ଦେଶୀମଦ ବୋଝେଇ ସ୍କୋର୍ପିଓରେ ନିଆଁ ଲଗାଇଦେଲେ ଉତ୍ତେଜିତ ଜନତା

୧୬ ନମ୍ବର ଜାତୀୟ ରାଜପଥର ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଭଗିଆ ଛକ ନିକଟରେ ବେଆଇନ ମଦ ନେଇ ଆସୁଥିବା ଏକ ସ୍କୋର୍ପିଓ (ଓଆର ୦୨ବିିପିଓ ୦୧୦୦) କୁ ଗୁରୁବାର ରାତିରେ ସ୍ଥାନୀୟ ଅଞ୍ଚଳବାସୀ ଜାଳି ଦେଇଛନ୍ତି।

ଅଦ୍ୟତନ ହୋଇଛି
soro

ସୋର: ୧୬ ନମ୍ବର ଜାତୀୟ ରାଜପଥର ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଭଗିଆ ଛକ ନିକଟରେ ବେଆଇନ ମଦ ନେଇ ଆସୁଥିବା ଏକ ସ୍କୋର୍ପିଓ (ଓଆର ୦୨ବିିପିଓ ୦୧୦୦)କୁ ଗୁରୁବାର ରାତିରେ ସ୍ଥାନୀୟ ଅଞ୍ଚଳବାସୀ ଜାଳି ଦେଇଛନ୍ତି। ଅନେକ ସମୟରେ ଏହି ଗ୍ରାମାଞ୍ଚଳ ମଧ୍ୟ ଦେଇ ମଦ କାରବାର ହେଉଥିବା ଅଭିଯୋଗ ହୋଇଆସୁଥିଲା। ଆଜି ରାତିରେ ଏକ ସ୍କୋର୍ପିଓରେ ୧୦୦୦ ଲିଟର ଦେଶୀମଦ ଚାଲାଣ ହେଉଥିବା ଜାଣିପାରି ଭଦ୍ରକ ପୁଲିସ ଗାଡିଟିକୁ ପିଛାକରିଥିଲେ। ଫଳରେ ସ୍କୋର୍ପିଓଟି ଗ୍ରାମାଞ୍ଚଳ ମଧ୍ୟରେ ପସିଯାଇଥିଲା।

ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଭଗିଆ ଛକ ନିକଟରେ ବେଆଇନ ମଦ ନେଇ ଆସୁଥିବା ଏକ ସ୍କୋର୍ପିଓ (ଓଆର ୦୨ବିିପିଓ ୦୧୦୦)କୁ ଗୁରୁବାର ରାତିରେ ସ୍ଥାନୀୟ ଅଞ୍ଚଳବାସୀ ଜାଳି ଦେଇଛନ୍ତି।

ସ୍ଥାନୀୟ ଅଞ୍ଚଳବାସୀ ଗାଡିଟିକୁ କାବୁ କରି ଦୁଇଜଣଙ୍କୁ ଅଟକ ରଖିଥିବା ବେଳେ ଦୁଇଜଣ ଫେରାର ହୋଇଯାଇଥିଲେ। ଉତ୍ୟକ୍ତ ଲୋକେ ଘଟଣାସ୍ଥଳରେ ଗାଡିଟିକୁ ଜାଳିଦେଇଥିଲେ। ଗାଡିଟିରେ ୧୦୦୦ ଲିଟରରୁ ଅଧିକ ଦେଶୀ ମଦ ଥିବା ସୂଚନା ମିଳିଛି। ଭଦ୍ରକ ଓ ସିମୁଳିଆ ପୁଲିସ ଘଟଣାସ୍ଥଳ ପହଁଚି ଉତେଜିତ ଲୋକଙ୍କୁ ବୁଝା ସୁଝା କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe