ଚାକିରି ସ୍ଥାୟୀ ଦାବିରେ ନନ୍ଦନକାନନରେ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ପ୍ରତିବାଦ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ  ଅସ୍ଥାୟୀ ଭାବେ କାର୍ଯ୍ୟରତ ଆଉଟ୍ ସୋର୍ସିଂ କର୍ମଚାରୀମାନେ ସୋମାନଙ୍କ ନିଯୁକ୍ତିକୁ ସ୍ଥାୟୀ ଦାବି କରିଛନ୍ତି। ସରକାର ବେତନ ପ୍ରଦାନ କରିବା ସହ ଅନ୍ୟାନ୍ୟ ଦାବି ପୂରଣ କରନ୍ତୁ ବୋଲି ସେମାାନେ କହିଛନ୍ତି।

Strike at Nanadankanan

Strike at Nanadankanan Photograph: (sambad.in)

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ  ଅସ୍ଥାୟୀ ଭାବେ କାର୍ଯ୍ୟରତ ଆଉଟ୍ ସୋର୍ସିଂ କର୍ମଚାରୀମାନେ ସୋମାନଙ୍କ ନିଯୁକ୍ତିକୁ ସ୍ଥାୟୀ ଦାବି କରିଛନ୍ତି। ସରକାର ବେତନ ପ୍ରଦାନ କରିବା ସହ ଅନ୍ୟାନ୍ୟ ଦାବି ପୂରଣ କରନ୍ତୁ ବୋଲି ସେମାାନେ ପ୍ରବେଶ ଫାଟକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ  ଧାରଣାରେ ବସିଛନ୍ତି।

କର୍ମଚାରୀ ସଂଘର ସଭାପତି ଜୟନ୍ତ କୁମାର ରାଉତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣାକୁ ନନ୍ଦନକାନନ ଗାଇଡ ସଂଘ ଓ ବୁଦ୍ଧିଜିବୀମାନେ ଯୋଗଦେଇ ସମର୍ଥନ କରିଥିଲେ। ଦାରୁଙ୍ଗ ସରପଞ୍ଚ ତପନ କୁମର ଚକ୍ରବର୍ତ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ, ଗାଇଡ ସଂଘର ସଭାପତି ସୁମନ୍ତ ସୁନ୍ଦରରାୟ ଓ ସମ୍ପାଦକ ସନାତନ ରାଉତଙ୍କ ସମେତ ସାମିଲ ହୋଇଥିଲେ।

କର୍ମଚାରୀ  ସଂଘ ତରଫରୁ ଖାଲି ପଡ଼ିଥିବା ସ୍ଥାୟୀ ପଦବୀରେ ଅସ୍ଥାୟୀ କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇ ସ୍ଥାୟୀ ମାନ୍ୟତା ପ୍ରଦାନ କରାଯିବା ନେଇ ବାରମ୍ବାର ମୁଖ୍ୟମନ୍ତୀଙ୍କ ଠାରୁ ବିଭାଗୀୟ ଅଧିକାରୀଙ୍କୁ ପତ୍ର ଲେଖି ଅନୁରୋଧ କରାଯିବା ସତ୍ତ୍ଵେ କୌଣସି ସୁଫଳ ମିଳି ନାହିଁ। ଫଳରେ କର୍ମଚାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ନନ୍ଦନକାନନ ଚିଡିଆଖାନାର ବହୁ କର୍ମଚାରୀଙ୍କ ଅବସର ପରେ ୧୦୩ଟି ଚତୁର୍ଥ ଶ୍ରେଣୀ ପଦବୀ ଖାଲି ପଡ଼ିଛି। ବର୍ତ୍ତମାନ ସୁଧ୍ୟା ଖାଲି ପଡିଥିବା ପଦବୀ ପୂରଣ ହୋଇପାରିନାହିଁ। କର୍ମଚାରୀମାନେ ଦିନକୁ ୮ଘଣ୍ଟା ବଦଳରେ ୧୦ଘଣ୍ଟା କାମ କରୁଛନ୍ତି।ସେମାନଙ୍କର କୈାଣସି ମୈାଳିକ ସମସ୍ୟା ସମାଧାନ ହେଉନାହିଁ। ଏହି ଅସ୍ଥାୟୀ କର୍ମଚାରୀମାନେ ଜନ୍ତୁ ସେବାଠାରୁ ଆରମ୍ଭ କରି ପରିବେଶ, ପରିମଳ ଓ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା  ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ତୁଲାଇ ଆସୁଛନ୍ତି। ଅଥଚ଼ ଏମାନେ ଅବହେଳିତ ଓ ଉପେକ୍ଷିତ ଭାବେ ରହି ଆସିଛନ୍ତି। ଏମାନଙ୍କୁ ବରିଷ୍ଠତା ଭିର୍ତ୍ତିରେ ସ୍ଥାୟୀ କରିବାକୁ  ସଂଘ ବାରମ୍ଵାର ଦାବି କରିଆସୁଛି।

ଏ ନେଇ ସଂଘ ତରଫରୁ ଜଙ୍ଗଲ ବିଭାଗ ମନ୍ତ୍ରୀ, ସଚିବ, ପିସିସିଏଫ, ଜିଲ୍ଲାପାଳ, ନନ୍ଦନକାନନ ନିର୍ଦେଶକ, ଉପନିର୍ଦେଶକ, ଭୁବନେଶ୍ବର ଡିସିପି ଓ ନନ୍ଦନକାନନ ଥାନାକୁ ଚିଠି ପ୍ରେରଣ କରାଯାଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ। ସଂଘର ଅସ୍ଥାୟୀ କର୍ମଚାରୀମାନ ପ୍ରତିକାତ୍ମକ ଧାରଣା ଦେବା ପରେ ଦୈନଦିନ ଭଳି ସେବାକାର୍ଯ୍ୟ ଅବ୍ୟାହତ ରଖିବେ ଓ ସଭାପତି ସଂପୂର୍ଣ୍ଣ ଧାରଣାରେ ବସିବେ ବୋଲି ସଂଘ ଘୋଷଣା କରିଛି।

Nandankanan zoo | Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe