ପାରାଲିମ୍ପିଆନ୍ ପ୍ରମୋଦ ଭାଗତଙ୍କ ନାଁରେ ଚାଲାନ କାଟିଲା ପୁଲିସ

ଭାରତର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପ୍ରମୋଦ ଭାଗତଙ୍କ ନାଁରେ ଚାଲାନ କଟିଛି। ରାଜଧାନୀ ଭୁବନେଶ୍ବରରେ ମଦପିଇ ଗାଡ଼ି ଚଳାଇବା ଅଭିଯୋଗରେ କମିସନରେଟ ପୁଲିସ ଶନିବାର ରାତିରେ ପ୍ରମୋଦ ଭଗତଙ୍କ ନାମରେ ଏହି ଚାଲାନ କାଟିଥିବା ଜଣାପଡ଼ିଛି। 

ଅଦ୍ୟତନ ହୋଇଛି
Pramod

ଭୁବନେଶ୍ବର: ଭାରତର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପ୍ରମୋଦ ଭାଗତଙ୍କ ନାଁରେ ଚାଲାନ କଟିଛି। ରାଜଧାନୀ ଭୁବନେଶ୍ବରରେ ମଦପିଇ ଗାଡ଼ି ଚଳାଇବା ଅଭିଯୋଗରେ କମିସନରେଟ ପୁଲିସ ଶନିବାର ରାତିରେ ପ୍ରମୋଦ ଭଗତଙ୍କ ନାମରେ ଏହି ଚାଲାନ କାଟିଥିବା ଜଣାପଡ଼ିଛି। 

କମିସନରେଟ ପୁଲିସ ଆଜି କହିଛି ଯେ, ପ୍ରମୋଦ ଭଗତ ଗତକାଲି (ସେପ୍ଟେମ୍ବର ୧୪) ରାତିରେ ରାଜଧାନୀର ନାଲକୋ ଛକ ନିକଟରେ ମଦ୍ୟପାନ କରୁଥିବା ଅବସ୍ଥାରେ ଧରାପଡିଥିଲେ।

ସୂଚନାଯୋଗ୍ୟ, ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗଦ ଟୋକିଓ ଅଲିମ୍ପିକ୍ସ-୨୦୨୦ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ପୁରୁଷ ସିଙ୍ଗଲ୍ସ ବର୍ଗରେ ପଦକ ଜିତିଥିଲେ। ବ୍ୟାଡମିଣ୍ଟନ୍ ୱାର୍ଲ୍ଡ ଫେଡେରେସନର ଆଣ୍ଟି-ଡୋପିଂ ଧାରା ଉଲ୍ଲଂଘନ ହେତୁ ଚଳିତ ବର୍ଷ ଅଗଷ୍ଟରେ ପାରା ସଟଲରଙ୍କୁ ୧୮ ମାସ ପାଇଁ ନିଲମ୍ବିତ କରାଯାଇଛି। ନିଲମ୍ବନ ଯୋଗୁଁ ଭଗଦ୍‌ ପ୍ୟାରିସ ପାରାଲିମ୍ପିକ୍ସରେ ପ୍ରତିଦ୍ୱନ୍ଦ୍ୱିତା କରିପାରି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe