ଧର୍ମାନ୍ତରୀକରଣ କରିବାକୁ ଆସି ଲୋକଙ୍କ ହାତରୁ ଛେଞ୍ଚା ଖାଇଲେ

Advertisment

ବୈଶିଙ୍ଗା ଥାନା ଅଧୀନ ସନ୍ତରା ପଞ୍ଚାୟତ ଅଧୀନ ଯୁଗପୁରା ଗ୍ରାମରେ ଆଦିବାସୀ ଲୋକଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ ଉକ୍ତ ଗ୍ରାମର ଏକ ସରକାରୀ ଜାଗାରେ ପୁଣି ସମାନ ପ୍ରକାରର ପରିସ୍ଥିତି ଦେଖାଯାଇଛି।

ବୈଶିଙ୍ଗା ଥାନା ଅଧୀନ ସନ୍ତରା ପଞ୍ଚାୟତ ଅଧୀନ ଯୁଗପୁରା ଗ୍ରାମରେ ଆଦିବାସୀ ଲୋକଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ ଉକ୍ତ ଗ୍ରାମର ଏକ ସରକାରୀ ଜାଗାରେ ପୁଣି ସମାନ ପ୍ରକାରର ପରିସ୍ଥିତି ଦେଖାଯାଇଛି।

Attacked by villagers

Attacked by villagers Photograph: (sambad.in)

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଇଲାକାରେ ପୁଣି ସାମ୍ନାକୁ ଆସିଲା ଧର୍ମାନ୍ତରୀକରଣ ଭଳି ସଙ୍ଗୀନ ଅଭିଯୋଗl ପୂର୍ବରୁ ଉକ୍ତ ଥାନା ଅଧୀନ ସନ୍ତରା ପଞ୍ଚାୟତ ଅଧୀନ ଯୁଗପୁରା ଗ୍ରାମରେ ଆଦିବାସୀ ଲୋକଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ ଉକ୍ତ ଗ୍ରାମର ଏକ ସରକାରୀ ଜାଗାରେ ପୁଣି ସମାନ ପ୍ରକାରର ପରିସ୍ଥିତି ଦେଖାଯାଇଛି। ବେଆଇନ ଭାବେ ଚର୍ଚ୍ଚ ନିର୍ମାଣ କରୁଥିବାବେଳେ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ଏକାଧିକ ପ୍ରଚାରକl ପୁଲିସ ପହଂଚିବା ପରେ ଗ୍ରାମବାସୀ ଶାନ୍ତ ପଡ଼ିଥିଲେl 

ଅଭିଯୋଗ ମୁତାବକ ପୂର୍ବରୁ ଏକାଧିକ ବାର ଏକ ନିର୍ଦ୍ଦିଷ୍ଟ ଧର୍ମ ପ୍ରଚାରକ ବାରମ୍ବାର ଆସି ଆଦିବାସୀସାହି ଗୁଡିକରେ ପହଞ୍ଚି ସେଠାରେ ଧର୍ମସେବା କରିବା ସହିତ ଲୋକଙ୍କୁ ବୁଝାଉଥିଲେ। ସେମାନଙ୍କର ଅନୁସାରେ ଧର୍ମ ଗ୍ରହଣ କଲେ କୌଣସି ରୋଗ ହେବନି ଏବଂ ସେମାନଙ୍କୁ ବିଭିନ୍ନ ପ୍ରକାରର ସହାୟତା ମିଳିବା ନେଇ ମଧ୍ୟ ପ୍ରଲୋଭନ ଦେଖାଉଥିଲେ, ଯେଉଁଥି ପାଇଁ ତାଙ୍କ କଥାରେ ପଡ଼ି ଉକ୍ତ ଅଞ୍ଚଳର କିଛି ଲୋକ ମଧ୍ୟ ଧର୍ମ ପରିବର୍ତ୍ତନ କରିବା ସହିତ ସାହିପଡ଼ିଶାଙ୍କୁ ମଧ୍ୟ ସମୟ ସୁଯୋଗ ଦେଖି ଏହି ଧର୍ମରେ ଦୀକ୍ଷିତ ହେବାକୁ ପ୍ରବର୍ତ୍ତାଉଥିଲେl

ମଙ୍ଗଳବାର ସେମାନେ ସବୁ ସୀମା ଲଂଘନ କରି ଯାଇଥିଲେl ଯୁଗପୁରା ଗ୍ରାମର ଏକ ସରକାରୀ ଜାଗାରେ ବାଲେଶ୍ୱର ଅଞ୍ଚଳରୁ ତଥା ଆଖପାଖ ଅଞ୍ଚଳରୁ ଏକାଧିକ ଯୁବକ ପହଞ୍ଚି ତାଙ୍କ ସମ୍ପ୍ରଦାୟର ସ୍ଥାନୀୟ ଲୋକଙ୍କୁ ସାହାଯ୍ୟରେ ଏକ ଉପାସନା ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେl

ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବିରୋଧ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲାl ସେମାନେ ଅଞ୍ଚଳବାସୀଙ୍କୁ ତାଙ୍କ ଧର୍ମକୁ ଆକ୍ଷେପ କରି ଗାଳି ଗୁଲଜ କରିବା ସହିତ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେl ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ଲୋକ ଏକଜୁଟ ହୋଇ ଉକ୍ତ ଧର୍ମ ପ୍ରଚାରକମାନଙ୍କୁ ନିର୍ଧୁମ ଛେଚି ଥିଲେ। ସେମାନଙ୍କୁ ଅଟକ ରଖି ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେl

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହିତ ଅଟକ ଥିବା ସମସ୍ତଙ୍କୁ ଥାନାକୁ ନେଇ ଆସିଥିଲେl ଉକ୍ତ ଘଟଣାର ସମ୍ବେଦନଶୀଳତାକୁ ଲକ୍ଷ କରି ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲିଙ୍କ ନିର୍ଦେଶରେ ବୈଶିଙ୍ଗା ଥାନା ଅଧିକାରୀ ବାରିଣି ଦାସଙ୍କ ତତ୍ୱାବଧାନରେ ଉଭୟ ଗୋଷ୍ଠୀଙ୍କୁ ସାଙ୍ଗରେ ବସାଇ ଆପୋଷ ବୁଝାମଣା କରାଇଥିଲେl ପରେ ବାହାର ଅଞ୍ଚଳରୁ ଆସି ସେଠାରେ ଧର୍ମ ପ୍ରଚାର ପୂର୍ବକ ଉପାସନା ଗୃହ ନିର୍ମାଣ କରୁଥିବା ଯୁବକମାନେ ଥାନାରେ ନିଜର ଭୁଲ ସ୍ୱୀକାର କରିବା ସହିତ ଏକ ଲିଖିତ ପତ୍ର ଦେଇ ଥିଲେ କି ଭବିଷ୍ୟତରେ ସେମାନେ କେବେ ବି ଉକ୍ତ ଅଞ୍ଚଳକୁ ଧର୍ମ ପ୍ରବାର୍ତ୍ତାଇବା ପାଇଁ ଆସିବେ ନାହିଁl  

Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe