଧି ମଣ୍ଡଳିରେ ବରିଷ୍ଠ ସାମ୍ବାଦିକ କେ ରବି, ଓସ୍‌ଜାର ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି ସମ୍ବିତ ମହାପାତ୍ର, ଉପ ସଭାପତି ସମୀକ୍ଷା ପଟ୍ଟନାୟକ, ତପନ ସ୍ବାଇଁ, ସମ୍ପାଦକ ସୁରେଶ ସ୍ବାଇଁ, ସହ ସମ୍ପାଦକ ହିମାଂଶୁପତି ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ବିମଳ କୁମାର ରାଉଳ, ଶକ୍ତି ପ୍ରସାଦ ନନ୍ଦ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe