ଲାହୋର: ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମୁକାବିଲା ଖେଳିବନି ବୋଲି ପାକିସ୍ତାନର ଘୋଷଣା ପରେ କ୍ରିକେଟ୍ ଜଗତରେ ହଇଚଇ ସୃଷ୍ଟି ହୋଇଛି। ଏହା ପରେ କ୍ରିକେଟ୍ ପ୍ରଶଂସକମାନେ ଆସନ୍ତା ଫେବ୍ରୁଆରି ୧୫ରେ ହେବାକୁ ଥିବା ଏହି ମହାମୁକାବିଲା ଦେଖିବାରୁ ବଞ୍ଚିତ ହେବେ। ତେବେ ଏହି ପ୍ରସଙ୍ଗରେ ପାକିସ୍ତାନ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ସଲମାନ ଅଲି ଆଗାଙ୍କ ପ୍ରତିକ୍ରିୟା ଆସିଛି।

Advertisment

ଅଷ୍ଟ୍ରେଲିଆ ସହିତ ଶେଷ ଟ୍ବେଣ୍ଟି-୨୦ ମୁକାବିଲା ପରେ ସେ କହିଛନ୍ତି "ଏହା ଖେଳାଳିମାନଙ୍କ ନିଷ୍ପତ୍ତି ନୁହେଁ। ଆମ ସରକାରଙ୍କ ନିଷ୍ପତ୍ତି। ଆମେ ଏଥିରେ କିଛି କରିପାରିବୁ ନାହିଁ। ଆମେ କିନ୍ତୁ ବିଶ୍ବକପ୍ ଖେଳିବାକୁ ଯାଉଛୁ। ପାକିସ୍ତାନ ସରକାର ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆମକୁ ଯାହା ନିର୍ଦ୍ଦେଶ ଦେବେ ଆମେ ତାହାକୁ ପାଳନ କରିବୁ।"

ଆହୁରି ପଢ଼ନ୍ତୁ: Dacoity Keonjhar ବନ୍ଧୁକ ମୁନରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା

ବିଶ୍ବକପରୁ ବାଦ୍ ପଡ଼ିଥିବା ବାଂଲାଦେଶକୁ ସମର୍ଥନ ଦର୍ଶାଇବାକୁ ପାକିସ୍ତାନର ନିଷ୍ପତ୍ତି

ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ତଥା ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ମହସିନ ନକଭୀ କହିଥିଲେ ଯେ ବିଶ୍ବକପରେ ପାକିସ୍ତାନର ଅଂଶଗ୍ରହଣ ସମ୍ପର୍କରେ ସରକାର ନିଷ୍ପତ୍ତି ନେବେ। ରବିବାର ସଂଧ୍ୟାରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କୁ ଭେଟି ଏକ ବୈଠକ କରିଥିଲେ। ଏହି ବୈଠକର କିଛି ସମୟ ପରେ ଅର୍ଥାତ୍ ରାତି ୮ଟା ସମୟରେ ପାକିସ୍ତାନ ସରକାର ନିଜର ନିଷ୍ପତ୍ତି ଘୋଷଣା କରିଥିଲେ। ନିଷ୍ପତ୍ତି ଅନୁସାରେ ପାକିସ୍ତାନ ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପର ଖେଳିବ, କିନ୍ତୁ ଫେବ୍ରୁଆରି ୧୫ରେ ହେବାକୁ ଥିବା ଭାରତ ବିପକ୍ଷ ମୁକାବିଲାକୁ ବର୍ଜନ କରିବ। ବିଶ୍ବକପରୁ ବାଦ୍ ପଡ଼ିଥିବା ବାଂଲାଦେଶକୁ ସମର୍ଥନ ଦର୍ଶାଇବାକୁ ପାକିସ୍ତାନ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି।