ଛାତ୍ର କଂଗ୍ରେସ ଦୁଇଟା ଅଣ୍ଡା ଫିଙ୍ଗିଦେଲେ ଜେଲ୍‌ ଯିବେ ଏହା କି ପ୍ରକାର ସଂସ୍କାର...?

ଆନ୍ଦୋଳନ ସମୟରେ କଂଗ୍ରେସ ଛାତ୍ର ନେତାମାନେ ଯେଉଁ ଅଣ୍ଡାମାଡ଼ କରିଥିଲେ ତାହା ମନ୍ତ୍ରୀଙ୍କ ଦେହରେ ବାଜି ନାହିଁ। ତାଙ୍କ ଘର ଭିତରେ ମଧ୍ୟ ଅଣ୍ଡା ବାଜିନାହିଁ। ଏହି ଅଣ୍ଡା କେବଳ ତାଙ୍କ ପାଚେରୀ ଉପରେ ପଡ଼ିଛି।

New Project (25)

ଭୁବନେଶ୍ବର: ଆନ୍ଦୋଳନ ସମୟରେ କଂଗ୍ରେସ ଛାତ୍ର ନେତାମାନେ ଯେଉଁ ଅଣ୍ଡାମାଡ଼ କରିଥିଲେ ତାହା ମନ୍ତ୍ରୀଙ୍କ ଦେହରେ ବାଜି ନାହିଁ। ତାଙ୍କ ଘର ଭିତରେ ମଧ୍ୟ ଅଣ୍ଡା ବାଜିନାହିଁ। ଏହି ଅଣ୍ଡା କେବଳ ତାଙ୍କ ପାଚେରୀ ଉପରେ ପଡ଼ିଛି। ଏହା କଣ ଅପରାଧ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମକୁ କହିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ଦାସ କହିଛନ୍ତି, ବିଗତ ଦିନରେ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହୁତି ଓ ମୃତ୍ୟୁ ଘଟଣା ପରେ କଂଗ୍ରେସ ପକ୍ଷରୁ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଛାତ୍ର କଂଗ୍ରେସର କର୍ମୀମାନେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଅଣ୍ଡାମାଡ଼ କରିଥିଲେ। 

ଶ୍ରୀ ଦାସ ଆଜି ଅଣ୍ଡାମାଡ଼ ଘଟଣାରେ ଗିରଫ ହୋଇଥିଲା ଛାତ୍ର କଂଗ୍ରେସର କର୍ମୀଙ୍କୁ ଝାରପଡ଼ା ଜେଲ୍‌ରେ ଭେଟିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଯଦି ଏହା ଅପରାଧ, ତେବେ ଫକୀର ମୋହନ ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ, ଅଧ୍ୟକ୍ଷଙ୍କ ସହ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ମଧ୍ୟ ଛାତ୍ରୀ ଜଣଙ୍କ ଗୁହାରି କରିଥିଲେ ମଧ୍ୟ ତାଙ୍କର ସମସ୍ୟାର ସମାଧାନ କରାଯିବା ଅର୍ଥାତ ଅଭିଯୋଗ ପରେ ତାଙ୍କର କଥା ନଶୁଣିବା ତାହା କ’ଣ ଅପରାଧ ନୁହେଁ କି? 

ବିଜେପି ଶାସନରେ ଆସିବା ପୂର୍ବରୁ ଉଚ୍ଚ ଶିକ୍ଷାମନ୍ତ୍ରୀ କେତେ ନାଚିଛନ୍ତି? କେତେ ବିରୋଧ କରିଛନ୍ତି ତାହା କଣ ଅପରାଧ ନୁହେଁ? ପୁଲିସ ଅପରାଧ କରିପାରିବ, ମନ୍ତ୍ରୀ ଅପରାଧ କରିପାରିବେ। କିନ୍ତୁ ଛାତ୍ର କଂଗ୍ରେସ ଦୁଇଟା ଅଣ୍ଡା ଫିଙ୍ଗିଦେଲେ ଜେଲ୍‌ ଯିବେ ଏହା କି ପ୍ରକାର ସଂସ୍କାର...? କଂଗ୍ରେସ ଦଳ ଆଇନକୁ ସମ୍ମାନ ଦେଉଛି ଯଦି ଆମେ ଆଇନ ହାତକୁ ନେବୁ, ତେବେ ବିଜେପି ମନ୍ତ୍ରୀ ଏବଂ ନେତାମାନେ ରାଜରାସ୍ତରରେ ଚାଲିପାରିବେ କି? ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। 

ଏହା ପୂର୍ବରୁ ଶ୍ରୀ ଦାସ ଆଜି କହିଥିଲେ ଯେ, ଖୁବ୍ ଶୀଘ୍ର କଂଗ୍ରେସ ଭବନରେ ମହିଳା ଅଭିଯୋଗ ପ୍ରକୋଷ୍ଠ ଖୋଲିବ। ଏହାଛଡ଼ା କଂଗ୍ରେସ ଏକ ସ୍ୱତନ୍ତ୍ର ମହିଳା ସୁରକ୍ଷା ଆପ୍ ବି ଲଞ୍ଚ କରିବ। ଆସନ୍ତା ୨୪ ତାରିଖ ଦିନ ରାଜ୍ୟ ସାରା କଂଗ୍ରେସ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ। 

politics

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe