ଏୟାର ପ୍ରେସର ଟାଙ୍କି ଫାଟିବାରୁ ଚାଲିଗଲା ଦୋକାନ ମାଲିକଙ୍କ ଜୀବନ

୧୬ନଂ ଜାତୀୟ ରାଜପଥ ସଦର ଥାନା ଦଳେଇପୁଟ ଛକ ନିକଟରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଏଠାରେ ଏକ ଟ୍ରକରେ ପମ୍ପ ଦେବାବେଳେ ଏୟାର ପ୍ରେସର ଟାଙ୍କି ଫାଟିବାରୁ ଘଟଣାସ୍ଥଳରେ ଟାୟାର୍ ଦୋକାନ ମାଲିକଙ୍କ ମୃତ୍ୟୁ ହୋଇଛି।

Dead

ଖୋର୍ଦ୍ଧା: ଆଜି ସକାଳେ ୧୬ନଂ ଜାତୀୟ ରାଜପଥ ସଦର ଥାନା ଦଳେଇପୁଟ ଛକ ନିକଟରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଏଠାରେ ଏକ ଟ୍ରକରେ ପମ୍ପ ଦେବାବେଳେ ଏୟାର ପ୍ରେସର ଟାଙ୍କି ଫାଟିବାରୁ ଘଟଣାସ୍ଥଳରେ ଟାୟାର୍ ଦୋକାନ ମାଲିକଙ୍କ ମୃତ୍ୟୁ ହୋଇଛି। ଏଣେ ଏହି ଘଟଣାରେ ଦୁଇଜଣ ଗୁରୁତର ହୋଇ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ମୃତକ ହେଲେ ନବ କିଶୋର ବରାଡ଼ (୫୫)। ଘଟଣା ଏତେ ଭୟାବହ ଥିଲା ଯେ  ନବ କିଶୋର ବରାଡ଼ଙ୍କର ଶରୀର ୮୦ରୁ ଅଧିକ ଖଣ୍ଡ ଖଣ୍ଡ ହୋଇ ଛିଟିକି ପଡ଼ିଥିଲା। ଆଜି ସକାଳ ୮ଟା ବେଳେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe