ହାତୀ ଆକ୍ରମଣରେ ପାରାଷ୍ଟାଫ୍ ଆହତ,  ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Advertisment

ରିଆମାଳ ବ୍ଲକ କୁଣ୍ଢେଇଗୋଳା ବନାଞ୍ଚଳ ଚଢ଼େଇମରା ପଞ୍ଚାୟତ ଅନ୍ତର୍ଗତ ସଙ୍ଘାପଶିରେ ଗତ ମଙ୍ଗଳବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ବିଳମ୍ବିତ ରାତିରେ ହାତୀ ଘଉଡ଼ାଇବାକୁ ଯାଇଥିବା ପାରାଷ୍ଟାଫ୍ ନାରାୟଣ ସାହୁଙ୍କୁ ହାଣି ଆକ୍ରମଣ କରିବା ଫଳରେ ଆହତ ହୋଇଛନ୍ତି।

ରିଆମାଳ ବ୍ଲକ କୁଣ୍ଢେଇଗୋଳା ବନାଞ୍ଚଳ ଚଢ଼େଇମରା ପଞ୍ଚାୟତ ଅନ୍ତର୍ଗତ ସଙ୍ଘାପଶିରେ ଗତ ମଙ୍ଗଳବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ବିଳମ୍ବିତ ରାତିରେ ହାତୀ ଘଉଡ଼ାଇବାକୁ ଯାଇଥିବା ପାରାଷ୍ଟାଫ୍ ନାରାୟଣ ସାହୁଙ୍କୁ ହାଣି ଆକ୍ରମଣ କରିବା ଫଳରେ ଆହତ ହୋଇଛନ୍ତି।

dfg

ରିଆମାଳ: ରିଆମାଳ ବ୍ଲକ କୁଣ୍ଢେଇଗୋଳା ବନାଞ୍ଚଳ ଚଢ଼େଇମରା ପଞ୍ଚାୟତ ଅନ୍ତର୍ଗତ ସଙ୍ଘାପଶିରେ ପୁଣି ଦନ୍ତା ହାତୀ ଉତ୍ପାତ କରିଥିବା ଜଣାଯାଇଛି। ଗତ ମଙ୍ଗଳବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ବିଳମ୍ବିତ ରାତିରେ ହାତୀ ଘଉଡ଼ାଇବାକୁ ଯାଇଥିବା ପାରାଷ୍ଟାଫ୍ ନାରାୟଣ ସାହୁଙ୍କୁ ହାଣି ଆକ୍ରମଣ କରିବା ଫଳରେ ଆହତ ହୋଇଛନ୍ତି।

ଗତ ବିଳମ୍ବିତ ରାତିରେ ପୁଣି ଦନ୍ତା ହାତୀ ଆସି ଉକ୍ତ ଗ୍ରାମରେ ଉପଦ୍ରବ କରୁଥିଲା। ଘାସିରାମ ସାହୁଙ୍କ ଘର ଭଙ୍ଗାରୁଜା କରିଥିବା ବେଳେ ବିଭିନ୍ନ ପନିପରିବା ଚାଷ ନଷ୍ଟ କରୁଥିଲା। ଖବର ପାଇ ବନବିଭାଗର ପାରାଷ୍ଟାଫ୍ ନାରାୟଣ ଆସି ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ତାକୁ ଦନ୍ତା ହାତୀ ଏକ ଖତ ଗଦାରେ ଆକ୍ରମଣ କରିଥିଲା। ମାତ୍ର ସେହି ସ୍ଥାନଟି ଖତ ଗଦା ହୋଇଥିବାରୁ ଦବି ଯାଇଥିଲା। ସେ ଅଳ୍ପକେ ବର୍ତ୍ତିଯାଇଥିଲେ।

ସୂଚନା ଅନୁସାରେ, ଗତ ବିଳମ୍ବିତ ରାତିରେ ପୁଣି ଦନ୍ତା ହାତୀ ଆସି ଉକ୍ତ ଗ୍ରାମରେ ଉପଦ୍ରବ କରୁଥିଲା। ଘାସିରାମ ସାହୁଙ୍କ ଘର ଭଙ୍ଗାରୁଜା କରିଥିବା ବେଳେ ବିଭିନ୍ନ ପନିପରିବା ଚାଷ ନଷ୍ଟ କରୁଥିଲା। ଖବର ପାଇ ବନବିଭାଗର ପାରାଷ୍ଟାଫ୍ ନାରାୟଣ ଆସି ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ତାକୁ ଦନ୍ତା ହାତୀ ଏକ ଖତ ଗଦାରେ ଆକ୍ରମଣ କରିଥିଲା। ମାତ୍ର ସେହି ସ୍ଥାନଟି ଖତ ଗଦା ହୋଇଥିବାରୁ ଦବି ଯାଇଥିଲା। ସେ ଅଳ୍ପକେ ବର୍ତ୍ତିଯାଇ ଥିଲେ।

ଖବର ପାଇ ଫରେଷ୍ଟର ତପନ ନାୟକ, ରେଞ୍ଜର ନିରଞ୍ଜନ ଧରୁଆ ପହଞ୍ଚି ତାକୁ ଉଦ୍ଧାର କରି ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ତାଙ୍କର ଗୋଡ଼ ଓ ଅଣ୍ଟାରେ ଆଘାତ ଲାଗିଥିବା ବେଳେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣା ପଡ଼ିଛି । ଆହତ ନାରାୟଣଙ୍କ ଘର କାଞ୍ଜିଆମ୍ବ ଗ୍ରାମରେ। ସେ ଦୀର୍ଘ ଦିନ ହେଲା ପାରାଷ୍ଟାଫ୍ ଭାବେ କାର୍ଯ୍ୟ କରି ଆସୁଛନ୍ତି।ସବୁଦିନ ପରି ଗତ ବିଳମ୍ବିତ ଶୀତ ରାତିରେ କାର୍ଯ୍ୟ କରୁଥିଲେ। ତେବେ ହାତୀ ପାଇଁ ଚଢେଇମରା ଓ ତୁଙ୍ଗାମାଳ ପଞ୍ଚାୟତବାସୀ ଭୟଭୀତ ହୋଇଛନ୍ତି।

ଦୁଇ ଦନ୍ତାହାତୀ ରହି ବହୁ ପନିପରିବା ଚାଷ ନଷ୍ଟ କରୁଥିବା ସହ ଘର ଭଙ୍ଗାରୁଜା କରୁଛନ୍ତି। ଗତ ମଙ୍ଗଳବାର ହାତୀ ଆକ୍ରମଣରେ ଚଢେଇମରା ପଞ୍ଚାୟତ ସଙ୍ଘାପଶି ଗ୍ରାମର କୁନି ବେହେରା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତା ପୂର୍ବରୁ ତୁଙ୍ଗାମାଳ ପଞ୍ଚାୟତ ଅନ୍ତର୍ଗତ କାଞ୍ଜିଆମ୍ବ ଗ୍ରାମରେ ବାଇଗଣ ବଗିଚାରେ ଯାତ୍ରା ପ୍ରଧାନଙ୍କୁ ଦଳି ଦେଇଥିଲା। ଏହି ଦୁଇ ପଞ୍ଚାୟତ ଏବେ ହାତୀଙ୍କ ଗଡ଼ ହୋଇ ଯାଇଛି। ବନବିଭାଗ ସହ ଗ୍ରାମବାସୀ ଜଗି ରହିଥିବା ବେଳେ ତୁରନ୍ତ ଘଉଡ଼ାଇବାକୁ ସରକାରଙ୍କ ପାଖରେ ଜନସାଧାରଣ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe