ଜୟପୁରରେ ସଡ଼କ ଦୁର୍ଘଟଣାରେ ୪ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ପରେ ଗ୍ରାମବାସୀ ଏବଂ ସଂପର୍କୀୟମାନେ ଟାୟାର ଜାଳି ଏନ୍ ଏଚ ୩୨୬ ନମ୍ବର୍ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଜୟପୁର ସଦର ପୁଲିସ୍ ଏବଂ ବୈପାରିଗୁଡର ଥାନା ପୁଲିସ ପହଞ୍ଚି ମୃତକଙ୍କ ପରିବାରଙ୍କୁ ବୁଝାସୁଝା କରୁଛନ୍ତି।

ଜିୁ

ଜୟପୁର: ଆଜି ସକାଳୁ ସକାଳୁ ଏକ ଦୁଃଖଦ ଖବର କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରୁ ପହଞ୍ଚିଛି। ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରରେ ତିନି ଏବଂ ଜଣେ ପଡୋଶୀଙ୍କ ମୃତ ହୋଇଥିବା ଜଣାପଡିଛି ।

ଘଟଣା ପରେ ଗ୍ରାମବାସୀ ଏବଂ ସଂପର୍କୀୟମାନେ ଟାୟାର ଜାଳି ଏନ୍ ଏଚ ୩୨୬ ନମ୍ବର୍ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ପୁଲିସ ପହଞ୍ଚି ମୃତକଙ୍କ ପରିବାରଙ୍କୁ ବୁଝାସୁଝା କରୁଛନ୍ତି। ଘଟଣାସ୍ଥଳରେ ଜୟପୁର ସଦର ପୁଲିସ୍ ଏବଂ ବୈପାରିଗୁଡର ଥାନା ପୁଲିସ ପହଞ୍ଚି ମୃତକଙ୍କ ପରିବାରଙ୍କୁ ବୁଝାସୁଝା କରୁଛନ୍ତି।

 ସୂଚନା ଅନୁସାରେ ଜୟପୂର ପାତ୍ରପୁଟ ନିକଟ ଜବାକନାଡ଼ି ଠାରେ ସଡ଼କ ଦୁର୍ଘଟଣାରେ ବାଇକ ଉପରେ ଚଢ଼ିଗଲା ଭାରି ଯାନ ଟ୍ରକ। ଘଟଣା ସ୍ଥଳରେ ୪ ମୃତ।  ମୃତକମାନେ ହେଲେ ବୈପାରିଗୁଡା ବ୍ଲକ ବିଚଲ୍ କୋଟା ଗାଁ ନିକଟସ୍ଥ କଲୋନୀ ଗାଁର ୪ ଜଣ ଗୋଟିଏ ମୋଟର ସାଇକଲ ରେ ଭଟାଛିଞ୍ଚି ଧାନ ବାନ୍ଧିବାକୁ ଯାଉଥିବା ସମୟରେ ହୋଇଥିଲା ଦୁର୍ଘଟଣା l ମୃତକମାନେ ହେଲେ ଧୋବା ପରଜା (୨୫)ଲୋକନାଥ ଜାନି (୧୮), ଘାସି ପରଜା (୧୧) ଓ ଧାନପତି ପାରଜା (୧୩)

ଘଟଣା ପରେ ଗ୍ରାମବାସୀ ଏବଂ ସଂପର୍କୀୟମାନେ ଟାୟାର ଜାଳି ଏନ୍ ଏଚ ୩୨୬ ନମ୍ବର୍ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ପୁଲିସ ପହଞ୍ଚି ମୃତକଙ୍କ ପରିବାରଙ୍କୁ ବୁଝାସୁଝା କରୁଛନ୍ତି। ଘଟଣାସ୍ଥଳରେ ଜୟପୁର ସଦର ପୁଲିସ୍ ଏବଂ ବୈପାରିଗୁଡର ଥାନା ପୁଲିସ ପହଞ୍ଚି ମୃତକଙ୍କ ପରିବାରଙ୍କୁ ବୁଝାସୁଝା କରୁଛନ୍ତି। ଘଟଣାରେ ଟ୍ରକ୍ ଡ୍ରାଇଭର ଫେରାର ଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୨ଜଣ ନାବାଳକ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe