‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ‘ପଥ ଉତ୍ସବ’

ସେପ୍ଟେମ୍ୱର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଦେଶବ୍ୟାପି ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନକୁ ଜନ ଆଦୃତ କରିବା ତଥା ପରିବେଶକୁ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନ ସୃଷ୍ଟି କରାଯାଇଛି।

ରାଇରଙ୍ଗପୁର: ସେପ୍ଟେମ୍ୱର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଦେଶବ୍ୟାପି ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନକୁ ଜନ ଆଦୃତ କରିବା ତଥା ପରିବେଶକୁ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନ ସୃଷ୍ଟି କରିବା ସହିତ ଲୋକଙ୍କ ନିକଟରେ ଏହାକୁ ପହଂଚାଇବା ପାଇଁ ରାଇରଙ୍ଗପୁର ପୌରପାଳିକା ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚେଷ୍ଟା ଜାରି ରହିଛି। ଏହି କ୍ରମରେ ରବିବାର ପୌରପାଳିକା ତରଫରୁ ସ୍ଥାନୀୟ ମାଉସୀ'ମା ମନ୍ଦିର ଠାରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ‘ପଥ ଉତ୍ସବ’ ଆୟୋଜନ କରାଯାଇଥିଲା। 
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀ ଓ ବିଭିନ୍ନ ବର୍ଗର ଶତାଧିକ ମହିଳାମାନେ ରଙ୍ଗବେରଙ୍ଗ ମୁରୁଜ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା’ ଉପରେ ପ୍ରତୀକାତ୍ମକ ଚିତ୍ର ଆଙ୍କି ଉକ୍ତ ଚିତ୍ରରେ ବିଭିନ୍ନ ଶିକ୍ଷଣୀୟ ଉଦ୍ଧୃତି ଉଲ୍ଲେଖ କରି ସମାଜକୁ  ସଚେତନଧର୍ମୀ ବାର୍ତା ଦେଇଥିଲେ। ଏଥିସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀ ଓ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସ୍ୱଚ୍ଛତା ହିଁ ସେବା ବିଷୟବସ୍ତୁ ଉପରେ ଆଧାରିତ ସଂଗୀତ ଓ ନୃତ୍ୟ ଇତ୍ୟାଦି ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
publive-image
ଉକ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସ୍ୱଚ୍ଛତା ସ୍ଵଭାଵ ଦ୍ୱାରା ପରିବେଶକୁ କିପରି ପ୍ରଦୂଷଣ ମୁକ୍ତ କରାଯାଇପାରିବ ଏବଂ ଦୈନନ୍ଦିନ ଜୀବନରେ ୧୨୦ ମାଇକ୍ରୋନରୁ କମ ମୋଟେଇ ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ଯୋଗୁଁ ଏହାର ଭୟାଭୟତା ବିଷୟରେ ଅବଗତ କରାଇବା ସହ ଏହି ବର୍ଗର ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାରରୁ ନିବୃତ୍ତ ସକାଶେ ସାମୁହିକ ସଂକଳ୍ପ ନେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ ଏବଂ ରାଇରଙ୍ଗପୁର ସହରକୁ ସ୍ୱଚ୍ଛ, ସୁନ୍ଦର ଓ ନିର୍ମଳ ସହର ଭାବେ ଗଢି ତୋଳିବା ସହ ବିକଶିତ ଓଡିଶା ଗଠନ ରେ ସମସ୍ତଙ୍କ ସହାଭାଗୀତା ପାଇଁ ସମାଜର ସବୁ ବର୍ଗର ଲୋକଙ୍କ ସହଯୋଗ କାମନା କରିଥିଲେ । 
ଏହି ଅବସରରେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପୌରପାଳିକା ତରଫରୁ ଏହି ଅଭିଯାନରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ବିଷୟରେ ଉଲ୍ଲେଖ କରିବା ସହିତ ‘ସ୍ୱଭାବ ସ୍ୱଚ୍ଛତା ଓ ସଂସ୍କାର ସ୍ୱଚ୍ଛତା’ ନୀତିକୁ ଆପଣାଇ ସ୍ୱଚ୍ଛ ରାଇରଙ୍ଗପୁର ତଥା ସ୍ୱଚ୍ଛ ଭାରତ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ପୌରପାଳିକା ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଅନୁଷ୍ଠିତ କାର୍ଯ୍ୟକ୍ରମକୁ  ପୌରପାଳିକାର କାଉନସିଲର, କର୍ମଚାରୀ, ସ୍ୱଚ୍ଛ ସାଥି ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକମାନେ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସମେତ ବିଭିନ୍ନ ପଦାଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe