୨୦୦ହିତାଧିକାରୀଙ୍କ ଭତ୍ତା ଟଙ୍କା ହେରଫେର ଅଭିଯୋଗ

ପ୍ରତ୍ୟେକ ମାସର ୧୫ ତାରିଖକୁ ଅପେକ୍ଷା କରି ରହିଥା’ନ୍ତି ଗାଁର ହଜାର ହଜାର ବୃଦ୍ଧ, ବୃଦ୍ଧା ଓ ଅସହାୟ। କାରଣ ସେହିଦିନ ତାଙ୍କୁ ତାଙ୍କର ଭତ୍ତା ଟଙ୍କା ମିଳିଥାଏ। କାହାର ଏ ଟଙ୍କାରେ ଔଷଧ ଖର୍ଚ୍ଚ ଉଠେ ତ ଆଉ କାହାର ନିତିଦିନିଆ ତେଲ ଲୁଣର ସଂସାର ଚଳେ।

ngp-botha

ନବରଙ୍ଗପୁର: ପ୍ରତ୍ୟେକ ମାସର ୧୫ ତାରିଖକୁ ଅପେକ୍ଷା କରି ରହିଥା’ନ୍ତି ଗାଁର ହଜାର ହଜାର ବୃଦ୍ଧ, ବୃଦ୍ଧା ଓ ଅସହାୟ। କାରଣ ସେହିଦିନ ତାଙ୍କୁ ତାଙ୍କର ଭତ୍ତା ଟଙ୍କା ମିଳିଥାଏ। କାହାର ଏ ଟଙ୍କାରେ ଔଷଧ ଖର୍ଚ୍ଚ ଉଠେ ତ ଆଉ କାହାର ନିତିଦିନିଆ ତେଲ ଲୁଣର ସଂସାର ଚଳେ। ହେଲେ ଗତ କିଛି ମାସ ହେଲା ନବରଙ୍ଗପୁର ବ୍ଲକର ଭତରାସିଉନୀ ପଞ୍ଚାୟତର ବିଭିନ୍ନ ଗାଁରେ ବିଭିନ୍ନ ବର୍ଗର ୨୦୦ହିତାଧିକାରୀଙ୍କ ଭତ୍ତା ଟଙ୍କା ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ସମିତିସଭ୍ୟ ଶୈଳେନ୍ଦ୍ର ରନ୍ଧାରୀ। ଆଜି ଏହି ପଂଚାୟତର ଭୀମା ଗୁଡା ଗାଁର ୧୮ଜଣ ହିତାଧିକାରୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁଧାଂଶୁ ମୋହନ ପାତ୍ରଙ୍କ ନିକଟରେ ଏହି ହିତାଧିକାରୀ ମାନେ ଲିଖିତ ଅଭିଯୋଗପତ୍ର ଦେଇଥିଲେ।  ଏହି ହିତାଧିକାରୀ ମାନେ ଗତ ଦୁଇ ମାସ ହେବ ଏମାନେ ଭତ୍ତା ପାଇ ନଥିବା ଅଭିଯୋଗ କରିଛନ୍ତି। 

ନବରଙ୍ଗପୁର ବ୍ଲକର ଭତରାସିଉନୀ ପଂଚାୟତର ଭୀମାଗୁଡ଼ା ଗାଁର ସନାଇ ଭତରା, ସତାଇ ଭତରା, ବଳରାମ ଭତରା, ଡମାଇ ମାଳି, ଖଗପତି ଭତରା, ମାଳତୀ ଭତରା, ଦୁର୍ଯନ ରନ୍ଧାରୀ, କମଳା ରନ୍ଧାରୀ, ଅନ୍ତି ଭତରା, ସନମତି ଭତରା, କୌଶଲ୍ୟା ଭତରା, ଲଛମା ଭତରା, ସୁକମତି ଭତରା, ଚନ୍ଦ୍ର ରନ୍ଦାରୀ, ନନ୍ଦିନୀ ଭତରା ଆଦି ବୃଦ୍ଧ ଓ ବୃଦ୍ଧାଙ୍କର ଗତ ଦୁଇ ମାସ ହେବ ଭତ୍ତା ପଇସା ମିଳିନଥିବା ଅଭିଯୋଗ କରିଛନ୍ତି। ଭତ୍ତା ବିତରଣ କରୁଥିବା କର୍ମଚାରୀ ଜଣକ ଏମାନଙ୍କୁ ବାରମ୍ବାର ବୁଲାଉଥିବା ଅଭିଯୋଗ କରିଛନ୍ତି।

ମାସକ ତଳେ ବି ଏମାନେ ବ୍ଲକକୁ ଅଭିଯୋଗ କରିବାକୁ ଆସିଥିବା ବେଳେ ବିଡିଓ ତାଲିମ ପାଇଁ ଅନୁପସ୍ଥିତ ଥିବାରୁ ଭେଟି ନ ପାରି ନିରାଶ ହୋଇ ଫେରିଥିଲେ। ଏହି ପଂଚାୟତର ସବୁ ଗାଁର ୨୦୦ଜଣ ହିତାଧିକାରୀଙ୍କ ଭତ୍ତା ଟଙ୍କା ହେରଫେର ହୋଇଛି ଏବଂ ଏହାର ତଦନ୍ତ କରାଯିବାକୁ ଦାବି କରିଛନ୍ତି ସମିତିସଭ୍ୟ।

ସେହିପରି ୧୮ଜଣ ହିତାଧିକାରୀଙ୍କ ଭତ୍ତା ତୁରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି। ସେ ଗତ କିଛି ଦିନ ହେବ ଛୁଟିରେ ଥିବା ବେଳେ ଏସମ୍ପର୍କରେ ଜାଣି ନାହାନ୍ତି। ତଥାଫି ସେ ସୂଚନା ପାଇ ବ୍ଲକ ସମାଜ ସୁରକ୍ଷା ଅଧିକାରୀଙ୍କୁ ଯାଂଚ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ନବରଙ୍ଗପୁର ବିଡିଓ ସୁନିଲ ଖରା। ଏଭଳି ହେବା ଦୁର୍ଭାଗ୍ୟଜନକ, ଅଭିଯୋଗର ସତ୍ୟାତା ଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଡିଓ। 

Nabarangpur  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe