Pattamundai Lady IIC ଏସିଏଫଙ୍କୁ ଦୁର୍ବ୍ୟବହାର କରି ଫସିଲେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର

Advertisment

କେନ୍ଦ୍ରାପଡ଼ା ରାଜନଗରରେ ବଜ୍ରକାପ୍ତା ଚୋରାଚାଲାଣ ଘଟଣା। ବଢ଼ିଲା ଆଇଆଇସିଙ୍କ ଅଡୁଆ। ତଦନ୍ତ ପରିସର ଭୁକ୍ତ ହେବେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର। ଅଭିଯୁକ୍ତଙ୍କ ସହିତ ଥାନା ଅଧିକାରିଣୀଙ୍କ ସମ୍ପୃକ୍ତି ନେଇ ସନ୍ଦେହ ପ୍ରକାଶ କଲା ବନବିଭାଗ।

କେନ୍ଦ୍ରାପଡ଼ା ରାଜନଗରରେ ବଜ୍ରକାପ୍ତା ଚୋରାଚାଲାଣ ଘଟଣା। ବଢ଼ିଲା ଆଇଆଇସିଙ୍କ ଅଡୁଆ। ତଦନ୍ତ ପରିସର ଭୁକ୍ତ ହେବେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର। ଅଭିଯୁକ୍ତଙ୍କ ସହିତ ଥାନା ଅଧିକାରିଣୀଙ୍କ ସମ୍ପୃକ୍ତି ନେଇ ସନ୍ଦେହ ପ୍ରକାଶ କଲା ବନବିଭାଗ।

Untitled-10.jpg

Pattamundai iic bandana patra in trouble Photograph: (Sambad.in)

ରାଜନଗର: କେନ୍ଦ୍ରାପଡ଼ା ରାଜନଗରରେ ବଜ୍ରକାପ୍ତା ଚୋରାଚାଲାଣ ଘଟଣା। ବଢ଼ିଲା ଆଇଆଇସିଙ୍କ ଅଡୁଆ। ତଦନ୍ତ ପରିସର ଭୁକ୍ତ ହେବେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର । ଅଭିଯୁକ୍ତଙ୍କ ସହିତ ଥାନା ଅଧିକାରିଣୀଙ୍କ ସମ୍ପୃକ୍ତି ନେଇ ସନ୍ଦେହ ପ୍ରକାଶ କଲା ବନବିଭାଗ। ଗତ ୨୧ ତାରିଖ ଦିନ ରାଜନଗର ବନବିଭାଗ ଅଫିସ ଭିତରେ ପଶି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର କାହିଁକି ମୋତେ ନଜଣାଇ ବଜ୍ରକାପ୍ତା ଚୋରାଚାଲାଣ କରିଥିବା ଅଭିଯୁକ୍ତଙ୍କୁ ଅଟକ ରଖିଛ ବୋଲି କହି ଏସିଏଫଙ୍କୁ ଦୁର୍ବ୍ୟବହାର କରିବା ସହ ଦବଙ୍ଗଗିରି ଦେଖାଇଥିଲେ।

କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

ଆଇଆଇସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ରାଜନଗର ଫରେଷ୍ଟର ଓ ଫରେଷ୍ଟଗାର୍ଡ ସଂଘର କର୍ମକର୍ତ୍ତାମାନେ ଆଜି ରାଜନଗର ଡ଼ିଏଫଓଙ୍କୁ ଭେଟି ଦୁର୍ବ୍ୟବହାର କରିଥିବା ଆଇଆଇସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯଦି ସମ୍ପୃକ୍ତ ଆଇଆଇସିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ, ତେବେ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ଅନ୍ୟପଟେ ଏ ଘଟଣା ସମ୍ପର୍କରେ ରାଜନଗର ଡିଏଫଓ ଉପରିସ୍ଥ ଅଧିକାରୀ ଓ କେନ୍ଦ୍ରାପଡ଼ା ଏସପିଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଥିବା କହିଛନ୍ତି। ଦୁର୍ବ୍ୟବହାରର ଶିକାର ହୋଇଥିବା ରାଜନଗର ଏସିଏଫ ଗଗନ ବିହାରୀ ମଲ୍ଲିକ ଏହି ଘଟଣା ପରେ ମୁଁ ସିନିଅର ହୋଇଥିବା ବେଳେ ଜଣେ ଜୁନିଅର ଅଫିସର ମୋତେ ଆସାମୀମାନଙ୍କ ସାମ୍ନାରେ ଦୁର୍ବ୍ୟବହାର କରିଥିବାରୁ ମୋର ମାନସିକ ସ୍ଥିତି ଭଲ ନାହିଁ. କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ୨୧ ତାରିଖ ଅପରାହ୍ନ ପ୍ରାୟ ୪ଟା ୫୦ରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଧନା ପାତ୍ର ଡ୍ରେସରେ ଥାଇ ରାଜନଗର ରେଞ୍ଜ କାର୍ଯ୍ୟଲୟରେ ପହଞ୍ଚିଥିଲେ।  ରେଞ୍ଜ  ଅଫିସ ଭିତରେ ଏସିଏଫ ଗଗନ ବିହାରୀ ମଲ୍ଲିକ ଓ ରେଞ୍ଜ ଅଫିସର ଚିତ୍ତ ରଞ୍ଜନ ବେହୁରା  ବଜ୍ରକାପ୍ତା କାତି ସହ ଧରାପଡିଥିବା ପଟ୍ଟାମୁଣ୍ଡାଇର ଏସ କେ ବରଖାଇତୁଲ୍ଲା, ଷଣ୍ଢପଲ୍ଲୀ ଗାଁର ଅଭିରାମ ମଲ୍ଲିକ ଓ ରାଜକିଶୋର ମଲ୍ଲିକଙ୍କୁ ଅଧିକ ତଥ୍ୟ ପାଇଁ ପଚରାଉଚରା କରୁଥିଲେ। ହଠାତ କାର୍ଯ୍ୟଲୟ ଭିତରକୁ ପଶି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ଏସିଏଫ ଓ ରେଞ୍ଜ ଅଫିସରଙ୍କ ଉପରକୁ ବର୍ଷିଥିଲେ।

ଅଭିଯୁକ୍ତଙ୍କ ସମୁଖରେ ବନ ବିଭାଗର ଦୁଇ ବରିଷ୍ଟ ଅଧିକାରୀଙ୍କ ଉପରେ ବର୍ଷିବା ସହିତ କାହିଁକି ମୋତେ ନଜଣାଇ ମୋ ଥାନା ଏରିୟାରୁ ଉଠାଇଲ, ତାଙ୍କ ପରିବାର ଲୋକେ ମିଶିଙ୍ଗ କେସ ଦେଇଛନ୍ତି। ଦିନ ସାଢେ ୧୨ଟାରୁ ୩ ଜଣଙ୍କୁ ମୋ ଥାନା ଏରିୟାରୁ ଉଠାଇଲାଣି ପୂର୍ବରୁ ଓ ପରେ କାହିଁକି ଜଣାଇଲାଣି ବୋଲି କହି ଗର୍ଜିଥିଲେ। ମ୍ଯାଡାମ ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଉଛି ବୋଲି ଏସିଏଫ କହୁଥିଲେ ବି ଆଇଆଇସି ସୁଣିନଥିଲେ। ଅଭିଯୁକ୍ତମାନଙ୍କ ସମୁଖରେ ମନଇଛା ଗାଳିକରି ବାହାରି ଚାଲି ଯାଇଥିଲେ। 

ଆହୁରି ପଢ଼ନ୍ତୁ Lady Forester Demands Bribe ଖୋଲାଖୋଲି ଲାଞ୍ଚ ମାଗିଲେ ମହିଳା ଫରେଷ୍ଟର, ଟ୍ରାକ୍ଟର ଅଟକାଇଲେ

ଉତ୍ତର ଦେଲେନି ଆଇଆଇସି

ଏ ସମ୍ପର୍କରେ ଉପସ୍ଥିତ ସାମ୍ବାଦିକମାନେ ଭିଡିଓ ଉତ୍ତୋଳନ କରିଥିଲେ। ଏସଂପର୍କରେ ଆଇଆଇସି ବନ୍ଦନା ପାତ୍ରଙ୍କୁ ଏସିଏଫଙ୍କ କାହିଁକି ବର୍ଷୁଥିଲେ ବୋଲି ପଚାରିବାରୁ କୌଣସି ଉତ୍ତର ଦେଇନାହାନ୍ତି। ରେଞ୍ଜ ଅଫିସରଙ୍କ କାର୍ଯ୍ୟଲୟ ଭିତରେ ପଶି ଆଇଆଇସିଙ୍କ ଦବଙ୍ଗଗିରି ଘଟଣାକୁ ନେଇ ବନବିଭାଗ କର୍ମଚାରୀ ଓ ଅଧିକାରୀ ମହଲରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି। ୧୯୭୨ ବନ୍ୟପ୍ରାଣୀ ଆଇନରେ ଆମେ କାହାକୁ ଗିରଫ କରିବୁ କିମ୍ବା ଉଠାଇ ଆଣିବୁ ସେ ସମ୍ପର୍କରେ ପୁଲିସକୁ ଜଣାଇବାର କୌଣସି ନିୟମ ନହିଁ। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ଆମ ଅଫିସରେ ପଶି ଅଭିଯୁକ୍ତଙ୍କ ସମୁଖରେ ବର୍ଷିବା ଘଟଣା ଡିଏଫଓଙ୍କୁ ଅବଗତ କରାଇଛୁ।  ଡିଏଫଓ ଏ ସମ୍ପର୍କରେ କେନ୍ଦ୍ରପଡା ଏସପିଙ୍କୁ ଜଣାଇଥିବା ଏସିଏଫ ଶ୍ରୀମଲ୍ଲିକ ସୂଚନା ଦେଇଛନ୍ତି। ସବୁଠୁ ବଡ କଥା ହେଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ଅନ୍ୟ ଥାନା ଅଞ୍ଚଳକୁ ଜୀବ ବେଳେ ଗ୍ରାମାଞ୍ଚଳ ଥାନା କର୍ମଚାରୀଙ୍କୁ ସାଙ୍ଗରେ ନେଇଥିଲେ ତ? ଉପରିସ୍ଥ ଅଧିକାରୀଙ୍କୁ ଅଭିଯୁକ୍ତଙ୍କ ସମୁଖରେ ବର୍ଷିବା କେତେ ଦୂର ସମୀଚୀନ ତାହା ଏବେ ସବୁ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe