ଘରୋଇ ଡାକ୍ତରଖାନାର ୪ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ

Advertisment

ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରୁ ଡେଇଁପଡି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଜଗତପୁରରେ ଥିବା ଏକ ଘରୋଇ ଡାକ୍ତରଖାନାର ଝରକା ଦେଇ ଜଣେ ରୋଗୀ ଡେଇଁପଡିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରୁ ଡେଇଁପଡି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଜଗତପୁରରେ ଥିବା ଏକ ଘରୋଇ ଡାକ୍ତରଖାନାର ଝରକା ଦେଇ ଜଣେ ରୋଗୀ ଡେଇଁପଡିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

କଟକ: ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାର ୪ ମହଲାରୁ ଡେଇଁପଡି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଜଗତପୁରରେ ଥିବା ଏକ ଘରୋଇ ଡାକ୍ତରଖାନାର ଝରକା ଦେଇ ଜଣେ ରୋଗୀ ଡେଇଁପଡିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ଜଣକ ଢେଙ୍କାନାଳର ବୋଲି ଜଣାପଡିଛି। ସେ ଯକୃତ ଜନିତ ସମସ୍ୟା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। 

ତେବେ ଚିକିତ୍ସିତ ଅବସ୍ଥାରେ ସେ ଆଜି ସନ୍ଧ୍ୟାରେ ଶୌଚାଳୟ ଝରକାରୁ ଡେଇଁ ପଡି ମୃତ୍ୟୁବରଣ କରିଛନ୍ତି। ସେ କାହିଁକି ଆତ୍ମହତ୍ୟା କରିଛନ୍ତି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଡାକ୍ତରଖାନାର କର୍ମଚାରୀ ଏବଂ ପରିବାର‌ ‌ଲୋକଙ୍କୁ ପଚରାଉଚରା କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe