କୋଟିଏ ଟଙ୍କା ୩୦ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ: ଗିରଫ ହେଲେ ପିଇଓ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ପ୍ରାୟ କୋଟିଏ ୩୦ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ି ପଞ୍ଚାୟତର ପିଇଓ ସୁରେନ୍ଦ୍ର ଭତ୍ରା।

vgb

ନବରଙ୍ଗପୁର/ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ିହି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ପ୍ରାୟ କୋଟିଏ ଟଙ୍କା ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ିହି ପଞ୍ଚାୟତର ପିଇଓ ସୁରେନ୍ଦ୍ର ଭତ୍ରା।  ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି ।

ତୁରୁଡ଼ିହି ପଞ୍ଚାୟତରେ ଆର୍ଥିକ ଅନିୟମିତତା ନେଇ ପୂର୍ବରୁ ଦୁଇ ପଞ୍ଚାୟତର ସରପଞ୍ଚ ଓ ରାଇଘର ବିଡିଓ କୁନ୍ଦେଇ ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ ତୁରୁଡ଼ିହି ପଞ୍ଚାୟତ ପିଇଓ ସୁରେନ୍ଦ୍ର ଭତ୍ରାଙ୍କୁ ଗିରଫ କରିଛି ଭିଜିଲାନ୍ସ। 

ତୁରୁଡ଼ିହି ପଞ୍ଚାୟତରେ ଆର୍ଥିକ ଅନିୟମିତତା ନେଇ ପୂର୍ବରୁ ଦୁଇ ପଞ୍ଚାୟତର ସରପଞ୍ଚ ଓ ରାଇଘର ବିଡ଼ିଓ କୁନ୍ଦେଇ ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ ତୁରୁଡ଼ି ପଞ୍ଚାୟତ ପିଇଓ ସୁରେନ୍ଦ୍ର ଭତ୍ରାଙ୍କୁ ଗିରଫ କରିଛି ଭିଜିଲାନ୍ସ। 

ୁୀର

ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ଆସିଥିବା ଅନୁଦାନରୁ ପ୍ରାୟ କୋଟିଏ ୩୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ପରେ ନିଲମ୍ବିତ ଥିବା  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ସୁରେନ୍ଦ୍ର ଭତ୍ରାଙ୍କୁ ଆଜି ଭିଜିଲାନସ୍ ଗିରଫ କରିଥିବା ଜଣାପଡିଛି | ବିଳମ୍ବିତ ରାତିରେ ଭିଜିଲାନ୍ସର ଏକ ଟିମ୍‌ ମନ୍ତ୍ରୀଗୁଡ଼ା ସ୍ଥିତ ତାଙ୍କ ବାସଭବନ ଉପରେ ଚଢାଉ କରି ଗିରଫ କରିବା ପରେ ତଦନ୍ତ ନିମନ୍ତେ ତାଙ୍କୁ ଜୟପୁର ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି l

ପ୍ରକାଶ ଥାଉକି ତୁରୁଡ଼ିହି ଓ କଚରାପାରା-୩ ଗ୍ରାମପଂଚାୟତରେ କାର୍ଯ୍ୟରତ ଥିବା ସମୟରେ ଉନ୍ନୟନ ମୂଳକ କାର୍ଯ୍ୟ ବାବଦକୁ ଆସିଥିବା ଅନୁଦାନରୁ ଏକ କୋଟି ୩୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା | ଏହି ଘଟଣାରେ ରାଇଘର ବିଡିଓ ଶ୍ରୀ ଭତ୍ରାଙ୍କ ବିରୋଧରେ ଥାନାରେ ଏତଲା ଦେବା ପରେ ଗତ ସେପଟେମ୍ବର ୩ ତାରିଖ ଦିନ ସୁରେନ୍ଦ୍ର ଭତ୍ରାଙ୍କୁ ନିଲମ୍ବିତ କରାଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe