ବୁର୍ଲା ଭିମସାରରେ ଅଘଟଣ, ମେଡିକାଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ରୋଗୀ

ବୁର୍ଲା ଭିମସାରରେ ଅଘଟଣ। ମେଡିକାଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ରୋଗୀ। ଯୁବକ ଜଣଙ୍କ ବରଗଡ଼ ଜିଲ୍ଲା ବିଜେପୁର ଥାନା ଭାଟିଗାଓଁର ସୁବୀର ସରିଦାର ବୋଲି ଜଣାପଡ଼ିଛି।

vimsar

ବୁର୍ଲା: ବୁର୍ଲା ଭିମସାରରେ ଅଘଟଣ। ମେଡିକାଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ରୋଗୀ। ମେଡିକାଲର ପ୍ରଥମ ମହଲାରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ଜଣଙ୍କ ବରଗଡ଼ ଜିଲ୍ଲା ବିଜେପୁର ଥାନା ଭାଟିଗାଓଁର ସୁବୀର ସିରଦାର ବୋଲି ଜଣାପଡ଼ିଛି।

ବୁର୍ଲା ଭିମସାରରେ ଅଘଟଣ। ମେଡିକାଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ରୋଗୀ। ମେଡିକାଲର ପ୍ରଥମ ମହଲାରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ଜଣଙ୍କ ବରଗଡ଼ ଜିଲ୍ଲା ବିଜେପୁର ଥାନା ଭାଟିଗାଓଁର ସୁବୀର ସରିଦାର ବୋଲି ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଭିମସାର କାଜୁଆଲଟିରେ ଭର୍ତ୍ତି କରାଯାଇଛି।

ତାଙ୍କୁ ଗୁରୁତର ଅବସ୍ଥାରେ ଭିମସାର କାଜୁଆଲଟିରେ ଭର୍ତ୍ତି କରାଯାଇଛି। ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି।

 ଭିମସାର ବଡ଼ ଡାକ୍ତରଖାନାର ଇଏନଟି ବିଭାଗ ଛାତରୁ ଡେଇଁ ଜଣେ ରୋଗୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ କାଜୁଆଲଟିରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ବିଜେପୁର ଥାନା ଭାଟିଗାଁର ସୁବୀର ସିରଦାର(୨୯) ମଙ୍ଗଳବାର ରାତିରେ ଏକ ଧାରୁଆ ଅସ୍ତ୍ରରେ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଆଜି ଭୋର ସମୟରେ ଭିମସାରକୁ ସ୍ଥାନାନ୍ତର କରି କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ ଇଏନଟି ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ପୂର୍ବାହ୍ନ ସାଢ଼େ ଏଗାରଟା ସମୟରେ ତାଙ୍କ ଅସ୍ତ୍ରୋପଚାର କରିବାର ଥିଲା। ଓଟି ସମ୍ମୁଖରେ ତାଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା । କୌଶଳକ୍ରମେ ସେଠାରୁ ଖସି ଯାଇ ସୁବୀର ଏକ ମହଲା ଛାତରୁ ତଳକୁ ଡେଇଁ ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe