ବୟସ ୬୦: ତଥାପି ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ପଦ୍ମାବତୀ

କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗ୍ରାମର ପଦ୍ମାବତୀ ନାୟକ ବୃଦ୍ଧା ମହିଳା ୬୦ବର୍ଷ ଊର୍ଦ୍ଧ୍ବ ହେବ ତାଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା। କୁଲି ମଜୁରୀ କାମ କରି ବହୁ କଷ୍ଟରେ ଚଳପ୍ରଚଳ କରି ଆସୁଥିବା ଜଣାପଡ଼ିଛି।

Pratima

Pratima Nayak of G Udayagiri Photograph: (Sambad )

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗ୍ରାମର ପଦ୍ମାବତୀ ନାୟକ ବୃଦ୍ଧା ମହିଳା ୬୦ବର୍ଷ ଊର୍ଦ୍ଧ୍ବ ହେବ ତାଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା। କୁଲି ମଜୁରୀ କାମ କରି ବହୁ କଷ୍ଟରେ ଚଳପ୍ରଚଳ କରି ଆସୁଥିବା ଜଣାପଡ଼ିଛି। ଅନେକ ଦିନ ହେବ ନିଜେ କେମିତି ବଞ୍ଚିବେ ଓ ଭବିଷ୍ୟତ କଥାକୁ ଚିନ୍ତାକରି କରି ଭାଙ୍ଗିପଡ଼ିଯାଇଥିବା ଜଣାପଡ଼ିଛି।

ସରକାର ଯଦି ଉପଯୁକ୍ତ ସମୟରେ ତାଙ୍କୁ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ କରି ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରି ଦେଇ ପାରିଥାନ୍ତେ ତାହାଲେ ତାଙ୍କ ଜୀବନ ଯାପନରେ କିଛି ମାତ୍ରାରେ ସହାୟତା ମିଳିପାରିଥାନ୍ତା ବୋଲି ଗ୍ରାମବାସୀ ପ୍ରକାଶ କରିଥିବା ଜଣାପଡ଼ିଛି। ଦେଶ ସ୍ୱାଧୀନ ହେବାର ଅନେକ ବର୍ଷ ବିତିଯାଇଥିବା ସତ୍ତ୍ୱେ ଅଦ୍ୟାବଧି ଅନେକ ସ୍ଥାନରେ ଏହିଭଳି ଅନେକ ନିରୀହ ଲୋକ ପ୍ରକୃତ ସ୍ୱାଧୀନତାରୁ ବଞ୍ଚିତ ରହିଥିବା ଅଦ୍ୟାବଧି ଦେଖିବାକୁ ମିଳୁଛି।

ଦେଶ ସ୍ୱାଧୀନ ହେବାର ଅନେକ ବର୍ଷ ବିତିଯାଇଥିବା ସତ୍ତ୍ୱେ ଅଦ୍ୟାବଧି ଅନେକ ସ୍ଥାନରେ ଏହିଭଳି ଅନେକ ନିରୀହ ଲୋକ ପ୍ରକୃତ ସ୍ୱାଧୀନତାରୁ ବଞ୍ଚିତ ରହିଥିବା ଅଦ୍ୟାବଧି ଦେଖିବାକୁ ମିଳୁଛି। ନିରୀହ ଜନତାଙ୍କୁ କେବଳ ନିର୍ବାଚନ ପାଖେଇ ଆସିବା ସମୟରେ ପ୍ରତ୍ୟେକ ରାଜନୈତିକ ଦଳ ତରଫରୁ ଅନେକ ବଡ଼ ବଡ଼ିଆ ମନତୃପ୍ତକର ପ୍ରତିଶ୍ରୁତିର ଲମ୍ୱା ଆନନ୍ଦମୟ ମାଳ ମିଳିଥାଏ।

ନିରୀହ ଜନତାଙ୍କୁ କେବଳ ନିର୍ବାଚନ ପାଖେଇ ଆସିବା ସମୟରେ ପ୍ରତ୍ୟେକ ରାଜନୈତିକ ଦଳ ତରଫରୁ ଅନେକ ବଡ଼ ବଡ଼ିଆ ମନତୃପ୍ତକର ପ୍ରତିଶ୍ରୁତିର ଲମ୍ୱା ଆନନ୍ଦମୟ ମାଳ ମିଳିଥାଏ। କିନ୍ତୁ ନିର୍ବାଚନ ସରିଲା ପରେ ନିରୀହ ଜନତାଙ୍କୁ କେବଳ ନିର୍ବାଚନର ସେହି ଆନନ୍ଦମୟ ମାଳକୁ ଭରଷା କରି ଅବସିଷ୍ଟ ଜୀବନଯାପନ ଅତିବାହିତ କରିବାକୁ ପଡ଼ୁଥିବା ସାଧାରଣରେ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳୁଛି। 

ଦେଶ ବିକଶିତ ମାର୍ଗରେ ଏତେ ଅଗ୍ରସର ହୋଇ ଚନ୍ଦ୍ର କୁ ମଧ୍ୟ ପହଞ୍ଚିବାରେ ସଫଳତା ପ୍ରାପ୍ତ କରିଥିବା ସତ୍ତ୍ୱେ ପ୍ରକୃତରେ ଅଦ୍ୟାବଧି ଦେଶର “ରାଜା” ଜନତା ଜନାର୍ଦନକ କୁହାଯାଉଥିବା ନାଗରିକମାନଙ୍କ ଦୁଃଖ ଦୁର୍ଦ୍ଦଷା କିନ୍ତୁ କମିବାର ନାମ ନେଉ ନଥିବା ସାଧାରଣରେ ଆଲୋଚନା ଜୋର ଧରିଥିବା ଶୁଣିବାକୁ ମିଳୁଛି।

 Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe