ବାଲେଶ୍ବର ଛାତ୍ରୀ ଆତ୍ମାହୁତି: ଅଗଷ୍ଟ ୪ରୁ ‘ନବ ନିର୍ମାଣ କୃଷକ ସଂଗଠନ’ର ପଦଯାତ୍ରା

Advertisment

ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା ନେଇ ରାଜ୍ୟସାରା ଚର୍ଚ୍ଚା ହେଉଛି। ଏହି ମାମଲାକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି।

ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା ନେଇ ରାଜ୍ୟସାରା ଚର୍ଚ୍ଚା ହେଉଛି। ଏହି ମାମଲାକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି।

New Project (16)

ଭୁବନେଶ୍ବର: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା ନେଇ ରାଜ୍ୟସାରା ଚର୍ଚ୍ଚା ହେଉଛି। ଏହି ମାମଲାକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଛାତ୍ରୀ ମୃତ୍ୟୁ ନେଇ ଗତ ୧୬ ତାରିଖ ଦିନ ବିଜୁ ଜନତା ଦଳ (ବିଜେଡି) ଉଭୟ ଭୁବନେଶ୍ବର ଓ ବାଲେଶ୍ବରରେ ପ୍ରଦର୍ଶନ କରିଥିଲା। ସେହିପରି କଂଗ୍ରେସ ପକ୍ଷରୁ ଜୁଲାଇ ୧୭ ତାରିଖ (ଗୁରୁବାର) ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହି ଆନ୍ଦୋଳନ ଆଗକୁ ବଢ଼ାଇବା ପାଇଁ ନବ ନିର୍ମାଣ କୃଷକ ସଂଗଠନ ଅଣ୍ଟା ଭିଡ଼ିଛି। 

ନବ ନିର୍ମାଣ କୃଷକ ସଂଗଠନ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଆସନ୍ତା ୪ ଅଗଷ୍ଟରୁ ୧୮ ଅଗଷ୍ଟ ପର୍ଯ୍ୟନ୍ତ ବାଲେଶ୍ୱରରୁ ଭୁବନେଶ୍ୱର ଯାଏଁ ନବ ନିର୍ମାଣ ଛାତ୍ର ସଂଗଠନର ପଦଯାତ୍ରା ଓ ସତ୍ୟାଗ୍ରହ ହେବ ବୋଲି କହିଛି। ନବ ନିର୍ମାଣ କୃଷକ ସଂଗଠନର ପଦଯାତ୍ରା ନେଇ ଅକ୍ଷୟ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ବାଲେଶ୍ୱର ଛାତ୍ରୀ କେବଳ ଜଣେ ସାଧାରଣ ଛାତ୍ରୀ ନଥିଲେ, ବରଂ ତାଙ୍କ ଆତ୍ମାହୁତି ଜଣେ ବିପ୍ଲବୀ ଝିଅ ତଥା ଝାଂସୀ ରାଣୀର ପରିଚୟ ଦେଇଛି। ତାଙ୍କ ମୃତ୍ୟୁ ସମସ୍ତଙ୍କ ପାଇଁ ଦୁଃଖ ଆଣି ଦେଇଛି। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବ୍ୟବସ୍ଥା ପରିବର୍ତ୍ତନ କରିବାର ଏକ ନୂଆ ମାର୍ଗ ଖୋଜିବାର ଆବଶ୍ୟକତା ରହିଛି। ତେଣୁ ଆଗାମୀ ୪ ଅଗଷ୍ଟରୁ ବାଲେଶ୍ୱରରୁ ଏକ ପଦଯାତ୍ରା ବାହାରି ଆଗାମୀ ଅଗଷ୍ଟ ୧୮ ତାରିଖରେ ଭୁବନେଶ୍ୱର ପହଞ୍ଚି ଏକ ବିଶାଳ ଛାତ୍ର ସମାବେଶ ଅନୁଷ୍ଠିତ ହେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। 

ବାଲେଶ୍ୱର ଛାତ୍ରୀ କେବଳ ଜଣେ ସାଧାରଣ ଛାତ୍ରୀ ନଥିଲେ, ବରଂ ତାଙ୍କ ଆତ୍ମାହୁତି ଜଣେ ବିପ୍ଲବୀ ଝିଅ ତଥା ଝାଂସୀ ରାଣୀର ପରିଚୟ ଦେଇଛି। ତାଙ୍କ ମୃତ୍ୟୁ ସମସ୍ତଙ୍କ ପାଇଁ ଦୁଃଖ ଆଣି ଦେଇଛି।

-ଅକ୍ଷୟ କୁମାର, ସଭାପତି, ନବ ନିର୍ମାଣ କୃଷକ ସଂଗଠନ

ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନ କରି ସଂଗଠନ କହିଛି ଯେ ନୈତିକତା ଦୃଷ୍ଟିରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଇସ୍ତଫା ଦିଅନ୍ତୁ।  

Naba Nirman Krushak Sangathan | Balasore

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe