‘ଦୀଘା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ ସବୁ ଧର୍ମର ଲୋକ’

ବିଶ୍ବ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିରରେ କେବଳ ହିନ୍ଦୁ ଧର୍ମର ଲୋକଙ୍କୁ ପ୍ରବେଶ ଅନୁମତି ମିଳିଥାଏ। କିନ୍ତୁ ଦୀଘା ଜଗନ୍ନାଥ ମନ୍ଦିରରେ ସବୁ ଧର୍ମର ଲୋକଙ୍କୁ ପ୍ରବେଶ ଅନୁମିତି ମିଳିବ।

ଅଦ୍ୟତନ ହୋଇଛି

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଦୀଘାରେ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଲା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ପବିତ୍ର ଅକ୍ଷୟ ତୃତୀୟ ଅବସରରେ ବୁଦବାର ଅପରାହ୍‌ଣରେ ଉଦ୍‌ଘାଟନ କରିଛନ୍ତି। ମନ୍ଦିର ପ୍ରତିଷ୍ଠା ହେଲା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ସମୁଦ୍ର ଉପକୂଳବର୍ତ୍ତୀ ସହର ଦୀଘାରେ ନିର୍ମିତ ଏହି ଭବ୍ୟ ମନ୍ଦିରରେ ସବୁ ଧର୍ମର ଲୋକେ ପ୍ରବେଶ କରିପାରିବେ ବୋଲି କୁହାଯାଇଛି। ଅର୍ଥାତ ହିନ୍ଦୁଧର୍ମର ମନ୍ଦିରଗୁଡ଼ିକରେ ମୁଖ୍ୟତଃ ଅନ୍ୟ ଧର୍ମାବଳମ୍ବୀମାନଙ୍କୁ ବାରଣ ଥିବା ବେଳେ ଦୀଘା ଜଗନ୍ନାଥ ମନ୍ଦିରରେ ଏସବୁ କଟକଣା ନାହିଁ ବୋଲି କୁହାଯାଉଛି। 

publive-image

ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଗତ ୨୫ ତାରିଖ ଠାରୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମଗୁଡ଼ିକ ଆରମ୍ଭ ହୋଇଯାଇଥିଲା। ଏଥିରେ ମହାଯଜ୍ଞ ମଧ୍ୟ ସାମିଲ ରହିଛି। ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବାନାର୍ଜୀ ମଧ୍ୟ ଏହି ମହାଯଜ୍ଞରେ ସାମିଲ ହୋଇଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବାନାର୍ଜୀ ସାମାଜିକ ଗଣମାଧ୍ୟମରେ ଟୁଇଟ୍ କରି ସୂଚନା ଦେଇଥିଲେ। 

ସାଧାରଣତଃ ବିଶ୍ବ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିରରେ କେବଳ ହିନ୍ଦୁ ଧର୍ମର ଲୋକଙ୍କୁ ପ୍ରବେଶ ଅନୁମତି ମିଳିଥାଏ। କିନ୍ତୁ ଦୀଘା ଜଗନ୍ନାଥ ମନ୍ଦିରରେ ସବୁ ଧର୍ମର ଲୋକଙ୍କୁ ପ୍ରବେଶ ଅନୁମିତି ମିଳିବ। ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସର ରାଜ୍ୟ ସାଧାରଣ ସଂପାଦକ ତନ୍ମୟ ଘୋଷ ସାମାଜିକ ଗଣମାଧ୍ୟମ ‘ଏକ୍ସ‘ରେ କହିଛନ୍ତି, ଦୀଘା ଜଗନ୍ନାଥ ମନ୍ଦିର ଭିତରୁକୁ କୌଣସି ସଂପ୍ରଦାୟର ଲୋକେ ମଧ୍ୟ ପ୍ରବେଶ କରିପାରିବେ। ଏହା ଏକ ସାଧାରଣ ମନ୍ଦିର ନୁହେଁ। ଏକତାର ଏକ ପ୍ରତୀକ। ଧର୍ମ ଉପରେ କୌଣସି ଭେଦଭାବ ନାହିଁ। ସମସ୍ତଙ୍କ ପାଇଁ ଖୋଲା ରହିବ। ଏହା ହେଉଛି ବେଙ୍ଗଲ- ଆମେ ମାନବିକତା ଓ ଭାଇଚାରା ଉପରେ ବିଶ୍ବାସ କରୁ। 

ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧୀକାରୀ ମମତା ସରକାରଙ୍କୁ ଘେରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଏଚ୍.କେ ଦ୍ବିବେଦୀଙ୍କୁ ସେ ପ୍ରଶ୍ନ କରିଛନ୍ତି ଯେ, ଏହା ଏକ ମନ୍ଦିର ନା ସାଂସ୍କୃତିକ କେନ୍ଦ୍ର। ଶ୍ରୀ ଅଧିକାରୀ ଏହା କହିବାର କାରଣ ଥିଲା ଯେ, ତାଙ୍କୁ ମିଳିଥିବା ନିମନ୍ତ୍ରଣ ପତ୍ରରେ ‘ଜଗନ୍ନାଥ ଧାମ ସଂସ୍କୃତି କେନ୍ଦ୍ର’ ଉଲ୍ଲେଖ ରହିଛି। 

lord jagannath | Puri Jagannath temple

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe