ନିଆଁ ଲାଗି ତିନି ଏକର ଜମିର ଧାନ ନଷ୍ଟ

ବଣୁଆଗୁଡା ପଞ୍ଚାୟତ ଅନ୍ତର୍ଗତ ଗମିଅଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗମିଅଡା ଗ୍ରାମ ଏବଂ ପଲସଗାଁ ଗ୍ରାମର ଦୁଇ କ୍ଷୁଦ୍ର ଚାଷୀଙ୍କ ବର୍ଷକର ଫସଲ ନିଆଁରେ ପୋଡି ପାଉଁଶ ହୋଇଯାଇଛି। ଫ‌ଳରେ ଚାଷୀ ପରିବାର ମୁଣ୍ଡରେ ଚଡ଼କ ପଡ଼ିଛି।

Jharigaon

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଣୁଆଗୁଡା ପଞ୍ଚାୟତ ଅନ୍ତର୍ଗତ ଗମିଅଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଗମିଅଡା ଗ୍ରାମ ଏବଂ ପଲସଗାଁ ଗ୍ରାମର ଦୁଇ କ୍ଷୁଦ୍ର ଚାଷୀଙ୍କ ବର୍ଷକର ଫସଲ ନିଆଁରେ ପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଚାଷୀମାନେ ଋଣ ପରିଷଦ ନେଇ ଚିନ୍ତାରେ ପଡିଛନ୍ତି।

ସୂଚନା ପ୍ରକାରେ ଗମିଅଡା ଗ୍ରାମର ଘେନୁ ଗଣ୍ଡ ଦୁଇ ଏକର ଏବଂ ପଲସଗାଁ ଗ୍ରାମର ଗୌରୀ ଚନ୍ଦ୍ର ପୂଜାରୀ ଏକ ଏକର ଧାନ ଚାଷ କରିଥିଲେ।ଦୁଇ ଜଣ ଚାଷୀ ଧାର ଉଧାର କରି ଧାନ ଚାଷ କରିଥିବା ବେଳେ ଚଳିତ ବର୍ଷ ଫସଲ ମଧ୍ୟ ଠିକ ରହିଥିଲା।ଦୁହେଁ ଚାଷୀ ଧାନ ଜମିରୁ କାଟିବା ପରେ ଗମିଅଡା ଗ୍ରାମ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଜିନ ଜମି ନିକଟସ୍ଥ ଧାନ ଖଳାରେ ଧାନ ରଖିଥିଲେ। ଧାନ ଖଲା ନିକଟରେ ଭାଲୁ ଭୟ ଥିବା ଯୋଗୁଁ ଦୁହେଁ ସନ୍ଧ୍ୟାରେ ଘରକୁ ଫେରି ଯାଇଥିଲେ।ତେବେ ଆଜି ସକାଳୁ ଖଳାକୁ ଯାଇ ଦେଖିବା ବେଳେ ତିନି ଏକର ଜମିର ଧାନ ନିଆଁ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା।

ଘଟଣା ସମ୍ପର୍କରେ ତୁରନ୍ତ ସ୍ଥାନୀୟ ସରପଞ୍ଚଙ୍କୁ ସୂଚନା ଦେଇଥିଲେ। ପରେ ଘଟଣା ସ୍ଥଳରେ ସରପଞ୍ଚ ପହଞ୍ଚିବା ସହ କୃଷି ବିଭାଗ ଏବଂ ତହସିଲ କାର୍ଯ୍ୟାଳୟକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଖବର ପାଇ ଝରିଗାଁ କୃଷି ଅଧିଦର୍ଶକ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଫେରିଛନ୍ତି।ତେବେ ନିଆଁ ଲାଗିବାର କାରଣ ଜଣାପଡିନାହିଁ।

ଏଠାରେ ପ୍ରକାଶ ଯେ ଦୁହେଁ ଚାଷୀଙ୍କ ମାତ୍ର ତିନି ଏକର ଧାନ ଜମି ଥିବା ବେଳେ ବର୍ଷ କର ଧାନ ଅମଳ ନିଆଁରେ ପୋଡ଼ି ପାଉଁସ ହୋଇଯାଇଛି। ସେହିପରି ଋଣ କରି ଚାଷ କରିଥିବା ବେଳେ ଋଣ କିଭଳି ପରିଷଦ କରିବେ ସେନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି।ପ୍ରଶାସନ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତି ପୂରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe