ବ୍ରଜରାଜନଗର:ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ମୁଚବାହାଲ -ଜୁରାବଗା ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍ ଚଢିଯିବାରୁ ଜଣେ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଜିତେନ୍ଦ୍ର ଯାଦବ(୩୭)। ସେ ଝାଡ଼ଖଣ୍ଡ ନିବାସୀ ଓ ସେ ଏଠାରେ ଏକ ଟ୍ରକରେ ହେଲପର ଭାବେ କାର୍ଯ୍ୟ କରନ୍ତି।
ଡ୍ରାଇଭର ଅଟକ
ଘଟଣା ଘଟିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସ (ଓ ଡ଼ି ୨୩ ଜେ ୯୩୫୫)କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।ପୁଲିସ ଶବ ଜବତ କରି ଅନୁସନ୍ଧାନ କରୁଛି। ଘଟଣା ଘଟିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଆହୁରି ପଢ଼ନ୍ତୁ:2 Brothers Death Accident ଚାଲିଚାଲି ଆସୁଥିବା ବେଳେ ଧକ୍କା ଦେଲା ବୋଲେରୋ, ଆଖି ବୁଜିଲେ ଦୁଇ ଭାଇ
ସୂଚନା ଅନୁସାରେ, ଘରୋଇ ବସଟି ବନ୍ଧବାହଲରୁ ବେଲପାହାଡ଼ ଯାଉଥିବା ସମୟରେ ଜିତେନ୍ଦ୍ର ଗୁମାଡେରା ଯିବା ଉଦେଶ୍ୟରେ ମଝିରୁ ବସରେ ଉଠିଥିଲେ।ପକେଟରେ ଥିବା ମୋବାଇଲଟି ହଠାତ ତଳେ ପଡିଯାଇଥିଲା। ମୋବାଇଲକୁ ତଳୁ ଉଠାଇବା ଉଦେଶ୍ୟରେ ସେ ତଳକୁ ଓହ୍ଲାଇବା ସମୟରେ ପଡ଼ିଯାଇଥିଲେ। ସେହି ସମୟରେ ବସର ଚକ ତାଙ୍କ ଉପରେ ଚଢିଯାଇଥିଲା ଓ ଘଟଣା ସ୍ଥଳରେ ଜିତେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା।
ଆହୁରି ପଢ଼ନ୍ତୁ: Sriyanka Returns Twenty20 Team ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତୀୟ ମହିଳା ଦଳ ଘୋଷିତ: ଟ୍ବେଣ୍ଟି-୨୦ ଦଳକୁ ଫେରିଲେ ଶ୍ରୀୟଙ୍କା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/18/untitled-6-2026-01-18-13-42-27.jpg)