ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଇଁ ଉତ୍ସବ ମୁଖର ଭଦ୍ରକ

ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ଭଦ୍ରକ ସହର। ଏହି ଉତ୍ସବ ପାଇଁ ସନ୍ଧ୍ୟାରେ ସହରରେ ଏକ ଭବ୍ୟ ଶୋଭାଯାତ୍ରା ବାହାରିବl ଏହି ଉତ୍ସବରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ  ଭଦ୍ରକ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କାରାଯାଇଛି।

IMG-20250904-WA0029

ଭଦ୍ରକ: ଆସନ୍ତାକାଲି ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ଭଦ୍ରକ ସହର। ଏହି ଉତ୍ସବ ପାଇଁ ସନ୍ଧ୍ୟାରେ ସହରରେ ଏକ ଭବ୍ୟ ଶୋଭାଯାତ୍ରା ବାହାରିବl ଏହି ଉତ୍ସବରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ  ଭଦ୍ରକ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କାରାଯାଇଛି।

ଆଜି ସହରରେ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ  କରାଯାଇଛି। ସହରରେ ବିଭିନ୍ନ ସ୍ଥାନରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ୨ ଜଣ ଆଡ଼ିସନାଲ୍ ଏସପି, ୮ ଜଣ ଡିଏସପି, ୨୦ ଜଣ ଆଇଆଇସି, ୧୭୦ ଜଣ ଏଏସ୍‌ଆଇ ଓ ଏସ୍‌ଆଇ, ହୋମ ଗାର୍ଡ ଓ କନେଷ୍ଟବଳଙ୍କୁ ସୁରକ୍ଷା ଦାୟିତ୍ଵ ପାଇଁ ମୁତୟନ କରାଯାଇଛି। ମୋବାଇଲ ପେଟ୍ରୋଲିଙ୍ଗ କଡ଼ାକଡ଼ି କରାଯାଇଛି।

ଭଦ୍ରକ ହେଉଛି ଭାଈଚାରାର୍ ସହର। ଉଭୟ ସମ୍ପ୍ରଦାୟର ଲୋକମାନେ ଏହି ଉତ୍ସବ ପାଇଁ ସହଯୋଗ କରିବା ପାଇଁ ଭଦ୍ରକ ଏସ୍‌ପି ମନୋଜ କୁମାର ରାଉତ ସହରବାସୀଙ୍କ ନିବେଦନ କରିଛନ୍ତି।

Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe