ବର୍ଷେ ପୂରି ନଥିଲା ଚାକିରି: ସରକାରୀ ଅର୍ଥକୁ ବେଟିଂ କରି ପିଇଓ ଗିରଫ

ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଅଜବ ନିଶା। କମଦିନରେ କୋଟିପତି ହେବା ପାଇଁ କରୁଥିଲେ କ୍ରିକେଟ୍‌ ବେଟିଂ। ସରକାରୀ ଚାକିରିକୁ ବର୍ଷେ ପୂରି ନଥିଲେ ମଧ୍ୟ ମନରେ ଆଦୌ ଭୟ ନଥିଲା।

PEO arrested in Ganjam

PEO arrested in Ganjam Photograph: (sambad.in)

ବ୍ରହ୍ମପୁର: ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଅଜବ ନିଶା। କମଦିନରେ କୋଟିପତି ହେବା ପାଇଁ କରୁଥିଲେ କ୍ରିକେଟ୍‌ ବେଟିଂ। ସରକାରୀ ଚାକିରିକୁ ବର୍ଷେ ପୂରି ନଥିଲେ ମଧ୍ୟ ମନରେ ଆଦୌ ଭୟ ନଥିଲା। ସରକାରୀ ଅର୍ଥରେ ବେଟିଂ କରିବା ଗେମିଂ ଆପ୍‌ରେ ଖେଳିବା ଅଭିଯୋଗରେ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଧୀନ ରାଧାଦେଇପୁର ପଞ୍ଚାୟତର ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ସେ କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତରେ ଟଙ୍କା ହଡ଼ପ କରିଥିଲେ। ସରକାରୀ ଟଙ୍କା ହଡ଼ପ କରି କ୍ରିକେଟ୍‌ ଓ ଗେମିଂ ଆପ୍‌ରେ ବେଟିଂ କରୁଥିଲେ।  

ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଧୀନ ରାଧାଦେଇପୁର ପଞ୍ଚାୟତରେ କ୍ଷେତ୍ରମୋହନ ନାୟକ ପିଇଓ ଭାବେ ୨୦୨୪ ଜୁଲାଇ ମାସ ଠାରୁ କାର୍ଯ୍ୟରତ ଅଛନ୍ତି। ସରକାରୀ ଚାକିରିକୁ ବର୍ଷେ ବିତି ନଥିବା ବେଳେ ଅସାଧୁ କାମ ଆରମ୍ଭ କରିଦେଇଥିଲେ। ପଞ୍ଚାୟତର ସବୁ ଟଙ୍କା ଦିଗପହଣ୍ଡିସ୍ଥିତ ଆକ୍ସିସ ଓ କାନାଡା ବ୍ୟାଙ୍କର ଶାଖାରେ ଥିଲା। ସେ କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତ ମାଧ୍ୟମରେ ପଞ୍ଚାୟତର ସିଏଫ୍‌ସି, ଏସ୍‌ଏଫ୍‌ସି, ପିଡିଏସ୍‌ ଏବଂ ଓଏପି ଆକାଉଣ୍ଟସ୍‌ରୁ ୪୩,୦୧,୬୪୦ ଟଙ୍କା କୌଶଳ କ୍ରମେ ହଡ଼ପ କରି ନେଇଥିଲେ। ସରକାରୀ ଟଙ୍କାକୁ ଶ୍ରୀ ନାୟକ ହଡ଼ପ କରି କ୍ରିକେଟ୍‌ ବେଟିଂ କରୁଥିଲେ। ସେହିପରି ସେ ବିଭିନ୍ନ ପ୍ରକାରର ଗେମିଂ ଆପ୍‌ରେ ମଧ୍ୟ ଖେଳୁ ଥିଲେ।

ସରକାରୀ ଚାକିରିକୁ ବର୍ଷେ ବିତି ନଥିବା ବେଳେ ଅସାଧୁ କାମ ଆରମ୍ଭ କରିଦେଇଥିଲେ। ପଞ୍ଚାୟତର ସବୁ ଟଙ୍କା ଦିଗପହଣ୍ଡିସ୍ଥିତ ଆକ୍ସିସ ଓ କାନାଡା ବ୍ୟାଙ୍କର ଶାଖାରେ ଥିଲା। ସେ କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତ ମାଧ୍ୟମରେ ପଞ୍ଚାୟତର ସିଏଫ୍‌ସି, ଏସ୍‌ଏଫ୍‌ସି, ପିଡିଏସ୍‌ ଏବଂ ଓଏପି ଆକାଉଣ୍ଟସ୍‌ରୁ ୪୩,୦୧,୬୪୦ ଟଙ୍କା କୌଶଳ କ୍ରମେ ହଡ଼ପ କରି ନେଇଥିଲେ।

ତେବେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ ହେଲା ପରେ ଘଟଣାର ତଦନ୍ତ କରାଯାଇଥିଲା। ମାମଲାର ତଦନ୍ତ ଆଧାରରେ ଭିଜିଲାନ୍ସ ବିଭାଗ ଅଭିଯୁକ୍ତ କ୍ଷେତ୍ରମୋହନ ନାୟକଙ୍କୁ ଗିରଫ କରିଛି। 

ganjam

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe