ବଜ୍ରକାପ୍ତା ଉଦ୍ଧାର, ସ୍ବାସ୍ଥ୍ୟ ପରୀକ୍ଷା ପରେ ଜଙ୍ଗଲରେ ଛାଡ଼ିବା ନେଇ ନିଷ୍ପତ୍ତି

Advertisment

ବନ ବିଭାଗର କର୍ମଚାରୀମାନେ ରାତ୍ରୀକାଳୀନ ପାଟ୍ରୋଲିଂ ସମୟରେ କେରାପୁଟ ଜିଲ୍ଲା ବୈପାରିଗୁଡା ବନାଞ୍ଚଳ ଅଧିନସ୍ଥ ମାଝିଗୁଡା ଅଞ୍ଚଳରେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି।। ଏହାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହାକୁ ପୁଣି ଜଙ୍ଗଲରେ ଛଡ଼ାଯିବ।

ବନ ବିଭାଗର କର୍ମଚାରୀମାନେ ରାତ୍ରୀକାଳୀନ ପାଟ୍ରୋଲିଂ ସମୟରେ କେରାପୁଟ ଜିଲ୍ଲା ବୈପାରିଗୁଡା ବନାଞ୍ଚଳ ଅଧିନସ୍ଥ ମାଝିଗୁଡା ଅଞ୍ଚଳରେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି।। ଏହାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହାକୁ ପୁଣି ଜଙ୍ଗଲରେ ଛଡ଼ାଯିବ।

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡା ବନାଞ୍ଚଳ ଅଧିନସ୍ଥ ମାଝିଗୁଡା ଅଞ୍ଚଳରେ ବନବିଭାଗ ଦ୍ବାରା ଜଙ୍ଗଲ ଭିତରେ ରାତ୍ରି ପାଟ୍ରୋଲିଂ  ବେଳେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି। ସାରି ପାହାନ୍ତିଆ ସାଢ଼େ ୪ଟା ବେଳେ ବନାଞ୍ଚଳ କାର୍ଯ୍ୟାଳୟକୁ ଫେରୁଥିବା ବେଳେ ବନ ବିଭାଗର କର୍ମଚାରୀମାନେ ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି। 

ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ବଣ ଓ ପାହାଡ଼ରେ ଘେରି ରହିଛି। ବୈପାରିଗୁଡ଼ା ଅଞ୍ଚଳ ମଧ୍ୟ ଏଥିରୁ ବ୍ୟତୀକ୍ରମ ନୁହେଁ। ବୈପାରିଗୁଡ଼ା ଜଙ୍ଗଲରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ଦେଖବାକୁ ମିଳିଥାଏ। ଏହି ଅଞ୍ଚଳରେ ବସବାସ କରୁଥିବା ଲୋକେ ସାଧାରଣତଃ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ଜଙ୍ଗଲ ଜାତ ଦ୍ରବ୍ୟ ଗୁଡିକୁ ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଇ ଥାନ୍ତି।

publive-image

ବଜ୍ରକାପ୍ତାଟି ଜଙ୍ଗଲରୁ ମାଝିଗୁଡା ଗାଁ ଭିତରକୁ ପ୍ରବେଶ କରିବା ସମୟରେ ବନବିଭାଗ କର୍ମଚାରୀ ଦେଖି ତୁରନ୍ତ ଉଦ୍ଧାର କରିବା ସହ କାର୍ଯ୍ୟାଳୟକୁ ଆଣିଥିଲେ। ପ୍ରାଣୀ ଚିକିତ୍ସାଳୟକୁ ନେଇ ବଜ୍ରକାପ୍ତାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି।

ବଜ୍ରକାପ୍ତାର ଓଜନ ପ୍ରାୟ ସାଢ଼େ ୯ କିଲୋ ଥିବା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି ବନାଞ୍ଚଳ ଅଧିକାରୀ ସନ୍ଦିପ୍ ପାଣିଗ୍ରାହୀ। ଜିଲ୍ଲା ବନାଞ୍ଚଳ ଅଧିକାରୀଙ୍କ ସହ ଯୋଗାଯୋଗ କରି ସୁରକ୍ଷିତ ସ୍ଥାନରେ ଛଡ଼ାଯିବ ବୋଲି ବୈପାରିଗୁଡା ବନାଞ୍ଚଳ ଅଧିକାରୀ ସନ୍ଦିପ ପାଣିଗ୍ରାହୀ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe