ଦୃର୍ବୁତ୍ତର ଉନ୍ମୁକ୍ତ କାଣ୍ଡ: ପାଣିଟାଙ୍କିି ଭିତରେ ପରିସ୍ରା କଲେ, ଛେପ ପକାଇଲେ

Advertisment

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଡୁମୁଣିଗୁଡ଼ାରେ ସେହି ଗ୍ରାମ ଜଣେ ବ୍ୟକ୍ତି ୮୦ ହଜାର ଲିଟର ପାଣି ଟାଙ୍କି ଭିତରେ ପରିସ୍ରା କରିବା ସହ ଛେପ ପକାଇଛନ୍ତି। ଯୁବକ ଜଣକ ଏଭଳି କାମ କରିବାରୁ ଗ୍ରାମବାସୀ ଉକ୍ତ ପାଣି ଟାଙ୍କିରୁ ୫ ଦିନ ହେଲା ପାଣି ବ୍ୟବହାର କରୁ ନାହାନ୍ତି।

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଡୁମୁଣିଗୁଡ଼ାରେ ସେହି ଗ୍ରାମ ଜଣେ ବ୍ୟକ୍ତି ୮୦ ହଜାର ଲିଟର ପାଣି ଟାଙ୍କି ଭିତରେ ପରିସ୍ରା କରିବା ସହ ଛେପ ପକାଇଛନ୍ତି। ଯୁବକ ଜଣକ ଏଭଳି କାମ କରିବାରୁ ଗ୍ରାମବାସୀ ଉକ୍ତ ପାଣି ଟାଙ୍କିରୁ ୫ ଦିନ ହେଲା ପାଣି ବ୍ୟବହାର କରୁ ନାହାନ୍ତି।

Water tank

Water tank Photograph: (sambad.in)

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଡୁମୁଣିଗୁଡ଼ାରେ ସେହି ଗ୍ରାମ ଜଣେ ବ୍ୟକ୍ତି ୮୦ ହଜାର ଲିଟର ପାଣି ଟାଙ୍କି ଭିତରେ ପରିସ୍ରା କରିବା ସହ ଛେପ ପକାଇଛନ୍ତି। ଯୁବକ ଜଣକ ଏଭଳି କାମ କରିବାରୁ ଗ୍ରାମବାସୀ ଉକ୍ତ ପାଣି ଟାଙ୍କିରୁ ୫ ଦିନ ହେଲା ପାଣି ବ୍ୟବହାର କରୁ ନାହାନ୍ତି। ଏ ନେଇ ଗ୍ରାମରେ ବୈଠକ କରାଯାଇ ସଂପୃକ୍ତ ବ୍ୟକ୍ତି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତେ ମତାମତ ଦେଇଛନ୍ତି। ଗ୍ରାମବାସୀ ଉକ୍ତ ବ୍ୟକ୍ତିଙ୍କୁ ବୈଠକରେ ଡାକିଥିଲେ ସୁଦ୍ଧା ସେ ଏହାକୁ ଅଣଦେଖା କରିଛନ୍ତି।

ସୂଚନା ଅନୁଯାଇ ଡାବୁଗାଁ ବ୍ଲକ ଅନ୍ତର୍ଗତ ଡୁମୁଣିଗୁଡ଼ାରେ ୩୦୦ରୁ ଊର୍ଦ୍ଧ୍ବ ପରିବାରର ବସବାସ କରନ୍ତି। ପ୍ରାୟ ୧୫୦୦ ଜନସାଧାରଣଙ୍କ ପାଇଁ ଗ୍ରାମରେ ବସୁଧା ଯୋଜନାରେ ଏକ ପାଣି ଟାଙ୍କି ନିର୍ମାଣ ହୋଇଛି। ୮୦ ହଜାର ଲିଟର କ୍ଷମତା ଥିବା ଏହି ପାଣିଟାଙ୍କି ଦ୍ଵାରା ପ୍ରତ୍ୟେକ ସାହିକୁ ଭୂତଳ ପାଇପ ବିଛା ଯାଇ ସ୍ୱଚ୍ଛ ପିଇବା ପାଣି ଯୋଗାଣ ହେଉଛି।

ଗତ ୧୬ ତାରିଖ ରବିବାର ଦିନ ଅପରାହ୍ନ ପ୍ରାୟ ୪ଟାରେ ଡୁମୁଣିଗୁଡ଼ାର ଜଣେ ବ୍ୟକ୍ତି ପାଣିଟାଙ୍କି ଉପାକୁ ସିଡି ମାଧ୍ୟମରେ ଚଢ଼ି ଥିଲା। ଏହା ପରେ ସେ ପରିସ୍ରା କରିବା ସହ ପାଣି ଭିତରେ ଛେପ ପକାଇଥିଲା। 

ଯୁବକଙ୍କ ଏହି ଅମାନବୀୟ କାଣ୍ଡକୁ ଗ୍ରାମର କିଛି ଲୋକେ ଦେଖିଥିଲେ। ତୁରନ୍ତ ସେମାନେ ଗ୍ରାମରେ ଯାଇ ଘଟଣା ସଂପର୍କରେ ଅନ୍ୟମାନଙ୍କୁ କହିଥିଲେ। ଏହାପରେ ଗ୍ରାମର ପ୍ରତ୍ୟେକ ପରିବାର ଏହା ଜାଣି ଥିଲେ। ସେହି ଦିନ ଠାରୁ ଗ୍ରାମବାସୀମାନେ ପାଣିଟାଙ୍କିର ପାଣି ବ୍ୟବହାର କରୁ ନାହାନ୍ତି। ସବୁ ପରିବାର ଲୋକ ଗ୍ରାମରେ ଥିବା ନଳକୂପରୁ ପାଣି ବ୍ୟବହାର କରୁଛନ୍ତି।

ତେବେ ବର୍ତ୍ତମାନ ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅଧିକାଂଶ ନଳକୂପର ପାଣି ଗୋଳିଆ ବାହାରୁ ଥିବାରୁ ତାହା ପିଇବା ଉପଯୋଗି ନ ଥିବାରୁ ଲୋକେ ୫ ଦିନ ହେଲା ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। କିଛି ପରିବାର ପିଇବା ପାଣି ଆଣିବା ପାଇଁ ନିକଟ ବାଇଗାଁ ଯାଉଥିବା କହିଛନ୍ତି। ଗ୍ରାମରେ ପାଣି ପାଇଁ ଅଶାନ୍ତି ସୃଷ୍ଟି କରିଥିବା ଉକ୍ତ ବ୍ୟକ୍ତିକୁ ବୈଠକ କରାଯାଇ ଡାକିଲେ ସୁଦ୍ଧା ଆସୁ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।  

drinki water | Nabarangpur | Health

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe