ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ତାଳ ଚାରା ବଣ୍ଟନ

ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦର ମହକୁମାସ୍ଥିତ ପାନାବେଡ଼ା ମହାବିଦ୍ୟାଳୟରେ ସାହିତ୍ୟଘର ଏବଂ ପାନାବେଡ଼ା କଲେଜ ରେଡ୍‌କ୍ରସ୍‌ ତରଫରୁ ପୁନଶ୍ଚ ପୃଥିବୀ କାର୍ଯ୍ଯକ୍ରମରେ ଛାତ୍ରଛାତ୍ରୀଙ୍କୁ  ତାଳ ଚାରା ବଣ୍ଟନ କରାଯାଇଛି। 

NGP1

ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦର ମହକୁମାସ୍ଥିତ ପାନାବେଡ଼ା ମହାବିଦ୍ୟାଳୟରେ ସାହିତ୍ୟଘର ଏବଂ ପାନାବେଡ଼ା କଲେଜ ରେଡ୍‌କ୍ରସ୍‌ ତରଫରୁ ପୁନଶ୍ଚ ପୃଥିବୀ କାର୍ଯ୍ଯକ୍ରମରେ ଛାତ୍ରଛାତ୍ରୀଙ୍କୁ  ତାଳ ଚାରା ବଣ୍ଟନ କରାଯାଇଛି। 

ଅଞ୍ଚଳରେ ବଜ୍ରପାତ ଜନିତ କ୍ଷୟକ୍ଷତି ବଢ଼ୁଥିବାରୁ ସାହିତ୍ୟଘର ଏହାକୁ ରୋକିବାକୁ ଅଣ୍ଟା ଭିଡ଼ିଛି। ଏଥି ପାଇଁ ମହାବିଦ୍ୟାଳୟ ସଭାଗୃହ ଠାରେ ଏକ  ସଚେତନ ସଭା ଆୟୋଜନ କରାଯାଇଥିଲା। ବରିଷ୍ଠ ସମାଜସେବୀ ପୁରୁଷୋତ୍ତମ ପାରି, ସାହିତ୍ୟଘର ସଂପାଦକ ତଥା ରେଡ୍‌କ୍ରସ୍‌ ସଂଯୋଜକ ସନ୍ତୋଷ କୁମାର ଖମାରୀ, କଲେଜ ଅଧ୍ୟକ୍ଷ ନଳିନୀ ଦାସ, ରେଡ୍‌କ୍ରସ୍‌ ଇନ୍‌ଚାର୍ଜ ସୁଜିତ କୁମାର ମହାନ୍ତି  ଛାତ୍ରଛାତ୍ରୀଙ୍କୁ ତାଳ ଗଛର ଆବଶ୍ୟକତା ବିଷୟରେ ଆଲୋଚନା ରଖିଥିଲେ।

ବିଭିନ୍ନ ଅଞ୍ଚଳରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ୯୦୦ ତାଳ ଚାରା ବଣ୍ଟନ କରା ଯାଇଥିଲା। ସେମାନଙ୍କୁ ଚାରା ଲଗାଇ ଫଟୋ ପଠାଇବାକୁ କୁହା ଯାଉଥିଲା। ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣ ପାଇଁ ସାହିତ୍ୟଘର ତରଫରୁ ବ୍ୟବସ୍ଥା କରାଯିବ ବୋଲି ସଂପାଦକ ଶ୍ରୀ ଖମାରୀ କହିଥିଲେ। ଏହି କାର୍ଯ୍ୟରେ ତ୍ରିଜନ ନାୟକ, ରୁଦ୍ରସେନ ନାୟକ, ହେମଲତା ଭତ୍ରା, ପଦ୍ମାଳୟା ଗୌଡ, କବିତା ଚୌହାନ, ରୁପଶିଂ ଗୌଡ, ମୋହିନୀ ରାଜପୁତ, ବିକାଶ ରାଉତ, ଶୁଭଶ୍ରୀ ଦାସ,ଝରଣା ସାହୁ ତଥା ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Punascha Pruthibi | Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe