ଦର୍ପଦଳନ ରଥରେ ବିରାଜିଲେ ମା’ ସୁଭଦ୍ରା

Advertisment

  ମା’ ସୁଭଦ୍ରା ପହଣ୍ଡିରେ ଆସିଲେ। ଦର୍ପଦଳନ ରଥରେ ବିରାଜିଲେ ଦେବୀ। ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ବଡ଼ଦାଣ୍ଡ । ହୁଳହୁଳି, ହରିବୋଲରେ କମ୍ପୁଛି ଶ୍ରୀକ୍ଷେତ୍ର । ବଡ଼ ଠାକୁରଙ୍କ ପରେ ପହଣ୍ଡିରେ ଆସିଲେମା’ ସୁଭଦ୍ରା ।

  ମା’ ସୁଭଦ୍ରା ପହଣ୍ଡିରେ ଆସିଲେ। ଦର୍ପଦଳନ ରଥରେ ବିରାଜିଲେ ଦେବୀ। ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ବଡ଼ଦାଣ୍ଡ । ହୁଳହୁଳି, ହରିବୋଲରେ କମ୍ପୁଛି ଶ୍ରୀକ୍ଷେତ୍ର । ବଡ଼ ଠାକୁରଙ୍କ ପରେ ପହଣ୍ଡିରେ ଆସିଲେମା’ ସୁଭଦ୍ରା ।

reNqect (9)

ପୁରୀ:  ମା’ ସୁଭଦ୍ରା ପହଣ୍ଡିରେ ଆସିଲେ। ଦର୍ପଦଳନ ରଥରେ ବିରାଜିଲେ ଦେବୀ। ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ବଡ଼ଦାଣ୍ଡ । ହୁଳହୁଳି, ହରିବୋଲରେ କମ୍ପୁଛି ଶ୍ରୀକ୍ଷେତ୍ର । ବଡ଼ ଠାକୁରଙ୍କ ପରେ ପହଣ୍ଡିରେ ଆସିଲେମା’ ସୁଭଦ୍ରା । ସବାଶେଷରେ ଝୁଲି ଝୁଲି ଆସୁଛନ୍ତି କାଳିଆ ସୁନା ।

ଶ୍ରୀଜିଉମାନଙ୍କର ପହଣ୍ଡି ଚାଲିଛି। ପ୍ରଥମେ ପ୍ରଭୁ ସୁଦର୍ଶନଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିବେ। ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ଅପରାହ୍‌ଣ ସାଢେ ୪ଟାରେ ଗଡ଼ିବା ଆରମ୍ଭ କରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶୁକ୍ରବାର ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହୋଇଛି। ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପ ଲାଗି, ରୋଷହୋମ ଓ ୭ଟାରେ ଅବକାଶ ପରେ ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଏବଂ ବେଶ ଶେଷ କରାଯିବ। ସେହିପରି ସକାଳ ୮ଟାରୁ ୯ଟା ଯାଏଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡି ଭୋଗ) ନୀତି ପରେ ୯ଟା ୧୫ରେ ମଙ୍ଗଳାର୍ପଣ କରାଯାଇଛି।

rath yatra 2005

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe