ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର କାର୍ଯ ତଦାରଖ କଲେ ପଞ୍ଚାୟତିରାଜ ମନ୍ତ୍ରୀ

Advertisment

ଦିନିକିଆ ରାଇରଙ୍ଗପୁର ଗସ୍ତରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି। ମନ୍ତ୍ରୀ ରାଇରଙ୍ଗପୁର ମହୁଲଡିହାସ୍ଥିତ ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ ପହଞ୍ଚିବା ପରେ ସେଠାରେ ଦଳୀୟ କର୍ମକର୍ତ୍ତା ସ୍ବାଗତ ଜଣାଇଥିଲେ।

ଦିନିକିଆ ରାଇରଙ୍ଗପୁର ଗସ୍ତରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି। ମନ୍ତ୍ରୀ ରାଇରଙ୍ଗପୁର ମହୁଲଡିହାସ୍ଥିତ ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ ପହଞ୍ଚିବା ପରେ ସେଠାରେ ଦଳୀୟ କର୍ମକର୍ତ୍ତା ସ୍ବାଗତ ଜଣାଇଥିଲେ।

Rabi Narayan Naik

Rabi Narayan Naik Photograph: (sambad.in )

ରାଇରଙ୍ଗପୁର: ଦିନିକିଆ ରାଇରଙ୍ଗପୁର ଗସ୍ତରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି। ମନ୍ତ୍ରୀ ରାଇରଙ୍ଗପୁର ମହୁଲଡିହାସ୍ଥିତ ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ ପହଞ୍ଚିବା ପରେ ସେଠାରେ ଦଳୀୟ କର୍ମକର୍ତ୍ତା ସ୍ବାଗତ ଜଣାଇଥିଲେ। ପରେ ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳର ପାନୀୟଜଳ ଯୋଗାଣର ଅବ୍ଯବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ  ଏବଂ ଅଭିଯୋଗ ଆଣିଥିଲେ କି ବିଭାଗ ବର୍ତ୍ତମାନ ସୁଦ୍ଧା ମେଗା ଜଳ ପ୍ରକଳ୍ପ ଯୋଗାଣରେ ଫେଲ୍ ମାରୁଛି  ଏବଂ ଅନେକ ଗାଁକୁ ପାନୀୟଜଳ ଯୋଗାଣ ସୁବିଧା ଅଧାପନ୍ତରିଆ ଭାବେ ପଡିରହିଛି ବୋଲି କହିଥିଲେ।

ଓଡ଼ିଶା ସରକାରଙ୍କ ଗ୍ରାମାଞ୍ଚଳ ବିକାଶ, ପଞ୍ଚାୟତି ରାଜ ତଥା ପାନୀୟ ଜଳ ବିଭାଗ ମନ୍ତ୍ରୀ ନାଏକ ଅଞ୍ଚଳର ବିଭିନ୍ନ ମେଗା ୱାଟର ପ୍ରକଳ୍ପ ଅନୁଧ୍ୟାନ କରିଲେ ମନ୍ତ୍ରୀ, ମନ୍ତ୍ରୀ ସ୍ଥାନୀୟ ଜନସାଧାରଣ ଓ ମହିଳାଙ୍କ ଅଭିଯୋଗ ଶୁଣିବା ପରେ କହିଲେ ଏଣିକି ଦୁଇ ଅଳି ନଳ ପାଇଫ ସାହାର୍ଯ୍ୟରେ ଜଳ ମିଳିବ।

ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଦାଣ୍ଡବୋଷ ଏଆରଷ୍ଟ୍ରିପ ନିକଟ ମୁର୍ଗାଘୁଟୁ ଓ ସାନ ସିମିଳା ଗାଁ ପାଖ ବୃହତ ଜଳ ଯୋଗାଣ ପ୍ରକଳ୍ପର କାର୍ଯ ତଦାରଖ କରିଥିଲେ। ଓଡ଼ିଶା ସରକାରଙ୍କ ଗ୍ରାମାଞ୍ଚଳ ବିକାଶ, ପଞ୍ଚାୟତି ରାଜ ତଥା ପାନୀୟ ଜଳ ବିଭାଗ ମନ୍ତ୍ରୀ ନାଏକ ଅଞ୍ଚଳର ବିଭିନ୍ନ ମେଗା ୱାଟର ପ୍ରକଳ୍ପ ଅନୁଧ୍ୟାନ କରିଲେ ମନ୍ତ୍ରୀ, ମନ୍ତ୍ରୀ ସ୍ଥାନୀୟ ଜନସାଧାରଣ ଓ ମହିଳାଙ୍କ ଅଭିଯୋଗ ଶୁଣିବା ପରେ କହିଲେ ଏଣିକି ଦୁଇ ଅଳି ନଳ ପାଇଫ ସାହାର୍ଯ୍ୟରେ ଜଳ ମିଳିବ। ଉପସ୍ଥିତ ମହିଳାଙ୍କୁ ପ୍ରତିଶ୍ରୁତି ଦେଇ ଥିଲେ। ପରେ କୁସୁମୀ ବ୍ଲକରେ ହୋଇଥିବା ବୃହତ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। 

ତେବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଗ୍ରାମାଞ୍ଚଳର ଉନ୍ନତିକୁ ବିଶେଷ ଧ୍ୟାନ ଦିଆ ଯାଇଛି ବୋଲି କହିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀଙ୍କ  ଗସ୍ତରେ ରାଇରଙ୍ଗପୁର ବିଧାୟକ  ଜଲେନ ନାଏକ  ମୟୂରଭଞ୍ଜ ସାଂସଦ  ନବଚରଣ ମାଝୀ ଓ ବିଭିନ୍ନ  ବିଭାଗର ସରକାରୀ ଅଧିକାରୀମାନେ ସାମିଲ ଥିଲେ। ପ୍ରକଳ୍ପର କାର୍ଯ ତଦାରଖ ସମୟରେ ମୟୂରଭଂଜ ଲୋକସଭା ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe