ଭଦ୍ରକରେ ବର୍ଷା: ଆରଡ଼ି ଛକ ରାସ୍ତାରେ ଆଣ୍ଠୁଏ ପାଣି

ଦ୍ରକ ଜିଲ୍ଲାରେ ଗତ ତିନିଦିନ ହେଲା ଅନବରତ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁଁ ଭଦ୍ରକ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷାଜଳ ପ୍ରବେଶ କରିଛି। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଠି ହୋଇନାହିଁ।

bdk

ଭଦ୍ରକ: ଜିଲ୍ଲାରେ ଗତ ତିନିଦିନ ହେଲା ଅନବରତ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁଁ ଭଦ୍ରକ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷାଜଳ ପ୍ରବେଶ କରିଛି। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଠି ହୋଇନାହିଁ। ବୈତରଣୀ, ସାଳନ୍ଦୀ, ମନ୍ତେଇ, ରେବ , କପାଳୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଆଉ ଅଧିକ ବର୍ଷା ହେଲେ ଭଦ୍ରକର ବ୍ୟାପକ ପରିବା ଚାଷ କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। 

ଭଦ୍ରକରେ ଲାଗିରହିଥିବା ବର୍ଷା ଯୋଗୁଁ ବ୍ୟାପକ ପରିବା କ୍ଷେତ ନଷ୍ଟ ହୋଇଛି। ବିଶେଷ କରି ଭଦ୍ରକର ବନ୍ତ ବ୍ଲକ୍‌ର ଗଣିଜଙ୍ଗ, ଛୁଆଲସିଂହ, ପଲସା, ଓଡାଙ୍ଗ, ବୋଡକ, ପାଟଣା, କାଦବରଙ୍ଗ, ଭରସିଂପୁର, ତୁମ୍ଭାପଦି, ଗୋପାଳପୁର, ଗୋଲାସହି ଆଦି ଗ୍ରାମରେ ହୋଇଥିବା ପରିବା ଚାଷ କ୍ଷତି ଗ୍ରସ୍ତ ହୋଇଛି। ତିହିଡି ବ୍ଲକର ଗୁଆମାଳ, ତଳଗୋପବିନ୍ଧା, ଭଦ୍ରକର ଗଞ୍ଜେଇବାଡ଼ି, ଅର୍ଣ୍ଣପାଳ, ଜଳଙ୍ଗା, ବିରିଡ଼ି ଆଦି ଅଞ୍ଚଳର ବ୍ୟାପକ ପରିବା କ୍ଷେତ ବର୍ଷା ଜଳରେ ନଷ୍ଟ ହୋଇଯାଇଛି।

ଲୋକଙ୍କ ବିଲରେ ହୋଇଥିବା ବାଇଗଣ, ଭେଣ୍ଡି, କଲରା, କାକୁଡି, ପୋଟଳ, ବୋଇତି କଖାରୁ , ଝୋଡଙ୍ଗ ଗଛ ସବୁ ବର୍ଷା ଜଳରେ ପଚି ଯାଇଛି। ଏଇ ଅଞ୍ଚଳର ପରିବା କ୍ଷେତରେ ବର୍ଷା ଜଳ ପ୍ରବେଶ କରି ଚାଷ ନଷ୍ଟ କରି ଦେଇଛି। ଏମିତି ବର୍ଷା ଲାଗି ରହିଲେ ଆଉ ଯାହାକିଛି ପନିପରିବା ଗଛ ରହିଛି ସେତକ ବି ଉଜୁଡ଼ି ଯିବାର ସମ୍ଭାବନା ରହିଛି। 

କେବଳ  ପରିବା ଚାଷ ନଷ୍ଟ ହୋଇନାହିଁ। ଖରିଫ ଧାନ ଚାଷ ପାଇଁ ଚାଷୀ ତଳି ପକାଇ ଥିଲା। ତଳି ଧାନ ଗଛ ଉପରେ  ବର୍ଷା ଜଳ ଲହଡ଼ି ଭାଙ୍ଗୁଛି। ତଳି ଧାନ ବର୍ଷା ଜଳରେ ବୁଡ଼ି ଯାଇଥିବା ବେଳେ ତଳି ଧାନ ଗଛ ପାଚିଗଲେ ପୁଣି ତଳି ପକାଇ ଚାଷ ଆରମ୍ଭ କରିବା ଚାଷୀ ପାଇଁ କାଠିକର ପାଠ ହେବ। ବର୍ଷା କମିଲା ଚାଷୀ ତଳି ଉଠାଇ ରୁଆ ପୋତା କରିବା ପାଇଁ ସଜବାଜ ହେଉଥିଲା। ଲଗାଣ ବର୍ଷା ଚାଷୀ ପାଇଁ ଯେତିକି ଅନୁକୂଳ ହୋଇଛି। ଅଧିକ ବର୍ଷା ଚାଷ ପାଇଁ ପ୍ରତିକୂଳ ପରିସ୍ଥିତି ସ୍ତୁଷ୍ଟିକରିଛି। 

ବର୍ଷା ପାଇଁ ଭଦ୍ରକ ଜିଲ୍ଲାର ପନିପରିବା ଚାଷ, ତଳିପକା ଧାନ ଗଛ ପାଣିରେ ବୁଡି ଥିବା ବେଳେ ଭଦ୍ରକ ସହରର ମୁଖ୍ୟ ରାସ୍ତା ଭଦ୍ରକ ମହତାବ ଛକ ଠାରୁ ଆରଡ଼ି ଛକ ରାସ୍ତା ବର୍ଷା ପାଣିରେ ବୁଡ଼ି ଥିବା ବେଳେ ଆଜକୁ ୪ ଦିନ ହେଲାଣି ଲୋକେ ଆଣ୍ଠୁଏ ପାଣିରେ ପଶି ଯାତାୟାତ କରୁଛନ୍ତି। ଏହି ସର୍ଭିସ୍ ରୋଡ଼ ଦେଇ ହଜାରହଜାର ଲୋକ ଯାତାୟାତ କାରୁଥିବା ବେଳେ ଡ୍ରେନ୍‌ର ମଇଳା ପାଣି ସବୁ ରାସ୍ତା ଉପରେ ଭାସୁଛି। 

Bhadrak | Rain in Odisha | Farmers

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe