ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୨ଜଣଙ୍କ ମୃତ୍ୟୁ, ୧୦ଜଣଙ୍କର ଅବସ୍ଥା ସଂକଟାପନ୍ନ

ରାଜ୍ୟ ସରକାରଙ୍କ ଏକ ଯାତ୍ରୀବାହୀ ବସ୍‌ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ଖମାର ଅଞ୍ଚଳରେ ରବିବାର ଅପରାହ୍‌ଣରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କେନ୍ଦୁଝରରୁ ପାଲଲହଡ଼ାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିବା ପରେ ବସ୍‌ରେ ଥିବା ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Bus accident in Pallahada of Angul district.

Bus accident in Pallahada of Angul district. Photograph: (sambad.in)

ତାଳଚେର/ଖମାର: ରାଜ୍ୟ ସରକାରଙ୍କ ଏକ ଯାତ୍ରୀବାହୀ ବସ୍‌ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ଖମାର ଅଞ୍ଚଳରେ ରବିବାର ଅପରାହ୍‌ଣରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାରିପଦାରୁ ପାଲଲହଡ଼ାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିବା ପରେ ବସ୍‌ର ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ତାଳଚେଳ ଉପଖଣ୍ଡ ଡାକ୍ତରଖାନା ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରୁ ପ୍ରାୟ ୪୦ ଜଣ ଯାତ୍ରୀ ବର୍ତ୍ତି ଯାଇଛନ୍ତି।

ସୂଚନା‌ ଅନୁସାରେ ଆଜି ଅପରାହ୍‌ଣରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି)ର ଏକ ଯାତ୍ରୀବାହୀ ବସ୍‌ ବାରିପଦାରୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଭିମୁଖେ ବାହାରି ଥିଲା। ସରକାରୀ ଯାତ୍ରୀବାହୀ ବସ୍‌ଟି ଜାତୀୟ ରାଜପଥରେ ଆଗକୁ ବଢୁଥିବା ବେଳେ ଖମାର ଥାନା ଅଧୀନ ଗହମ ପଞ୍ଚାୟତ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲା। ବସ୍‌ଟି ସାଧାରଣ ଦୁର୍ଘଟଣାର ସାମ୍ନା କରି ନଥିଲା। ଏହା ସଂପୂର୍ଣ୍ଣ ଓଲଟି ପଡ଼ିଥିଲା।

ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିବା ପରେ ବସ୍‌ରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣାର ପାରିପାର୍ଶ୍ବିକ ଅବସ୍ଥା ଯାହା ବୟାନ କରୁଛି, ଦୁର୍ଘଟଣା ସମୟର ସ୍ଥିତି ନିଶ୍ଚିତ ଭାବେ ଖରାପ ଥିବ। ବସ୍‌ରେ ଯାତ୍ରୀ ଫୁଲ ଥାଇ ମଧ୍ୟ ଓଲଟି ପଡ଼ିବା ସାଧାରଣ କଥା ନୁହେଁ। ବସ୍‌ ଓଲଟିବା ବେଳେ ଏଥିରେ ଥିବା ଯାତ୍ରୀମାନେ ଶକ୍ତ ଧକ୍କା ଖାଇଥିଲେ। କିଛି ଯାତ୍ରୀ ଦୁର୍ଘଟଣାଗ୍ରସ୍ତ ବସ୍‌ର ତଳେ ଚାପି ହୋଇଯାଇଥିଲେ। ଫଳରେ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା। 

ସୂଚନା ପାଇ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲା। ସ୍ଥାନୀୟ ଲୋକଙ୍କର ସହାୟତାରେ ପୁଲିସ ସମସ୍ତ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛି। ତେବେ ଡାକ୍ତରଖାନାରେ ୨ ଜଣ ଆହତଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ୧୦ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି। ତେବେ ଖୁସିର କଥା ହେଲା ଯେ, ଏହି ଦୁର୍ଘଟଣାରୁ ୪୦ ଜଣ ଯାତ୍ରୀ ବର୍ତ୍ତି ଯାଇଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe