ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ: ଥାନାରେ ଅଭିଯୋଗ

Advertisment

ଖନ୍ତାପଡ଼ା ଥାନା ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ଚିକିତ୍ସା ଅବହେଳାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ  ଖନ୍ତାପଡ଼ା ଥାନାରେ ମହିଳାଙ୍କ ସ୍ୱାମୀ ସୁନୀଲ ଲିଖିତ ଅଭିଯୋଗ କରିଛନ୍ତି। ମୃତା ନାଚିନ୍ତା ଗ୍ରାମର ସୁନୀଲ କୁମାର ମଲ୍ଲିକଙ୍କ ପତ୍ନୀ ସଂଯୁକ୍ତା ନାଥ(୨୭) ବୋଲି ଜଣା ପଡ଼ିଛି।

Updated On

ଅଦ୍ୟତନ ହୋଇଛି
patient-dies

patient-dies Photograph: (sambad.in)

ଖନ୍ତାପଡ଼ା: ଖନ୍ତାପଡ଼ା ଥାନା ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ଚିକିତ୍ସା ଅବହେଳାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ  ଖନ୍ତାପଡ଼ା ଥାନାରେ ମହିଳାଙ୍କ ସ୍ୱାମୀ ସୁନୀଲ ଲିଖିତ ଅଭିଯୋଗ କରିଛନ୍ତି। ମୃତା ନାଚିନ୍ତା ଗ୍ରାମର ସୁନୀଲ କୁମାର ମଲ୍ଲିକଙ୍କ ପତ୍ନୀ ସଂଯୁକ୍ତା ନାଥ(୨୭) ବୋଲି ଜଣା ପଡ଼ିଛି।

ସୂଚନା ମୁତାବକ ଗତକାଲି ରାତି ୮ଘଟିକା ସମୟରେ ସଂଯୁକ୍ତାଙ୍କ ଦେହ ଅସୁସ୍ଥ ଥିବାବେଳେ ତାଙ୍କୁ କାର୍ଯ୍ୟରତ ଡାକ୍ତର ତପନ କୁମାର ପରିଡା ଆର୍ବିସି ସହିତ ଅନ୍ୟକିଛି ଟେଷ୍ଟ କରାଇବା ପାଇଁ କହିଥିଲେ। ରିପୋର୍ଟ ଦେଖିସାରି ହାଲକା ନିମୋନିଆ ହୋଇଥିବା କହିଥିବା ବେଳେ ଆର୍ବିସି ମଧ୍ୟ କମ ଥିବା କଥା କହି ଖାଦ୍ୟ ଖାଇସାରିଲା ପରେ ଇଂଜେକନ୍ସ ମଧ୍ୟ ଦେଇଥିଲେ। ମାତ୍ର ଇଂଜେକନ୍ସ ନେବାର କିଛି ସମୟ ପରେ ସଂଯୁକ୍ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡି ଯାଇଥିବା ବେଳେ ପଲସ ମଧ୍ୟ କମିଯାଇଥିବା ବେଳେ ସେହିଠାରେ ହିଁ ପ୍ରାଣ ବାୟୁ ଉଡିଯାଇଥିବା ନେଇ ସୁନୀଲ କୁମାର ମଲ୍ଲିକ ଥାନାରେ ଅଭିଯୋଗ କରିଥିଲେ।  ଡାକ୍ତରଙ୍କ ଚିକିତ୍ସାର ଅବହେଳା ପାଇଁ ସଂଯୁକ୍ତା ମୃତ୍ୟୁ ହୋଇଥିବା ସୁନୀଲ କୁମାର ମଲ୍ଲିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe