ଡାକ୍ତରଖାନାରେ ଖସିପଡ଼ିଲେ ରୋଗୀ; ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଡାକ୍ତରଖାନାର ଉପର ମହଲାରୁ ଖସିପଡ଼ି ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ବିଜୟ ସାହୁ। 

Anandpur hospital

Anandpur hospital Photograph: (sambad.in)

ଆନନ୍ଦପୁର: ଡାକ୍ତରଖାନାର ଉପର ମହଲାରୁ ଖସିପଡ଼ି ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ବିଜୟ ସାହୁ (୫୮)। 

ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର କଣ୍ଟିପାଳ ଗ୍ରାମର ବିଜୟ ସାହୁ ଆଜି ସକାଳୁ ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥିଲେ। ତାଙ୍କ ସାଥୀରେ ପତ୍ନୀ ଶାନ୍ତିଲତା ଥିଲେ। ଡାକ୍ତରଖାନାରେ ବିଜୟଙ୍କର ଡାଇଲିସିସ୍ ହେବାର ଥିଲା। ତାଙ୍କର ନମ୍ବର ଆସିବା ପୂର୍ବରୁ ଅଘଟଣର ଶିକାର ହୋଇଥିଲେ। ‌ଅସାବଧାନତା ଅଥବା ଅନ୍ୟ କୌଣସି କାରଣରୁ ବିଜୟ ଖସିପଡ଼ିଥିଲେ। ସେଠାରୁ ତାଙ୍କୁ ଡାକ୍ତରଖାନା କର୍ମଚାରୀମାନେ ଉଦ୍ଧାର କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। 

ଡାକ୍ତରଖାନାରେ ବିଜୟଙ୍କର ଡାଇଲିସିସ୍ ହେବାର ଥିଲା। ତାଙ୍କର ନମ୍ବର ଆସିବା ପୂର୍ବରୁ ଅଘଟଣର ଶିକାର ହୋଇଥିଲେ। ‌ଅସାବଧାନତା ଅଥବା ଅନ୍ୟ କୌଣସି କାରଣରୁ ବିଜୟ ଖସିପଡ଼ିଥିଲେ।

ବିଜୟ ବୁଧବାର ରାତିରୁ ଖାଇନଥିଲେ ଓ ସେ ବାଥରୁମ୍ ବଦଳରେ ଭୁଲ୍‌ରେ ଅନ୍ୟ ଦ୍ୱାର ଖୋଲି ସେଠାର ଛାତକୁ ଯାଇଥିଲେ। ତେବେ ମୁଣ୍ଡ ବୁଲାଇବାରୁ ସେ ତଳକୁ ଖସିପଡ଼ିଥିବା ପତ୍ନୀ  ଶାନ୍ତିଲତା  କହିଛନ୍ତି। ଖବରପାଇ ଘଷିପୁରା ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe