ଶୀଘ୍ର ମୌସୁମୀ ପାଇଁ ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ

ବହୁ ପ୍ରତୀକ୍ଷିତ ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି। ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ନେଇ ରାଜ୍ୟ ନିର୍ବାଚନ କମିସନ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Panchayat byelection

Panchayat byelection Photograph: (sambad.in)

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି। ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ନେଇ ରାଜ୍ୟ ନିର୍ବାଚନ କମିସନ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶୀଘ୍ର ମୌସୁମୀ ଆସୁଥିବାରୁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ଘୋଷଣା କରାଯାଇଛି। ଜିଲ୍ଲା ଅଧିକାରୀ ଓ ଆଶାୟୀ ପ୍ରାର୍ଥୀମାନେ ବର୍ଷା ଋତୁ ପାଇଁ ନିର୍ବାଚନ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତୀ ତାରିଖ ସମୟ ଦେଖି ଘୋଷଣା କରାଯିବ।

ଆସନ୍ତା ଜୁନ୍ ୨୩ରେ ଉପନର୍ବାଚନ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜ୍ୟର ୧୧୩୧ଟି ଖାଲି ପଦ ପାଇଁ ଉପନିର୍ବାଚନ ହେବାର ଅଛି।

ସୂଚନାଯୋଗ୍ୟ, ଆସନ୍ତା ଜୁନ ୨୩ ତାରିଖରେ ପଞ୍ଚାୟତ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୪୩ ସରପଞ୍ଚ, ୨୭୨ ୱାର୍ଡ ସଭ୍ୟ ପାଇଁ ଉପନିର୍ବାଚନ ହେବାର ଅଛି। ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ଆସନ୍ତାକାଲି (୨୦୨୫ ମେ ୨୨)  ବ୍ଲକ, ପଞ୍ଚାୟତ, ୱାର୍ଡରେ ନୋଟିସ୍ ଜାରି ହେବ। ଆସନ୍ତା ୨୬ରୁ ୩୧ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବାରଥିଲା। ମେ’ ୨୬, ୨୮, ୨୯, ୩୦ ଏବଂ ୩୧ ତାରିଖରେ ପ୍ରାର୍ଥିପତ୍ର ଦାଖଲ ହୋଇଥାନ୍ତା। ଜୁନ୍‌ ୨ ତାରିଖରେ ପ୍ରାର୍ଥିପତ୍ର ଦାଖଲ ହେବା ସହ ୪ରେ ପ୍ରତ୍ୟାହାର ହେବାର ଥିଲା। ଜୁନ୍‌ ୨୩ରେ ସକାଳ ୭ଟାରୁ ଦିନ ୧ ଯାଏଁ ହେବ ମତଦାନ କରାଯିବାର ଥିଲା। ୨୪ ତାରିଖରେ ବ୍ଲକ ଅଫିସରେ ଭୋଟ ଗଣତି ହୋଇଥାନ୍ତା। 

election 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe